ଲେବାନନ୍ ଯାତ୍ରା ନକରିବାକୁ ଭାରତ ସରକାରଙ୍କ ତରଫରୁ ନିର୍ଦ୍ଦେଶ

ଅର୍ଗସ ବ୍ୟୁରୋ: ଲେବାନନ୍ ରେ ଯୁଦ୍ଧର ଭୟଙ୍କର ପରିସ୍ଥିତି ଭିତରେ ଭାରତୀୟ ନାଗରିକଙ୍କୁ ଲେବାନନ୍ ଯାତ୍ରା ନକରିବାକୁ ଭାରତ ସରକାରଙ୍କ ତରଫରୁ ନିର୍ଦେଶ ଦିଆଯାଇଛି । ଯେଉଁମାନେ ପୁର୍ବରୁ ଲେବାନନ୍ ରେ ରହିଛନ୍ତି ସେମାନଙ୍କୁ ଲେବାନନ୍ ର ଇଣ୍ଡିଆନ୍ ଏମକୁ ତୁରନ୍ତ ଯୋଗାଯୋଗ କରିବାକୁ ଏମ୍ବାସି ପକ୍ଷରୁ ନିର୍ଦେଶ ଦିଆଯାଇଛି ।
ଏହା ସହିତ ଭାରତୀୟ ନାଗରିକମାନଙ୍କୁ ମଧ୍ୟ ଲେବାନନରେ ସେମାନଙ୍କର ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇବାକୁ ପରାମର୍ଶ ଦିଆଯାଇଛି । ଇମେଲ, ଜରୁରୀକାଳୀନ ନମ୍ବର ମାଧ୍ୟମରେ ସେମାନେ ବେରୁଟରେ ଥିବା ଭାରତର ଦୂତାବାସ ସହିତ ଯୋଗାଯୋଗରେ ରହିବା ପାଇଁ ଆଡଭାଇଜରି ଜାରି କରାଯାଇଛି ।
ଇସ୍ରାଏଲ ଓ ଲେବାନନ୍ ମଧ୍ୟରେ ଲଢେଇ ଭୟଙ୍କର ରୂପ ଧାରଣ କରୁଛି ଏବଂ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନା ଚରମରେ ପହଞ୍ଚିଛି । ଏଭଳି ସ୍ଥିତିରେ ବେରୁତସ୍ଥିତ ଭାରତୀୟ ଦୂତାବାସ ଲେବାନନ୍ ରେ ରହୁଥିବା ସମସ୍ତ ଭାରତୀୟ ନାଗରିକ ତୁରନ୍ତ ଦେଶ ଛାଡିବାକୁ ପରାମର୍ଶ ଦେଇଛି ।