Trade / ଭାରତ-ଆମେରିକା ଲାଭଦାୟକ ବାଣିଜ୍ୟ ଚୁକ୍ତି ସମ୍ଭାବନା

Key Points
ଖୁବଶୀଘ୍ର ଭାରତ-ଆମେରିକା ପାରସ୍ପରିକ ଲାଭଦାୟକ ବାଣିଜ୍ୟ ଚୁକ୍ତି ସମ୍ଭାବନା
ଖୁବଶୀଘ୍ର ଭାରତ-ଆମେରିକା ପାରସ୍ପରିକ ଲାଭଦାୟକ ବାଣିଜ୍ୟ ଚୁକ୍ତି ସମ୍ଭାବନା । ନ୍ୟୁୟର୍କରେ ଅନୁଷ୍ଠିତ ବାଣିଜ୍ୟ ବୈଠକରେ ଯୋଗଦେବେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସମେତ ବାଣିଜ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଅଗ୍ରୱାଲ ଏବଂ ଅନ୍ୟ ଅଧିକାରୀ । ଆସନ୍ତାକାଲି ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରତିନିଧିମଣ୍ଡଳୀ ଆମେରିକା ଗସ୍ତ କରିବେ । ଆମେରିକା ବାଣିଜ୍ୟ ପ୍ରତିନିଧି ମଣ୍ଡଳୀ ସେପ୍ଟେମ୍ବର ୧୬ରେ ନୂଆଦିଲ୍ଲୀରେ ବାଣିଜ୍ୟ ବୈଠକରେ ଯୋଗ ଦେଇଥିଲେ ।
ଟାରିଫକୁ ନେଇ ହୋଇଥିଲା ସକାରାତ୍ମକ ଆଲୋଚନା । ପାରସ୍ପରିକ ଲାଭଦାୟକ ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଆମେରିକାରେ ବୈଠକ ହେବାକୁ ଯାଉଛି । ଆମେରିକା ନିକଟରେ ଭିସା ନିୟମ ଏବଂ ଫିରେ ପରିବର୍ତ୍ତନ ଘୋଷଣା କରିଥିବାବେଳେ ବାଣିଜ୍ୟ ବୈଠକରେ ଏନେଇ ମଧ୍ୟ ଆଲୋଚନା ସମ୍ଭାବନା ରହିଛି ।