India Pak war ; ପାକ୍ର ଏପରି ପରିସ୍ଥିତି ପାଇଁ ମୁନିରଙ୍କୁ ଦାୟୀ କଲେ ପାକ୍ ସେନାର ବରିଷ୍ଠ ଅଧିକାରୀ
·1 year ago

ଭାରତ-ପାକିସ୍ତାନ ମଧ୍ୟରେ ଏକ ପ୍ରକାର ଯୁଦ୍ଧ ଆରମ୍ଭ ହୋଇଯାଇଥିବାବେଳେ ପାକ୍ ସେନାରେ ବିଦ୍ରୋହ ଆରମ୍ଭ ହୋଇଯାଇଛି। ପାକ୍ ସେନାର ବରିଷ୍ଠ ଅଧିକାରୀମାନେ ଏହି ପରିସ୍ଥିତି ପାଇଁ ସେନା ମୁଖ୍ୟ ଅସିମ ମୁନିରଙ୍କୁ ଦାୟୀ କରିଛନ୍ତି। ମୁନିର ନିଜ କାର୍ଯ୍ୟକାଳ ବୃଦ୍ଧି କରିବା ଲାଗି ଦେଶକୁ ଯୁଦ୍ଧ ମୁହଁକୁ ଠେଲି ଦେଇଥିବାବେଳେ ଭାରତର ଆକ୍ରମଣକୁ ପ୍ରତିହତ କରିବାରେ ସେ ବିଫଳ ହୋଇଥିବା ବରିଷ୍ଠ ଅଧିକାରୀମାନେ କହିଛନ୍ତି।
ବର୍ତ୍ତମାନ ପରିସ୍ଥିତିରେ ପାକିସ୍ତାନ ସରକାର ମୁନିରଙ୍କୁ ସେନା ମୁଖ୍ୟ ପଦବୀରୁ ହଟାଇବାକୁ ଯୋଜନା କରୁଥିବା ସୂଚନା ମିଳିଛି। ତାଙ୍କ ସ୍ଥାନରେ ସାହିର ଶମସାଦ ମିର୍ଜାଙ୍କୁ ନିଯୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ଶେହଓ୍ବାଜ ସରିଫ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
