Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Oil Imports / ରୁଷଠୁ ତେଲ କିଣା କମାଇବ ଭାରତ

Rashmita Mishra
Browse all articles by Rashmita Mishra
·8 months ago·4 min read
ରୁଷଠୁ ତେଲ କିଣା କମାଇବ ଭାରତ

Key Points

ଭାରତ -ରୁଷିଆ ଠାରୁ ତୈଳ ଆମଦାନୀ ହ୍ରାସ କରିବ ବୋଲି ଟ୍ରମ୍ପଙ୍କ ଦାବି
ଚଳିତ ବର୍ଷ ଶେଷ ସୁଦ୍ଧା ୬୦ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ
ଟ୍ରମ୍ପ କହିଲେ ଭାରତ ଓ ଚୀନ ମଧ୍ୟରେ ପରିସ୍ଥିତି ଭିନ୍ନ ଭିନ୍ନ

ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମାକୁ ନେଇ ଜୋରଦାର ଆଲୋଚନା ହେଉଛି। ଚଳିତ ମାସରେ ହେବାକୁ ଥିବା ଆସିଆନ ଶିଖର ସମ୍ମିଳନୀ ପୂର୍ବରୁ ଏହାକୁ ଚୂଡ଼ାନ୍ତ ରୂପ ଦେବାକୁ ଉଦ୍ୟମ କରାଯାଉଛି। ସେହି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଭାବେ ବାଣିଜ୍ୟ ରାଜିନାମା ସମ୍ପର୍କରେ ଘୋଷଣା କରିପାରନ୍ତି। କିନ୍ତୁ ଉଭୟ ନେତା ସେଥିରେ ଅଂଶଗ୍ରହଣ କରିବେ ନା ନାହିଁ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭାରତ ଉପରେ ଆମେରିକା ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ୧୫-୧୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି।

ସୂଚନା ଅନୁଯାୟୀ, ରୁଷ୍‌ରୁ ତେଲ କିଣା କମ୍ କରିବାକୁ ଭାରତ ରାଜି ହୋଇଥିବା ଜଣାପଡ଼ିଛି। ତେବେ ଭାରତ ଆମେରିକାକୁ ରୁଷ୍ ଭଳି ରିହାତି ମାଗିଛି ଯାହାକୁ ଆମେରିକା ଗ୍ରହଣ କିମ୍ବା ଅଗ୍ରାହ୍ୟ କରିନାହିଁ। ତେଲ କିଣା କମ୍ କରିବା ନେଇ ନିଜ ଆଭିମୁଖ୍ୟ ବିଷୟରେ ଭାରତ ରୁଷ୍‌କୁ ଅବଗତ କରିସାରିଛି। ଭାରତ ଏବେ ୩୪ ପ୍ରତିଶତ ତେଲ ରୁଷ୍‌ରୁ ମଗାଉଥିବା ବେଳେ ୧୦ ପ୍ରତିଶତ ଆମେରିକାରୁ କିଣୁଛି। ତେବେ ଆମେରିକାର ଜିଏମ୍ ସୋୟାବିନ ଓ ମକା ବିକ୍ରି ପାଇଁ ଭାରତ ନିଜ ବଜାର ଖୋଲିବାକୁ ରାଜି ହୋଇଛି। ଚୀନ୍‌କୁ ରପ୍ତାନି କମିବା ପରେ ଆମେରିକା ଏବେ ନିଜର ଏହି ଦୁଇ ଉତ୍ପାଦ ପାଇଁ ନୂଆ ବଜାର ସନ୍ଧାନ କରୁଛି। ଇଥାନଲ୍‌ କ୍ରୟକୁ ମଧ୍ୟ ଭାରତ ଅନୁମତି ଦେବ।

ପୂର୍ବରୁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନ ଆଶା ପ୍ରକଟ କରିଥିଲେ ଯେ ଆମେରିକା ଲଗାଇଥିବା ଚଢ଼ା ଶୁଳ୍କ ସମସ୍ୟାର ସମାଧାନ ଦୁଇ ମାସ ଭିତରେ ହୋଇଯିବ। ମୂଳ ପାଲଟା ଟିକସ ପରିମାଣ ୨୫ ପ୍ରତିଶତରୁ ହ୍ରାସ ପାଇ ୧୫ ପ୍ରତିଶତ ପାଖାପାଖି ଖସିଆସିବ। ଏଥି ସହିତ ରୁଷ୍ ତେଲ କିଣୁଥିବାରୁ ଲଗାଯାଇଥିବା ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ମଧ୍ୟ ପ୍ରତ୍ୟାହୃତ ହୋଇଯିବ ବୋଲି ସେ କହିଥିଲେ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ଏପ୍ରିଲ୍‌ରେ ଭାରତ ଉପରେ ୨୫ ପ୍ରତିଶତ ପାଲଟା ଶୁଳ୍କ ଲଗାଇଥିଲେ। ରୁଷ୍‌ରୁ ତେଲ କିଣିଥିବାରୁ ଆଉ ୨୫ ପ୍ରତିଶତର ଅତିରିକ୍ତ ଶୁଳ୍କ ଲଗାଇ ଭାରତକୁ ଚାପରେ ରଖିବାକୁ ଉଦ୍ୟମ କରିଥିଲେ। ମିଳିତ ଭାବେ ଏହି ୫୦ ପ୍ରତିଶତ ଶୁଳ୍କ ଚଳିତ ବର୍ଷ ଅଗଷ୍ଟ ୨୭ରୁ ଲାଗୁ ହୋଇଥିଲା। ଏଥି ସହିତ ବାଣିଜ୍ୟ ରାଜିନାମା ନେଇ ଦୁଇ ଦେଶ ଭିତ‌ରେ ଚାଲିଥିବା ଆଲୋଚନା ହଠାତ୍‌ ବନ୍ଦ ହୋଇଯାଇଥିଲା। କିଛିଦିନ ପରେ ଟ୍ରମ୍ପ ନିଜ ଆଡ଼ୁ ପୁଣି ସମ୍ପର୍କ ସ୍ବାଭାବିକ କରିବାକୁ ଉଦ୍ୟମ କରି ମୋଦୀଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା କରିଥିଲେ। ଫଳରେ ପୁଣି ଥ‌ରେ ଦୁଇ ଦେଶ ଭିତରେ ଆଲୋଚନା ଆରମ୍ଭ ହୋଇଛି। ଭାରତ ତରଫରୁ ବାଣିଜ୍ୟ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଜାତୀୟ ସୁରକ୍ଷା ଉପେଦଷ୍ଟାଙ୍କ କାର୍ଯ୍ୟାଳୟ ତରଫରୁ ଆମେରିକା ସହ ମୁଲଚାଲ କରାଯାଉଛି।ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମାକୁ ନେଇ ଜୋରଦାର ଆଲୋଚନା ହେଉଛି। ଚଳିତ ମାସରେ ହେବାକୁ ଥିବା ଆସିଆନ ଶିଖର ସମ୍ମିଳନୀ ପୂର୍ବରୁ ଏହାକୁ ଚୂଡ଼ାନ୍ତ ରୂପ ଦେବାକୁ ଉଦ୍ୟମ କରାଯାଉଛି। ସେହି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଭାବେ ବାଣିଜ୍ୟ ରାଜିନାମା ସମ୍ପର୍କରେ ଘୋଷଣା କରିପାରନ୍ତି। କିନ୍ତୁ ଉଭୟ ନେତା ସେଥିରେ ଅଂଶଗ୍ରହଣ କରିବେ ନା ନାହିଁ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭାରତ ଉପରେ ଆମେରିକା ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ୧୫-୧୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି।

ସୂଚନା ଅନୁଯାୟୀ, ରୁଷ୍‌ରୁ ତେଲ କିଣା କମ୍ କରିବାକୁ ଭାରତ ରାଜି ହୋଇଥିବା ଜଣାପଡ଼ିଛି। ତେବେ ଭାରତ ଆମେରିକାକୁ ରୁଷ୍ ଭଳି ରିହାତି ମାଗିଛି ଯାହାକୁ ଆମେରିକା ଗ୍ରହଣ କିମ୍ବା ଅଗ୍ରାହ୍ୟ କରିନାହିଁ। ତେଲ କିଣା କମ୍ କରିବା ନେଇ ନିଜ ଆଭିମୁଖ୍ୟ ବିଷୟରେ ଭାରତ ରୁଷ୍‌କୁ ଅବଗତ କରିସାରିଛି। ଭାରତ ଏବେ ୩୪ ପ୍ରତିଶତ ତେଲ ରୁଷ୍‌ରୁ ମଗାଉଥିବା ବେଳେ ୧୦ ପ୍ରତିଶତ ଆମେରିକାରୁ କିଣୁଛି। ତେବେ ଆମେରିକାର ଜିଏମ୍ ସୋୟାବିନ ଓ ମକା ବିକ୍ରି ପାଇଁ ଭାରତ ନିଜ ବଜାର ଖୋଲିବାକୁ ରାଜି ହୋଇଛି। ଚୀନ୍‌କୁ ରପ୍ତାନି କମିବା ପରେ ଆମେରିକା ଏବେ ନିଜର ଏହି ଦୁଇ ଉତ୍ପାଦ ପାଇଁ ନୂଆ ବଜାର ସନ୍ଧାନ କରୁଛି। ଇଥାନଲ୍‌ କ୍ରୟକୁ ମଧ୍ୟ ଭାରତ ଅନୁମତି ଦେବ।

ପୂର୍ବରୁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନ ଆଶା ପ୍ରକଟ କରିଥିଲେ ଯେ ଆମେରିକା ଲଗାଇଥିବା ଚଢ଼ା ଶୁଳ୍କ ସମସ୍ୟାର ସମାଧାନ ଦୁଇ ମାସ ଭିତରେ ହୋଇଯିବ। ମୂଳ ପାଲଟା ଟିକସ ପରିମାଣ ୨୫ ପ୍ରତିଶତରୁ ହ୍ରାସ ପାଇ ୧୫ ପ୍ରତିଶତ ପାଖାପାଖି ଖସିଆସିବ। ଏଥି ସହିତ ରୁଷ୍ ତେଲ କିଣୁଥିବାରୁ ଲଗାଯାଇଥିବା ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ମଧ୍ୟ ପ୍ରତ୍ୟାହୃତ ହୋଇଯିବ ବୋଲି ସେ କହିଥିଲେ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ଏପ୍ରିଲ୍‌ରେ ଭାରତ ଉପରେ ୨୫ ପ୍ରତିଶତ ପାଲଟା ଶୁଳ୍କ ଲଗାଇଥିଲେ। ରୁଷ୍‌ରୁ ତେଲ କିଣିଥିବାରୁ ଆଉ ୨୫ ପ୍ରତିଶତର ଅତିରିକ୍ତ ଶୁଳ୍କ ଲଗାଇ ଭାରତକୁ ଚାପରେ ରଖିବାକୁ ଉଦ୍ୟମ କରିଥିଲେ। ମିଳିତ ଭାବେ ଏହି ୫୦ ପ୍ରତିଶତ ଶୁଳ୍କ ଚଳିତ ବର୍ଷ ଅଗଷ୍ଟ ୨୭ରୁ ଲାଗୁ ହୋଇଥିଲା। ଏଥି ସହିତ ବାଣିଜ୍ୟ ରାଜିନାମା ନେଇ ଦୁଇ ଦେଶ ଭିତ‌ରେ ଚାଲିଥିବା ଆଲୋଚନା ହଠାତ୍‌ ବନ୍ଦ ହୋଇଯାଇଥିଲା। କିଛିଦିନ ପରେ ଟ୍ରମ୍ପ ନିଜ ଆଡ଼ୁ ପୁଣି ସମ୍ପର୍କ ସ୍ବାଭାବିକ କରିବାକୁ ଉଦ୍ୟମ କରି ମୋଦୀଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା କରିଥିଲେ। ଫଳରେ ପୁଣି ଥ‌ରେ ଦୁଇ ଦେଶ ଭିତରେ ଆଲୋଚନା ଆରମ୍ଭ ହୋଇଛି। ଭାରତ ତରଫରୁ ବାଣିଜ୍ୟ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଜାତୀୟ ସୁରକ୍ଷା ଉପେଦଷ୍ଟାଙ୍କ କାର୍ଯ୍ୟାଳୟ ତରଫରୁ ଆମେରିକା ସହ ମୁଲଚାଲ କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Oil Imports | India to Cut Oil Imports from Russia Amid Global Price Shifts | Argus News