INDIA vs PAK: ଆତଙ୍କୀ ହମଲାକୁ ଘର କଳି କହିଲେ ଅଖତର, ଜବାବ ଦେଲେ ୟୁଜର୍ସ..

Key Points
ଭାରତର ସହଜ ବିଜୟ, ଧୂଳି ଚାଟିଲା ପାକିସ୍ତାନ
ହାତ ମିଳାଇବାକୁ ଚାହିଁ ରହିଲା ସିନା ଅନେଇଲେନି ଭାରତୀୟ ଖେଳାଳି
କଳି ଭୁଲି ଆଗକୁ ବଢ଼ିବାକୁ ଚାହୁଁଛି ପାକିସ୍ତାନ, କିନ୍ତୁ ଭାରତ ଭୁଲିନି ଆତଙ୍କୀ ହମଲା
ନିରାଶ ହେଲା ପାକିସ୍ତାନ । ହାତ ମିଳାଇଲେନି ଭାରତୀୟ ଖେଳାଳି। ପାକ୍ ପ୍ଲେୟର୍ସ ଅପେକ୍ଷା କରିଥିଲେ କିନ୍ତୁ ମୁହଁ କୁ ବି ଅନାଇଲେନି ସୂର୍ଯ୍ୟ ସେନା । ହାରିବା ପରେ ଏବେ ଭାରତୀୟ ଖେଳାଳିଙ୍କ ଏ ବିରୋଧକୁ ଦେଖି ପାକିସ୍ତାନ ନିରାଶ । ଗତକାଲି ଦୁବାଇରେ ଅନୁଷ୍ଠିତ ହୋଇଥିଲା ହାଇଭୋଲଟେଜ୍ ମ୍ୟାଚ୍ । ମୁହାଁ ମୁହିଁ ହୋଇଥିଲେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକ୍ ।
ତେବେ ପହଲଗାମ ଆତଙ୍କୀ ହମଲା ପରେ ଦେଶରେ ପାକିସ୍ତାନ ପ୍ରତି ଲୋକଙ୍କ ଘୃଣାଭାବ ବଢ଼ିଛି । ଯାହାକି ଗତକାଲି ମ୍ୟାଚରେ ବି ଦେଖିବାକୁ ମିଳିଛି । ଆତଙ୍କୀଙ୍କୁ ସେମାନଙ୍କ ଭାଷାରେ ଦେଶର ସେନା ଜବାବ ଦେଇସାରିଥିବା ବେଳେ, ପାକ କ୍ରିକେଟ୍ ଟିମକୁ ମଧ୍ୟ ପଡ଼ିଆରେ ପରାଜୟର ସ୍ବାଦ ଚଖାଇସାରିଛି ଭାରତ । ପାକ ବିପକ୍ଷ ମ୍ୟାଚରେ ଭାରତ ସହଜ ବିଜୟ ହାସଲ କରିଛି । ପାକକୁ ୭ ୱିକେଟରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଆଉ ପରାସ୍ତ କରିବା ପରେ ଯାହା ଘଟିଥିଲା ଏହାକୁ ହିଏ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ।
📱 Get Argus News App
✨ମ୍ୟାଚରେ ବିଜୟ ହାସଲ କରିବା ପରେ, ସୂର୍ଯ୍ୟକୁମାର ଯାଦବ ଏବଂ ତାଙ୍କ ପୂରା ଟିମ୍ ସିଧା ଡ୍ରେସିଂ ରୁମକୁ ଯାଇଥିଲେ । ହେଲେ ପାକିସ୍ତାନ ପ୍ଲେୟର୍ସ ପାରମ୍ପରିକ ଭାବେ ହାତ ମିଳାଇବାକୁ ଅନାଇ ରହିଥିଲେ । ପାକ୍ ଟିମ୍ ସହ ହାତ ମିଳାଇବା ତ ଦୂରର କଥା ସେମାନଙ୍କ ମୁହଁକୁ ବି ଅନାଇନଥିଲେ ଭାରତୀୟ ଖେଳାଳି । ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି ପାକର ପୂର୍ବତନ ଖଳାଳି ସୋଏବ୍ ଅଖତର । ସେ କହିଛନ୍ତି "ମୁଁ ନିର୍ବାକ୍, ନିରାଶ । ମୁଁ ଜାଣିପାରୁନି କଣ କହିବି। କ୍ରିକେଟକୁ ନେଇ ରାଜନୀତି କରନାହିଁ । ମୁଁ ବହୁତ କିଛି କହି ପାରିବି । ଝଗଡ଼ା ସବୁଠି ହୁଏ, ତୁମ ଘରେ ମଧ୍ୟ ହେଉଛି, ଏହାକୁ ଭୁଲିଯାଅ ଓ ଆଗକୁ ବଢ଼"..
ତେବେ ଅଖତରଙ୍କ ଏ ବୟାନ ପରେ ଭାରତୀୟମାନେ ମଧ୍ୟ ଦୃଢ଼ ଜବାବ ରଖିଛନ୍ତି । ଘର କଳି ଏବଂ ଆତଙ୍କୀ ହମଲା ମଧ୍ୟରେ କି ପାର୍ଥକ୍ୟ ଥାଏ ତାହା ଅଖତରଙ୍କୁ ଜଣାଇଛନ୍ତି ଭାରତୀୟ ୟୁଜର୍ସ । ଏହାଛଡ଼ା କିଛି ୟୁଜର୍ସ ଲେଖିଛନ୍ତି ଘର ମଧ୍ଯର କଳି ଓ ଦେଶର ନାଗରିକଙ୍କ ଉପରେ ଆଟାକ୍ କରି ଜୀବନ ନେବା ସମାନ ନୁହେଁ । ଭାରତୀୟ ଟିମ ଯାହା ବି କରିଛନ୍ତି ଉଚିତ୍ କରିଛନ୍ତି । ଆତଙ୍କବାଦୀଙ୍କୁ ପ୍ରଶୟ ଦେଉଥିବା ରାଷ୍ଟ୍ର ସହ ଭାରତ ହାତ ନ ମିଳାଇବା ଉଚିତ ।
ପହଲଗାମ ଆତଙ୍କୀ ହମଲା, ଅପରେସନ ସିନ୍ଦୂର ପରେ ଭାରତ-ପାକ୍ ମ୍ୟାଚ୍ ନ ଖେଳାଯାଉ ଏହା ସମସ୍ତେ ଚାହୁଁଥିଲେ । ଭାରତରେ ମ୍ୟାଚକୁ ବୟକଟ୍ ଟ୍ରେଣ୍ଡ୍ ବି ଦେଖିବାକୁ ମିଳିଥିଲା । ପାକ୍ ବିପକ୍ଷ ଏହି ମ୍ୟାଚରେ ଟିକେଟ୍ ବିକ୍ରିରେ ବି ମାନ୍ଦାବସ୍ଥା ଦେଖିବାକୁ ମିଳିଥିଲା । ଆଉ ଏତେ ସବୁ ମଧ୍ୟରେ ଭାରତୀୟ ଖେଳାଳିଙ୍କ ପାକିସ୍ତାନ ଉପରେ ବିଜୟ ଦେଶରେ ଖୁସିର ମାହୋଲ ଆଣିଦେଇଛି ।