International Update / ଭାରତ ରୁଷିଆର ଏକ ନିର୍ଭରଯୋଗ୍ୟ ଅଂଶୀଦାର: ଋଷ

Key Points
ଭାରତକୁ ନେଇ ବଡ଼ କଥା କହିଦେଲା ରୁଷିଆ
ଆମେରିକାକୁ ଲାଗିଲା ଝଟ୍କା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ପରେ ଋଷ ଦେଲା କଡା ଜବାବ। ଯାହାକୁ ନେଇ ସବୁଠି ଆଲୋଚନା ଜୋର ଧରିଛି। ଭାରତ ଆଉ ରୁଷିଆଠାରୁ ତେଲ କିଣିବ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାବି କରିଛନ୍ତି। ମସ୍କୋ ଏହି ମାମଲାରେ ପ୍ରତିକ୍ରିୟା ଦେଇଛି। ଭାରତରେ ଅବସ୍ଥାପିତ ରୁଷିଆ ରାଷ୍ଟ୍ରଦୂତ ଡେନିସ ଆଲିପୋଭ କହିଛନ୍ତି, ଭାରତର ଅର୍ଥନୀତିକୁ ରୁଷିଆ ତେଲ ଆବଶ୍ୟକ। ଭାରତ ରୁଷିଆର ଏକ ନିର୍ଭରଯୋଗ୍ୟ ଅଂଶୀଦାର। କିନ୍ତୁ ଟ୍ରମ୍ପ ଚାହାଁନ୍ତି ନାହିଁ ଯେ ଭାରତ ରୁଷିଆଠାରୁ ତେଲ କିଣୁ। ଏହି କାରଣରୁ ସେ ରାଗିଯାଇ ୫୦ ପ୍ରତିଶତ ଟାରିଫ୍ ଲାଗୁ କରିଛନ୍ତି।
ରୁଷିଆ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପଠାଇଛି। ରୁଷିଆ ରାଷ୍ଟ୍ରଦୂତ କହିଛନ୍ତି, ଏବେ ପର୍ଯ୍ୟନ୍ତ ଗ୍ଲୋବାଲ ନର୍ଥ ଟ୍ୟାରିଫ ଏବଂ ବିଭିନ୍ନ କଟକଣା ଲାଗୁ କରିଆସୁଛି। ଏହା ଦର୍ଶାଉଛି ଯେ, ସେମାନେ ଏକ ବହୁଧ୍ରୁବୀୟ ବିଶ୍ୱକୁ ଗ୍ରହଣ କରିବାକୁ ଅନିଚ୍ଛୁକ। ଏହା ବିଶ୍ୱ ଶାସନ ବ୍ୟବସ୍ଥାରେ ସଂସ୍କାରକୁ ବିଳମ୍ବିତ କରିବ। ଏହି ସଂସ୍କାରଗୁଡ଼ିକ ଅତ୍ୟନ୍ତ ଆବଶ୍ୟକ।ଟ୍ରମ୍ପଙ୍କ ଦାବି ପରେ, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି, ଭାରତ ତେଲ ଏବଂ ଗ୍ୟାସର ଏକ ଗୁରୁତ୍ୱପୂର୍ଣ୍ଣ ଆମଦାନୀକାରୀ। ଏକ ଅସ୍ଥିର ଶକ୍ତି ପରିସ୍ଥିତିରେ ଭାରତୀୟ ଗ୍ରାହକଙ୍କ ସ୍ବାର୍ଥକୁ ସୁରକ୍ଷା ଦେବା ଆମର ନିରନ୍ତର ପ୍ରାଥମିକତା। ଭାରତ ଏହାର ଲୋକଙ୍କ ସ୍ବାର୍ଥକୁ ଧ୍ୟାନରେ ରଖି ନିଷ୍ପତ୍ତି ନେଇଥାଏ।
📱 Get Argus News App
✨ରୁଷିଆ ରାଷ୍ଟ୍ରଦୂତ ଆଲିପୋଭ କହିଛନ୍ତି, ଭାରତର ମୋଟ ଅଶୋଧିତ ତୈଳ ଆମଦାନୀର ଏକ ତୃତୀୟାଂଶ ରୁଷିଆରୁ ଆସିଥାଏ। ଆମେ ଭାରତ ପାଇଁ ଏକ ସୁଲଭ ବିକଳ୍ପ ହୋଇଛୁ। ରୁଷିଆ ଏବଂ ଭାରତ ମଧ୍ୟରେ ରଣନୈତିକ ସହଭାଗୀତାକୁ ବିଶ୍ୱ ସ୍ଥିରତା ପାଇଁ ଏକ ଶକ୍ତି ଭାବରେ ଦେଖାଯାଏ। ଏହି ସମ୍ପର୍କ ବିଶ୍ୱାସ ଉପରେ ନିର୍ମିତ। ଆମେ ଭାରତର ପ୍ରମୁଖ ବାଣିଜି୍ୟକ ଅଂଶୀଦାର ଏବଂ ଶକ୍ତି କ୍ଷେତ୍ରରେ ଭାରତର ସବୁଠାରୁ ନିର୍ଭରଯୋଗ୍ୟ ଅଂଶୀଦାର।
ଏଥିସହ ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଦାବି, ଭାରତ ଆଉ ଋଷଠୁ କିଣିବନି ତେଲ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭାରତକୁ ନେଇ ଆଉ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଭାରତ ଆଉ ଋଷଠାରୁ ତେଲ କିଣିବ ନାହିଁ । ଟ୍ରମ୍ପ ଏହାକୁ ଏକ ବଡ଼ ପଦକ୍ଷେପ ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ ଏହା ୟୁକ୍ରେନ ଯୁଦ୍ଧ ପାଇଁ ଋଷକୁ ଅଲଗା କରିବା ପାଇଁ ତାଙ୍କର ପ୍ରୟାସର ଏକ ଅଂଶ । ତେବେ ଟ୍ରମ୍ପଙ୍କ ଏହି ଦାବି ପଛରେ ସତ୍ୟ କେବଳ ବୈଦେଶିକ ମନ୍ତ୍ରଣାଳୟର ପ୍ରତିକ୍ରିୟା ପରେ ଜଣାପଡିବ । ଏହା ପୂର୍ବରୁ ମଧ୍ୟ ଆମେରିକା ରାଷ୍ଟ୍ରପତି ଭାରତ ବିଷୟରେ ଅନେକ ମିଥ୍ୟା ଦାବି କରିଛନ୍ତି । ବର୍ତ୍ତମାନ ରୁଷିଆ ଏବଂ ଆମେରିକା ଭିତରେ ଚାଲିଛି ବିବାଦ। ଦେଖିବାକୁ ବାକି ରହିଲା ଆଗକୁ ଏହା କେଉଁ ମୋଡ ନେଉଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର: