Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବସକୁ ଅପେକ୍ଷା କରିଥିବାବେଳେ ଦେହରେ ବାଜିଲା ଗୁଳି

International

ବସକୁ ଅପେକ୍ଷା କରିଥିବାବେଳେ ଦେହରେ ବାଜିଲା ଗୁଳି

Smruti Parija
Browse all articles by Smruti Parija
·1 year ago·1 min read
ବସକୁ ଅପେକ୍ଷା କରିଥିବାବେଳେ ଦେହରେ ବାଜିଲା ଗୁଳି

କାନାଡ଼ାରେ ଭାରତୀୟ ଛାତ୍ରୀଙ୍କୁ ଗୁଳି କରି ହତ୍ୟା । ଛାତ୍ରୀ ଜଣକ ହାମିଲଟନସ୍ଥିତ ଏକ ବସ୍‌ ଷ୍ଟପରେ ଛିଡ଼ା ହୋଇଥିବାବେଳେ ଗୁଳି ତାଙ୍କ ଶରୀରରେ ବାଜିଥିଲା । ମୃତ ଛାତ୍ରୀଙ୍କ ନାଁ ହରସିମରତ ରନ୍ଧଓ୍ବା । ତାଙ୍କ ବୟସ ୨୧ ବର୍ଷ । ସେ ମୋହାକ କଲେଜରେ ଅଧ୍ୟୟନ କରୁଥିଲେ। ବୁଧବାର ସନ୍ଧ୍ୟାରେ ହରସିମରତ ବସକୁ ଅପେକ୍ଷା କରି ଛିଡ଼ା ହୋଇଥିବା ସମୟରେ ଦୁଇ ଜଣ ଗାଡ଼ି ଚାଳକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ସେମାନେ ପରସ୍ପରଙ୍କୁ ଗୁଳିମାଡ଼ କରିଥିଲେ ।


ସେଥିରୁ ଗୋଟିଏ ଗୁଳି ହରସିମରତଙ୍କ ଶରୀରରେ ବାଜିଥିଲା । ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗଣ୍ଡଗୋଳ ମଧ୍ୟରେ ଗୁଳି ପାଖରେ ଥିବା ଘର ଗୁଡିକରେ ମଧ୍ୟ ବାଜିଥିଲା । ଘରେ ଲୋକେ ଟିଭି ଦେଖୁଥିବାବେଳେ ସୌଭାଗ୍ୟ ବସତଃ କାହା ଦେହରେ ବାଜି ନଥିଲା । ଗୁଳିଟି ଝରକାରେ ବାଜିଥିଲା ।


ଟରୋଣ୍ଟୋରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ ହରସିମରତ ରନ୍ଧୱାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ସେ କହିଛନ୍ତି ଭାରତୀୟ ଛାତ୍ରୀ ଜଣଙ୍କ ନିର୍ଦ୍ଧୋଶ । ଭୁଲ୍ ବସତଃ ସେ ସ୍ଥାନରେ ଥିବାରୁ ତାଙ୍କ ଦେହରେ ଗୁଳି ବାଜିଥିଲା । ତଦନ୍ତ କରାଯାଉଛି । ମୃତ ଛାତ୍ରୀଙ୍କ ପରିବାର ସହ ଆମେ ସଂପର୍କରେ ଅଛୁ । ଆମ ତରଫରୁ ସମସ୍ତ ପ୍ରକାରର ସହଯୋଗ କରାଯିବ ।

Argus Whatsapp Channel Mobile Top
Sponsored
indian-student-in-canada-harsimrat-randhawa-shot-dead | Argus News