Indian Passport / ବିନା ଭିସାରେ ଯାଇପାରିବେ ପାକିସ୍ତାନ ଏବଂ ବାଂଲାଦେଶ !
·6 months ago·2 min read

Key Points
୫୫ ଦେଶରେ ଭିସା ଫ୍ରି
୯୫ତମ ସ୍ଥାନରେ ପାକିସ୍ତାନ ଏବଂ ବାଂଲାଦେଶ
୯୫ତମ ସ୍ଥାନରେ ପାକିସ୍ତାନ ଏବଂ ବାଂଲାଦେଶ
ଭିସା ଫ୍ରି ଦେଶ। ଯେଉଁଠି ଆପଣଙ୍କୁ ବିନା ଭିସାରେ ଯାଇ ବୁଲିପାରିବେ। ଆଜ୍ଞା ହଁ, ଗୋଟେ କି ଦୁଇଟି ନୁହେଁ, ପାଖେପାଖି ୫୫ଟି ଦେଶ ରହିଛି ଯେଉଁଠିକି ଆପଣ ବିନା ଭିସାରେ ଯାଇପାରିବେ। ଭାରତୀୟ ପାସପୋର୍ଟଧାରୀ ୫୫ଟି ଦେଶରେ ଭିସା-ମୁକ୍ତ ପ୍ରବେଶ କରିପାରିବେ । ଗତ ବର୍ଷ ଏହି ସଂଖ୍ୟା ୫୭ ଥିଲା । ୨୦୦୬ ମସିହାରେ ଭାରତ ପାସପୋର୍ଟ ୭୧ତମ ସ୍ଥାନରେ ଥିଲା । କିନ୍ତୁ ସେବେଠାରୁ ଏହା ହ୍ରାସ ପାଇଛି। ଏହା ଏବେ ମଧ୍ୟମ ସ୍ତରରେ ଅଛି । ସିଙ୍ଗାପୁରର ପାସପୋର୍ଟ ସବୁଠାରୁ ଶକ୍ତିଶାଳୀ । ସିଙ୍ଗାପୁରର ଲୋକମାନେ ୧୯୨ଟି ଦେଶକୁ ଭିସା ମୁକ୍ତ ପ୍ରବେଶ କରିପାରୁଛନ୍ତି ।
୧୭୯ଟି ଦେଶକୁ ଭିସାମୁକ୍ତ ପ୍ରବେଶ ପ୍ରଦାନ କରୁଥିବା ଆମେରିକାର ପାସପୋର୍ଟ ଏହି ରାଙ୍କିଂରେ ୧୦ମ ସ୍ଥାନକୁ ଫେରି ଆସିଛି। ଗତ ବର୍ଷ, ଆମେରିକା ଶ୍ରେଷ୍ଠ ୧୦ ରୁ ଖସି ଦ୍ୱାଦଶ ସ୍ଥାନକୁ ଖସି ଆସିଥିଲା। ସେପଟେ ପାକିସ୍ତାନ ଏବଂ ବାଂଲାଦେଶ ମିଳିତ ଭାବରେ ୯୫ତମ ସ୍ଥାନରେ ଅଛନ୍ତି । ଆଫଗାନିସ୍ତାନର ସବୁଠାରୁ ଦୁର୍ବଳ ପାସପୋର୍ଟ । ଏହା ୧୦୧ତମ ସ୍ଥାନରେ ରହିଛି। ଆଫଗାନମାନେ କେବଳ ୨୪ଟି ଦେଶକୁ ଯାତ୍ରା କରିପାରିବେ।ହେନଲି ପାସପୋର୍ଟ ଇଣ୍ଡେକ୍ସ ୨୦୨୬ ତାଲିକା ପ୍ରକାଶ ପାଇଛି । ଭାରତୀୟ ପାସପୋର୍ଟର ରାଙ୍କିଂରେ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ହୋଇଛି । ଭାରତୀୟ ପାସପୋର୍ଟ ବର୍ତ୍ତମାନ ୮୦ତମ ସ୍ଥାନରେ ଅଛି ।
ଏଥିସହ ପଢ଼ନ୍ତୁ: କେତେ ସମ୍ପତ୍ତିର ମାଲିକାଣୀ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପ୍ଟେନ, କେଉଁଠୁ ଆଣନ୍ତି ଏତେ ଟଙ୍କା ?
ଗତ ବର୍ଷ (୨୦୨୫) ୮୫ତମ ସ୍ଥାନରେ ଥିଲା। ଏହାର ଅର୍ଥ ହେଉଛି, ଗୋଟିଏ ବର୍ଷ ମଧ୍ୟରେ ଭାରତୀୟ ପାସପୋର୍ଟର ରାଙ୍କିଂ ଉପରକୁ ଉଠିଛି । ୫ଟି ସ୍ଥାନ ଆଗକୁ ଯାଇଛି ଭାରତୀୟ ପାସପୋର୍ଟ । ନାଇଜର ଏବଂ ଆଲଜେରିଆ ୮୫ତମ ସ୍ଥାନରେ ଅଛନ୍ତି ।ଜାପାନ ଏବଂ ଦକ୍ଷିଣ କୋରିଆ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଏହି ଦେଶକୁ ୧୮୮ଟି ଦେଶରେ ଭିସା ମୁକ୍ତ ପ୍ରବେଶ ମିଳିପାରୁଛି । ଡେନମାର୍କ, ସ୍ୱିଜରଲ୍ୟାଣ୍ଡ, ସ୍ୱିଡେନ, ସ୍ପେନ ଏବଂ ଲକ୍ସେମବର୍ଗ ତୃତୀୟ ସ୍ଥାନରେ ଅଛନ୍ତି । ବିନା ଭିସାରେ ଏହି ଦେଶର ଲୋକମାନେ ୧୮୬ଟି ଦେଶକୁ ପ୍ରବେଶ କରିପାରୁଛନ୍ତି । ଏହି ତାଲିକାରେ ସବୁଠାରୁ ଭଲ ପ୍ରଦର୍ଶନ କରିଛି ୟୁଏଇ । ୨୦୦୬ ପରଠାରୁ ପ୍ରଥମ ଥର ୟୁଏଇ ୫୭ ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ପହଞ୍ଚିଛି । ତେବେ ବୁଲିବାକୁ ସମସ୍ତେ ପସନ୍ଦ କରନ୍ତି ଏବଂ ନିଜ ଫ୍ୟାମିଲି ସହିତ ଯିବା ପାଇଁ ଚାହାଁନ୍ତି। କିନ୍ତୁ ଭିସା ପାଇଁ କେତେକ ଏହି ପ୍ଲାନରୁ ଓହରି ପଡ଼ିଥାନ୍ତି। ଏବେ ଆପଣ ବିନା ଟେନସନରେ ଏହି ସମସ୍ତ ସ୍ଥାନକୁ ଯାଇ ବୁଲିପାରିବେ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories