Videos
|
International

ଖୁବଶୀଘ୍ର ହେବାକୁ ଯାଉଛି ଭାରତ-ଆମେରିକା ଟ୍ରେଡ ଡିଲ୍

Banajyotshna Ray
Browse all articles by Banajyotshna Ray
·10 months ago·1 min read
ଖୁବଶୀଘ୍ର ହେବାକୁ ଯାଉଛି ଭାରତ-ଆମେରିକା ଟ୍ରେଡ ଡିଲ୍

Key Points

ଭାରତ ସହ ସମ୍ପର୍କ ସୁଧାରିବାକୁ ଟ୍ରମ୍ପ ବ୍ୟାକୁଳ । ଖୁବଶୀଘ୍ର ହେବାକୁ ଯାଉଛି ଭାରତ-ଆମେରିକା ଟ୍ରେଡ ଡିଲ୍

ଭାରତ ସହ ସମ୍ପର୍କ ସୁଧାରିବାକୁ ଟ୍ରମ୍ପ ବ୍ୟାକୁଳ । ଖୁବଶୀଘ୍ର ହେବାକୁ ଯାଉଛି ଭାରତ-ଆମେରିକା ଟ୍ରେଡ ଡିଲ୍ । ଟାରିଫକୁ ନେଇ ବିବାଦ ମଧ୍ୟରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଆମେରିକା ପ୍ରତିନିଧି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଇଁ ଟ୍ରମ୍ପଙ୍କ ଆଗ୍ରହ ପ୍ରକାଶ ପରେ ଆଜି ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ରାଜିନାମା ସ୍ବାକ୍ଷରିତ ହେବା ସମ୍ଭାବନା ରହିଛି। ଦୁଇ ଦେଶ ମଧ୍ୟରେ ନଷ୍ଟ ହୋଇଥିବା ସମ୍ପର୍କକୁ ସୁଧାରିବାକୁ ଟ୍ରମ୍ପ ପଦକ୍ଷେପ ନେଇଛନ୍ତି। ନିକଟରେ ଟ୍ରମ୍ପ ପିଏମ ମୋଦିଙ୍କୁ ତାଙ୍କର ପ୍ରିୟ ବନ୍ଧୁ ବୋଲି କହିଥିଲେ। ମୋଦି ମଧ୍ୟ ଟ୍ରମ୍ପଙ୍କ ମନ୍ତବ୍ୟର ଉତ୍ତର ଦେଇଥିଲେ।


ଏହାପରେ ଟ୍ରମ୍ପ ବାଣିଜ୍ୟିକ ରାଜିନାମା ପାଇଁ ଏକ ଟିମ୍ ଭାରତକୁ ପଠାଇଛନ୍ତି। ଭାରତ ରୁଷିଆଠାରୁ ତୈଳ ଆମଦାନୀ ବନ୍ଦ ନ କରିବାରୁ ଭାରତ-ଆମେରିକା ବାଣିଜ୍ୟିକ ରାଜିନାମା ଆଗକୁ ବଢ଼ିବ ନାହିଁ ବୋଲି ଟ୍ରମ୍ପ ପୂର୍ବରୁ ଚେତାବନୀ ଦେଇଥିଲେ। ରୁଷିଆଠାରୁ ତୈଳ ଆମଦାନୀ କାରଣ ଦର୍ଶାଇ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ସହ ମୋଟ ୫୦ ପ୍ରତିଶତ ଟାରିଫ ଲାଗୁ କରିଥିଲେ ଟ୍ରମ୍ପ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Upcoming India-US Trade Deal: What to Expect | Argus News | Argus News