Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଭାରତ ସାରା ଦୁନିଆର ନେତୃତ୍ୱ ନେବା ଉଚିତ:ହସିନାଙ୍କ ପୁଅ

Sangram Tripathy
Browse all articles by Sangram Tripathy
·1 year ago·2 min read
ଭାରତ ସାରା ଦୁନିଆର ନେତୃତ୍ୱ ନେବା ଉଚିତ:ହସିନାଙ୍କ ପୁଅ


ଅର୍ଗସ ବ୍ୟୁରୋ:ବାଂଲାଦେଶ ହେଲାଣି ଛାରଖାର। କାହାକୁ ଛାଡୁନାହାନ୍ତି ବିକ୍ଷୋଭକାରୀ। ପ୍ରଧାନମନ୍ତ୍ରୀଙ୍କ ପରେ ଏଥର ଛାତ୍ର ସଂଗଠନ ସୁପ୍ରିମକୋର୍ଟକୁ କରିଛନ୍ତି ଟାର୍ଗେଟ। ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର କାର୍ଯ୍ୟ କରୁଛନ୍ତି ତଥାପି ହିଂସା ଥମିବାର ନାଁ ଧରୁନି। ଆଉ ଏହାରି ଭିତରେ ଭାରତକୁ ନେଇ ଏମିତି ବଡ଼ କଥା କହିଛନ୍ତି ହସିନାଙ୍କ ପୁଅ ସଜୀବ ୱାଜେଦ,ଭାରତ ପାଖରେ ଆମେ କୃତଜ୍ଞ,ମାଆଙ୍କ ଜୀବନ ବଞ୍ଚାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି,କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରୀ କାର୍ଯ୍ୟାନୁଷ୍ଠାନ ପାଇଁ ମୋ ବ୍ୟକ୍ତିଗତ କୃତଜ୍ଞତା ରହିଛି । ମୁଁ ସବୁଦିନ ପାଇଁ ତାଙ୍କ ପାଖରେ ଋଣୀ ହୋଇରହିବି ।

ଭାରତ ବାଂଲାଦେଶର ପଡୋଶୀ ରାଷ୍ଟ୍ର ସୁଖଦୁଃଖରେ ସାଥିରେ ଛିଡାହୋଇଛି,ଭାରତକୁ ସାରା ଦୁନିଆରେ ନେତୃତ୍ୱର ଭୂମିକା ଗ୍ରହଣ କରିବା ଉଚିତ୍ ବୋଲି କହିଛନ୍ତି ହସିନାଙ୍କ ପୁଅ।.ଅନ୍ୟପଟେ ଏହାରି ଭିତରେ ହସିନାଙ୍କ ପୁଅ ସାଜିବ ୱାଜେଦ କହିଛନ୍ତି ବାଂଲାଦେଶରେ ନେତୃତ୍ବର ଅଭାବ ରହିଛି । ଯଦି ନିର୍ବାଚନ ହୁଏ ତେବେ ପୁଣି ଆୱାମୀ ଲିଗ ଲଢ଼ିବ ଓ ନିର୍ବାଚନ ଜିତିବ ମଧ୍ୟ। ଆଜିବି ଜନତାଙ୍କ ସମର୍ଥନ ରହିଛି । ଅନ୍ତରୀଣସରକାର ନିର୍ବାଚନ ପାଇଁ ନିଷ୍ପତ୍ତି ନେଲେ, ମା’ ହସିନା ବାଂଲାଦେଶ ଫେରିବାକୁ ବିଚାର କରିବେ । ଦେଖିବାକୁ ଗଲେ ବାଂଲାଦେଶରେ ନିର୍ବାଚନ ହେଲେ  ବିଏନପି  ଏବଂ ଆୱାମୀ ଲିଗ ମଧ୍ୟରେ କଢା ଟକ୍କର ଦେଖିବାକୁ ମିଳିବ। କୁଆଡେ ବିଏନପି ଦଳ ହେଉଛି ପାକିସ୍ତାନ,ଚୀନର ସମର୍ଥକ। ନିୟମ ଅନୁସାରେ, ୯୦ ଦିନ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏପର୍ଯ୍ୟନ୍ତ ରାଷ୍ଟ୍ରପତି ତାରିଖ ଘୋଷଣା କରିନାହାନ୍ତି। ଯଦି ନିର୍ବାଚନ ହୁଏ ଶେଖ୍ ହସିନା ମଧ୍ୟ ନିର୍ବାଚନ ଲଢିପାରନ୍ତି। ହସିନାଙ୍କ ପୁଅ ସାଜିବ ଏକଥା ମଧ୍ୟ ଦୃଢତାର ସହ ଦାବି କରିଛନ୍ତି, ବାଂଲାଦେଶ ହିଂସା ଷଡଯନ୍ତ୍ର ପଛରେ ପାକିସ୍ତାନ ଆଇଏସଆଇର ହାତ ରହିଛି । ହିଂସାକୁ ଉସୁକାଇବା ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି ।

ଅନ୍ୟପଟେ ଆନ୍ଦୋଳନକାରୀମାନେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିଙ୍କ ଇସ୍ତଫା ଦାବିରେ ବ୍ୟାପକ ହରତାଳ କରିଥିବା ଦେଖିବାକୁ ମିଳିଛି। ବାଂଲାଦେଶର ପିଛା ଛାଡୁନି ହିଂସା,କମିବା ପରିବର୍ତ୍ତେ ସ୍ଥିତି ହେଉଛି ଭୟଙ୍କର। ଆଉ ଏହାରି ଭିତରେ ୫୦୦ରୁ ଅଧିକ ଲୋକଙ୍କର ମଧ୍ୟ ଜୀବନ ଗଲାଣି। ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବ୍ୟାପକ ହିଂସା ଦେଖାଦେଇଛି। ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପଦରୁ ଇସ୍ତଫା ଦେଇସାରିଛନ୍ତି,ଆଗୁଆ ମଧ୍ୟ ନିର୍ବାଚନ ହେବ। ତେବେ ହସିନାଙ୍କ ପୁଅଙ୍କ ପଦକ୍ଷେପ ଆଗକୁ କଣ ରହିବ,ନିଜେ ନିର୍ବାଚନ ଲଢିବେ,ନା ପୁଣି ହସିନା ନିର୍ବାଚନ ମଇଦାନକୁ ଓହ୍ଲାଇବେ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India should lead the world: Hasina's son | Argus News