Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତ ଭୟରେ ଆମେରିକାର ଗୋଡ଼ ଧରି ୪୫ କୋଟିର ଲୋଭ ଦେଲା ପାକିସ୍ତାନ

International

Pak Propaganda Busted / ଭାରତ ଭୟରେ ଆମେରିକାର ଗୋଡ଼ ଧରି ୪୫ କୋଟିର ଲୋଭ ଦେଲା ପାକିସ୍ତାନ

Banajyotshna Ray
Browse all articles by Banajyotshna Ray
·4 months ago·2 min read
ଭାରତ ଭୟରେ ଆମେରିକାର ଗୋଡ଼ ଧରି ୪୫ କୋଟିର ଲୋଭ ଦେଲା ପାକିସ୍ତାନ
Pak Propaganda Busted

Key Points

ଭାରତର ଆଟାକ୍‌ ଭୟରେ ଥରିଥିଲା ପାକ୍‌
ଆମେରିକାର ଗୋଡ଼ ଧରିଥିଲା କୋଟି କୋଟି ଟଙ୍କା ଲୋଭ ଦେଖେଇଥିଲା
ବଡ଼ ଖୁଲାସା କଲା ଆମେରିକା କହିଲା ଏମିତି ଏକ ସମୟ ଥିଲା ଯେଉଁଥି ପାଇଁ ପାକିସ୍ତାନ ୬୦ ଥର ଗୋଡ଼ ଧରିଥିଲା ଆମେରିକାର। କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ୨୦୨୫ ମେ’ରେ ଭାରତର ଅପରେସନ ସିନ୍ଦୂରରେ ଥରହର ହୋଇଥିଲା ପାକିସ୍ତାନ । ତୁରନ୍ତ ସଂଘର୍ଷ ରୋକିବା ଲାଗି ପାକିସ୍ତାନ ଆମେରିକାରେ ନିଜର କୂଟନୀତିଜ୍ଞଙ୍କ ଜରିଆରେ ଲବି କରିଥିଲା । ବର୍ତ୍ତମାନ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆମେରିକାର ନ୍ୟାୟ ବିଭାଗରେ ଦାଖଲ ଦସ୍ତାବିଜରୁ ଜଣାପଡ଼ୁଛି ଯେ ପାକିସ୍ତାନୀ କୂଟନୀତିଜ୍ଞମାନେ ଇମେଲ୍, ଫୋନ୍ କଲ୍, ୱାନ-ଟୁ-ୱାନ୍ ବୈଠକ ଜରିଆରେ ଅପରେସନ ସିନ୍ଦୂର ଆରମ୍ଭ ହେବାଠାରୁ ଯୁଦ୍ଧବିରତି ପର୍ଯ୍ୟନ୍ତ ଆଲୋଚନା ଜାରି ରଖିଥିଲେ ।

ଆମେରିକାରେ ଶୀର୍ଷ ପ୍ରଶାସନିକ ଅଧିକାରୀ, ସାଂସଦ, ପେଣ୍ଟାଗନ୍ ଏବଂ ବିଦେଶ ବିଭାଗର ଅଧିକାରୀଙ୍କ ଆଗରେ ପ୍ରାୟ ୬୦ ଥର ଏଥିଲାଗି ଗୁହାରି କରିଥିଲା ବୋଲି ଆମେରିକାର ଫରେନ୍ ଏଜେଣ୍ଟ୍ସ ରେଜିଷ୍ଟ୍ରେସନ ଆକ୍ଟ ପକ୍ଷରୁ ସାର୍ବଜନିନ ହୋଇଥିବା ରିପୋର୍ଟରେ ଦାବି କରାଯାଇଛି । ପାକିସ୍ତାନ କୌଣସି ପ୍ରକାରେ ଆମେରିକା ଦ୍ୱାରା ଚାପ ବଢ଼ାଇ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଥିଲା । ଟ୍ରମ୍ପ୍ ପ୍ରଶାସନ ପର୍ଯ୍ୟନ୍ତ ତ୍ୱରିତ ଭାବେ ପହଞ୍ଚିବା, ବ୍ୟବସାୟ ଏବଂ କୂଟନୈତିକ ନିଷ୍ପତ୍ତିକୁ ପ୍ରଭାବିତ କରିବା ଲାଗି ଲବିଂ ଫାର୍ମ ଉପରେ ପାକିସ୍ତାନ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା ।ଏହି ସମୟରେ ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ବୁଝାମଣା, ଅପରେସନ ସିନ୍ଦୂର ସହ ଜଡ଼ିତ ମିଡିଆ କଭରେଜ ଆଦି ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା ।

ଏହା ବ୍ୟତୀତ ଭାରତୀୟ ଦୂତାବାସ ପକ୍ଷରୁ ଆମେରିକାର ଉପରାଷ୍ଟ୍ରପତି ଜେ.ଡି ଭାନ୍ସ ଏବଂ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ଏକ ବହୁଦଳୀୟ ପ୍ରତିନିଧି ମଣ୍ଡଳ ବୈଠକ କରିବା ଲାଗି ସହାୟତା ମଧ୍ୟ ମଗାଯାଇଥିଲା । ଅନେକ ବୈଠକରେ ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ବାର୍ତ୍ତାର ସ୍ଥିତି ଉପରେ ଆଲୋଚନା ହୋଇଥିଲା ।
ଆମେରିକୀୟ ଲବିଂ ଫାର୍ମ ଏସ୍ଏଚ୍ଡବ୍ଲ୍ୟୁ ପାର୍ଟନର୍ସ ଏଲଏଲସି ବି ନିଜ ରିପୋର୍ଟରେ କହିଛି ଯେ, ଭାରତୀୟ ଦୂତାବାସ ମଧ୍ୟ ଆମେରିକା ସରକାର ଏବଂ ଅଧିକାରୀଙ୍କ ସହ ଯୋଗାଯୋଗ ବଢ଼ାଇବା ଲାଗି ଫାର୍ମର ସେବା ନେଇଥିଲେ । ଟ୍ରମ୍ପ୍ ପ୍ରଶାସନ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ଏହି ଫାର୍ମ ଭାରତୀୟ ଦୂତାବାସକୁ ସହାୟତା କରିଥିଲା ।

ଏଥିସହ ପଢ଼ନ୍ତୁ: ଏବେଠୁ ହିଁ କରନ୍ତୁ ରିଲ୍ସ, ୧୦ ହଜାର ଭ୍ୟୁରେ ମିଳୁଛି ଏତେ ଟଙ୍କା...

ଏଫ୍ଏଆଇଆର ଦିଆଯାଇଥିବା ତଥ୍ୟ ଅନୁସାରେ, ମେ’ ୧୦ରେ ଏହି ଫାର୍ମ ଭାରତୀୟ ଦୂତାବାସ ପକ୍ଷରୁ ହ୍ୱାଇଟ୍ ହାଉସ୍ର ଚିଫ୍ ଅଫ୍ ଷ୍ଟାଫ୍ ସୁସି ୱାଇଲ୍ସ, ଆମେରିକୀୟ ଟ୍ରେଡ୍ ରିପ୍ରେଜେଣ୍ଟେଟିଭ ଜେମିସନ ଗ୍ରୀର ଏବଂ ନ୍ୟାସନାଲ ସିକ୍ୟୁରିଟି କାଉନ୍ସିଲର ରିକି ଗିଲ୍‌ଙ୍କ ସହ ସମ୍ପର୍କ କରାଯିବାରେ ସାହାଯ୍ୟ କରିଥିଲା । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଆମେରିକା ଏବେ ଏକଥା କାହିଁକି ଉଠାଉଛି। ବଡ଼ କଥା ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଧା ସିଧା କହିଛନ୍ତି ଯେ, ସେ ଦୁନିଆରେ ବିଶ୍ୱରେ ସବୁଠୁ ଶୀର୍ଘ ଦେଶରେ ରହିବେ। ତେଣୁ ଯାହାକୁ ଦୃଷ୍ଟିରେ ରଖି ସେ କିଛି ବି କରିପାରନ୍ତି। ବର୍ତ୍ତମାନ ଗତ କିଛି ଦିନ ତଳେ ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଉଠାଇ ଆଣିଥିଲେ ଆମେରିକା ରାଷ୍ଟ୍ରପତି। ଏହା ପରେ ଆମେରିକାର ଟାର୍ଗେଟ ଇରାନ ଉପରେ। ତେବେ କଣ ଇରାନ୍‌ ପରେ ପାକିସ୍ତାନ ଉପରେ ଆଟାକ୍‌ କରିବ କି ଆମେରିକା ?

ଅଧିକ ପଢ଼ନ୍ତୁ ବିଦେଶ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pak Propaganda Busted | DoJ documents claim Islamabad spent ₹45 cr on 6 American firms lobbying to stop the Indian operation | Argus News | Argus News