Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପକ୍ଷ ରଖିବେ ଭାରତ ଓ ପାକିସ୍ତାନ, ଆସିପାରେ କିଛି ନିର୍ଣ୍ଣାୟକ ନିଷ୍ପତ୍ତି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ପକ୍ଷ ରଖିବେ ଭାରତ ଓ ପାକିସ୍ତାନ, ଆସିପାରେ କିଛି ନିର୍ଣ୍ଣାୟକ ନିଷ୍ପତ୍ତି

ଭାରତ ଓ ପାକିସ୍ତାନ ତିକ୍ତତାକୁ ନେଇ ଆଜି ବସିବ ଜାତି ସଂଘ ସୁରକ୍ଷା ପରିଷଦ ବୈଠକ। ଗୁପ୍ତ ଭାବେ ଭାରତ ଓ ପାକିସ୍ତାନ ମଧ୍ୟରେ ବର୍ତ୍ତମାନ ପରିସ୍ଥିତି ନେଇ ଆଲୋଚନା କରାଯାଇପାରେ। ବୈଠକରେ ଦୁଇ ଦେଶକୁ ସମାନଙ୍କ ପକ୍ଷ ରଖିବାକୁ ସୂଚନା ଦିଆଯିବ। ସଯୁକ୍ତ ରାଷ୍ଟ୍ରର ସ୍ଥୟୀ ପ୍ରତିନିଧି ଓ ମେ ମାସର ଅଧ୍ୟକ୍ଷ ରାଷ୍ଟ୍ରଦୂତ ଇଭାଞ୍ଜେଲୋସ୍ ସେକେରିସ୍ ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ କହିଛନ୍ତି, "ଆମେ ଆତଙ୍କବାଦକୁ ନିନ୍ଦା କରୁ, ତାହା ଯେଉଁଠାରେ ହେଉନା କାହିଁକି। ଏବେ ଭାରତ ପାକିସ୍ତାନ ଘଟଣାକୁ ନେଇ ଚିନ୍ତିତ। ତେବେ ଏହି ବୟାନରେ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (TRF)ର ନାମ ନିଆଯାଇ ନାହିଁ। ଲସ୍କର-ଏ-ତୈବା ଆତଙ୍କୀ ସଂଗଠନ ନେଇ କିଛି କହି ନାହାନ୍ତି।


୨୨ ଅପ୍ରେଲରେ କାଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଦୁଇ ଦେଶ କେତେବେଳେ ବି ଯୁଦ୍ଧ ଘୋଷଣା କରି ପାରନ୍ତି। ପାକିସ୍ତାନ ସହିତ ଭାରତ ଏବେ ତାର ସମସ୍ତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିଛି। ସିନ୍ଧୁ ଜଳ ଚୁକ୍ତିନାମାକୁ ରଦ୍ଦ କରାଯିବା ସହ ପାକିସ୍ତାନୀଙ୍କୁ ଭାରତରୁ ବାହାର କରାଯାଇଛି। ଅଟାରୀ ସୀମାକୁ ବନ୍ଦ କରାଯାଇଛି। ସେପଟେ ପାକିସ୍ତାନ ମଧ୍ୟ ଭାରତୀୟ ବିମାନ ପାଇଁ ତାର ଆକାଶ ମାର୍ଗ ବନ୍ଦ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ପୁଣି ଥରେ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି। କହିଛନ୍ତି ଯିଏ ଆକ୍ରମଣ କରିଛି ତାଙ୍କୁ କଡା ଜବାବ ଦିଆଯିବ। କାହାରିକୁ ଛଡାଯିବ ନାହିଁ। ଏବେ ଭାରତୀୟ ଯାହା ଆଶା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ତାହା ନିଶ୍ଚିନ୍ତ ହେବ। ଅନ୍ୟପଟେ ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଭାରତକୁ ସହଯୋଗ କରାଯିବ ବୋଲି ଘୋଷଣା କରିଛି ବ୍ରିଟେନ୍।

Sponsored
India-Pakistan tensions may be discussed at UN Security Council meeting | Argus News