Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

India US Relatoin / ଆମେରିକା ପାଇଁ ଭାରତ ସହ ସୁସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ଏସ. ଜୟଶଙ୍କର

Rashmita Mishra
Browse all articles by Rashmita Mishra
·9 months ago·1 min read
ଆମେରିକା ପାଇଁ ଭାରତ ସହ ସୁସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ଏସ. ଜୟଶଙ୍କର

Key Points

ଭାରତ ଉପରେ ଟାରିଫ ହ୍ରାସ ବଡ଼ ସଂକେତ
ଏସ. ଜୟଶଙ୍କରଙ୍କ ସହ ଆଲୋଚନା ପରେ ନିଜେ ଜାରି କଲେ ଭିଡିଓ
ଆମେରିକା ପାଇଁ ଭାରତ ସହ ସୁସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ଏସ. ଜୟଶଙ୍କର

ବଡ଼ ଘୋଷଣାକୁ ଅପେକ୍ଷା । ଭାରତ ଉପରେ ଆମେରିକା ଟାରିଫ ହେବା ହ୍ରାସ କରିବା ନେଇ ବଡ଼ ସଂକେତ ଦେଇଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ । ଗତକାଲି ଜାତିସଂଘ ସଧାରଣ ପରିଷଦ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା ପରେ ଆଜି ଏନେଇ ବିବୃତ୍ତି ରଖିଛନ୍ତି ମାର୍କୋ ରୁବିଓ ।


ରୁଷିଆରୁ ତୈଳ ଆମଦାନୀ ଯୋଗୁ ରାଷ୍ଟ୍ରପତି ଟ୍ରମ୍ପ ଅଗଷ୍ଟ ୨୭ରୁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲାଗୁ କରିଥିଲେ । ଏନେଇ ଗତକାଲି ଏସ ଜୟଶଙ୍କରଙ୍କ ସହ ଫଳପ୍ରଦ ଆଲୋଚନା ହୋଇଥିବା କହିଛନ୍ତି ମାର୍କୋ ରୁବିଓ ।


ଅହୁରି ପଢ଼ନ୍ତୁ: ଭାରତ ପାଇଁ ଖୁସି ଖବର, ଷ୍ଟିଫେନ କହିଲେ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦ୍ବିପାକ୍ଷିକ ଆଲୋଚନାରେ ଭାରତ ଉପରେ ଆମେରିକା ୫୦% ଟିକସ ଲାଗୁ ଏବଂ ଏଚ ୧ବି ଭିସା ଫି ବୃଦ୍ଧି ନେଇ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ଆଲୋଚନା ହୋଇଛି। ଦୁଇ ନେତା ଭାରତ -ଆମେରିକା ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରିଥିଲେ।


ଆଲୋଚନାରେ ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି, ଔଷଧ ଏବଂ ଖଣିଜ ପଦାର୍ଥ ଭଳି କ୍ଷେତ୍ର ଅନ୍ତର୍ଭୁକ୍ତ ରହିଥିଲା । ଟାରିଫ ଉତ୍ତେଜନା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଭାରତ- ଆମେରିକା ସମ୍ପର୍କକୁ ଦୃଢ଼ କରିବା ସମ୍ଭାବନା ରହିଛି । ଭାରତ ଉପରେ ଟାରିଫ ନେଇ ଖୁବଶୀଘ୍ର ଆସିବ ସୁସମ୍ବାଦ ।


ଅଧିକ ପଢ଼ନ୍ତୁ ବିଦେଶ ଖବର

Sponsored
India US Relatoin | India–US Relations Crucial for America, Says S. Jaishankar | Argus News | Argus News