Videos
|
International

ମିଆଁମାରକୁ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଛି ଭାରତ

Rashmita Mishra
Browse all articles by Rashmita Mishra
·1 year ago·2 min read
ମିଆଁମାରକୁ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଛି ଭାରତ

ମିଆଁମାରକୁ ସାହାଯ୍ୟର ହାତ ବଢ଼ାଇଲା ଭାରତ। ଶୁକ୍ରବାର ମିଆଁମାର୍‌ରେ ଅନୁଭୂତ ହୋଇଛି ବଡ଼ ଧରଣର ଭୂମିକମ୍ପ ଝଟ୍‌କା । ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଥାଇଲାଣ୍ଡର ରାଜଧାନୀ ବ୍ୟାଂକକ୍ ମଧ୍ୟ ଥରି ଉଠିଥିଲା । ଭୂମିକମ୍ପର କେନ୍ଦ୍ର ସ୍ଥଳ ମିଆଁମାରର ସାଗାଇଙ୍ଗ ବୋଲି ଜଣାପଡ଼ିଛି । ଡରାବଡ଼ି ନଦୀ ଉପରେ ଥିବା ପ୍ରସିଦ୍ଧ ଏଭା ବ୍ରିଜ୍ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି ।

ନ୍ୟାସନାଲ ସେଣ୍ଟର୍ ଫର୍ ସେସମୋଲୋଜି ଅନୁସାରେ, ରିକ୍ଟର ସ୍କେଲ୍‌ରେ ପ୍ରଥମ ଭୂମିକମ୍ପର ତୀବ୍ରତା ୭.୭ ରହିଥିବା ବେଳେ ଦ୍ଵିତୀୟଟିର ତୀବ୍ରତା ୭.୨ ମ୍ୟାଗ୍ନିଚୁଡ୍ ରହିଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସେସ୍ ଅନୁସାରେ, ଭୂମିକମ୍ପ ଭୂ-ପୃଷ୍ଠରୁ ୧୦ କିଲୋମିଟର ଗଭୀରରେ ହୋଇଛି ।


ମିଆଁମାରକୁ ରିଲିଫ ପଠାଇଲା ଭାରତ। ପ୍ରଥମେ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଛି ଭାରତ । ଭାରତୀୟ ବାୟୁସେନା ବିମାନ C 130 ହିଣ୍ଡନ ବେସ୍ ରୁ ବାହାରିଛି ରିଲିଫ ବିମାନ। ରିଲିଫ ସାମଗ୍ରୀ ଭିତରେ ରହିଛି ଟେଣ୍ଟ, ସ୍ଲିପିଂ ବ୍ୟାଗ୍, ବ୍ଲାଙ୍କେଟ୍, ଖାଦ୍ୟ, ସୋଲାରା ଲ୍ୟାମ୍ପ, ହାଇଜିନ କିଟ୍, ୱାଟର ପିଉରିଫାୟର ଏବଂ ଜେନେରେଟର ଆଦି ରହିଛି । ଗୁରୁତ୍ବପୂର୍ଣ୍ଣ ଔଷଧ ମଧ୍ୟ ରିଲିଫ ସାମଗ୍ରୀ ମଧ୍ୟରେ ରହିଛି । ମିଆଁମାର କ୍ଷୟକ୍ଷତି ଉପରେ ନଜର ରଖିଛି ଭାରତ ।

ସେହିପରି ଗତକାଲି ମିଆଁମାର ଓ ଥାଇଲାଣ୍ଡରେ ବଡ଼ ଧରଣର ଭୂକମ୍ପ ଯୋଗୁଁ ବ୍ୟାପକ ଧନଜୀବନ କ୍ଷତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବେଗ ପ୍ରକାଶ କରିବା ସହ ଉଭୟ ରାଷ୍ଟ୍ରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା ଘୋଷଣା କରିଥିଲେ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତରେ କର୍ତ୍ତୃପକ୍ଷ ଏ ଦିଗରେ ପ୍ରସ୍ତୁତ ଅଛନ୍ତି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ସମ୍ପୃକ୍ତ ସରକାରଙ୍କ ସହ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମ୍ୟାମାର ଓ ଥାଇଲାଣ୍ଡ୍‌ରେ ଭୂମିକମ୍ପ ପରେ ପରିସ୍ଥିତି ଉପରେ ଭାରତ ଅହରହ ନଜର ରଖିଛି । ସମସ୍ତଙ୍କ ସୁରକ୍ଷା ଓ କଲ୍ୟାଣକୁ ପ୍ରାଥମିକତା ଦେଇ ଜରୁରୀ ସହାୟତା ନିମନ୍ତେ ପଦକ୍ଷେପ ଆରମ୍ଭ ହୋଇଯାଇଛି ।

ଅନ୍ୟପଟେ ବ୍ୟାଙ୍କକ ଏବଂ ଥାଇଲାଣ୍ଡର କେତେକ ସ୍ଥାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବା ପରେ ଭାରତୀୟ ଦୂତାବାସ’ ଥାଇ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । ବର୍ତ୍ତମାନ ସୁଦ୍ଧା କୌଣସି ଭାରତୀୟ ନାଗରିକଙ୍କ ସହ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ । କୌଣସି ଜରୁରୀକାଳୀନ ପରିସ୍ଥିତିରେ ଥାଇଲାଣ୍ଡରେ ଥିବା ଭାରତୀୟ ନାଗରିକଙ୍କୁ ଜରୁରୀକାଳୀନ ନମ୍ବର +୬୬ ୬୧୮୮୧୯୨୧୮ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
india-sends-15-tonnes-of-relief-goods-to-myanmar | Argus News