Videos
|
International

Indians Deboard Emirates Plane / H-1B ଭିସା ରେଟ୍ ବଢ଼ିଲା, ଫ୍ଲାଇଟ୍‌ରୁ ଓହ୍ଲାଇପଡ଼ିଲେ ଭାରତୀୟ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
H-1B ଭିସା ରେଟ୍ ବଢ଼ିଲା, ଫ୍ଲାଇଟ୍‌ରୁ ଓହ୍ଲାଇପଡ଼ିଲେ ଭାରତୀୟ

Key Points

ଦେଶରେ ପୁନଃ ପ୍ରବେଶ କରିବାରେ କୌଣସି ସମସ୍ୟାକୁ ଏଡାଇବା ପାଇଁ ବର୍ତ୍ତମାନ ଆମେରିକା ବାହାରେ ଥିବା ଯେକୌଣସି କର୍ମଚାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଫେରିବାକୁ କୁହାଯାଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ H-1B ଓ୍ୱାର୍କର ଭିସା ରେଟ୍‌ ବଢ଼ାଇ ଦେଇଛନ୍ତି । ସେ ଗୋଟିଏ ଭିସା ପାଇଁ ଲକ୍ଷେ ଡଲାର ବା ୮୩ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କହିଛନ୍ତି । ଟ୍ରମ୍ପଙ୍କ ଏଭଳି ଘୋଷଣା ପରେ ଆମେରିକାରୁ ଭାରତକୁ ଆସୁଥିବା ଏକ ଏମିରେଟ୍ସ ବିମାନରେ ପୂରା ହଙ୍ଗାମା ଆରମ୍ଭ ହୋଇଗଲା । ଅନେକ ଭାରତୀୟ ଯାତ୍ରୀ ହଠାତ୍ ସାନ ଫ୍ରାନ୍ସିସ୍କୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ାଣ ପୂର୍ବରୁ ବିମାନରୁ ଓହ୍ଲାଇ ପଡ଼ିଥିଲେ, ଯାହା ଫଳରେ ବିମାନ ପ୍ରାୟ ତିନି ଘଣ୍ଟା ବିଳମ୍ବ ହୋଇଥିଲା।

ଏମିରେଟ୍ସ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନେ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସ୍ପଷ୍ଟ ଭାବେ ଦେଖାଯାଉଛି, ଟ୍ରମ୍ପଙ୍କ ଏହି ନୂଆ ନିୟମ ଲାଗୁ ଯୋଗୁଁ ବିମାନ ଭିତରେ ଡର ଏବଂ ଦ୍ୱନ୍ଦ୍ୱ ଭିତରେ ଛନ୍ଦି ହୋଇ ରହିଛନ୍ତି ଯାତ୍ରୀ । ଏକ ଭିଡିଓରେ, ବିମାନର କ୍ୟାପ୍ଟେନ୍ ଯାତ୍ରୀମାନଙ୍କୁ କହୁଥିବା ଦେଖାଯାଉଛି ଯେ ପରିସ୍ଥିତି ଅତ୍ୟନ୍ତ ଅସ୍ୱାଭାବିକ ଏବଂ ଉତ୍ତେଜନାପୂର୍ଣ୍ଣ ହୋଇଥିବାରୁ ସେମାନେ ଚାହିଁଲେ ବିମାନ ଛାଡ଼ି ପଳାଇ ଯାଇପାରିବେ। କ୍ୟାପ୍ଟେନ୍ କହିଛନ୍ତି, "ଯଦି କେହି ବିମାନରୁ ଓହ୍ଲାଇବାକୁ ଚାହାଁନ୍ତି, ତେବେ ସେମାନେ ଓହ୍ଲାଇ ପାରିବେ।"

ଏହି ସମ୍ପୂର୍ଣ୍ଣ ଘଟଣା ଯାତ୍ରୀମାନଙ୍କ ମଧ୍ୟରେ ଭୟ ଏବଂ ଚିନ୍ତା ସୃଷ୍ଟି କରିଥିଲା। ଜଣେ ସୋସିଆଲ ମିଡିଆ ୟୁଜର କହିଛନ୍ତି ଯେ ପରିସ୍ଥିତି ସମ୍ପୂର୍ଣ୍ଣ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା ଏବଂ ଲୋକମାନେ ପରବର୍ତ୍ତୀ ସମୟରେ କ'ଣ ହେବ ସେ ବିଷୟରେ ଚିନ୍ତିତ ଥିଲେ। ଏହି ଦ୍ୱନ୍ଦ୍ୱ ଯୋଗୁଁ ଅନେକ ଯାତ୍ରୀ ବିମାନରୁ ଓହ୍ଲାଇ ପଡ଼ିଥିଲେ ଏବଂ ନିଜ ଯାତ୍ରା ବାତିଲ କରିଥିଲେ।

ଟ୍ରମ୍ପ୍ ନୂତନ ଆଦେଶରେ କହିଛନ୍ତି ଯେ H-1B ଭିସା କାର୍ଯ୍ୟକ୍ରମ ହାଇ-ସ୍କିଲଡ୍‌ ଏବଂ ଅଭିଜ୍ଞ ଶ୍ରମିକଙ୍କୁ ଆମେରିକା ଆଣିବା ପାଇଁ ଉଦ୍ଦିଷ୍ଟ ଥିଲା, କିନ୍ତୁ ଏହାର ଅପବ୍ୟବହାର ଯୋଗୁଁ ଆମେରିକୀୟ ଶ୍ରମିକଙ୍କ ରୋଜଗାର ପ୍ରଭାବିତ ହେଉଛି । ତେଣୁ ଏହି କାରଣରୁ ନୂଆ ଶୁଳ୍କ ଲାଗୁ କରାଯାଇଛି । ଏହା ଦ୍ୱାରା କମ ବେତନ ଏବଂ କମ କୁଶଳୀ ଶ୍ରମିକ ଆମେରିକାକୁ ଆସିବାକୁ ସାହସ କରିବେ ନାହିଁ । ତାଙ୍କ ସ୍ଥାନରେ ଆମେରିକାର ଉନ୍ନତ ପ୍ରତିଭାଙ୍କୁ ସୁଯୋଗ ମିଳିପାରିବ । ତେଣୁ ଏହି ଯୋଜନା କରାଯାଇଛି ।

ଆମେରିକୀୟ ଟେକ୍ କମ୍ପାନୀଗୁଡ଼ିକରେ ଚହଳ

ମେଟା ଏବଂ ମାଇକ୍ରୋସଫ୍ଟ ସେମାନଙ୍କର କର୍ମଚାରୀମାନଙ୍କୁ ଆମେରିକା ଫେରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରମ୍ପ ପ୍ରଶାସନର ଏହି ନିଷ୍ପତ୍ତି ପରେ ଆମେରିକୀୟ ଟେକ୍ କମ୍ପାନୀଗୁଡ଼ିକ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି । ମେଟା ଏବଂ ମାଇକ୍ରୋସଫ୍ଟ ସେମାନଙ୍କର H-1B ଭିସା ଧାରକ କର୍ମଚାରୀମାନଙ୍କୁ ଅତି କମରେ ୧୪ ଦିନ ପର୍ଯ୍ୟନ୍ତ ଆମେରିକାରୁ ବାହାରକୁ ନଳଯିବାକୁ ପରାମର୍ଶ ଦେଇଛନ୍ତି । ଦେଶରେ ପୁନଃ ପ୍ରବେଶ କରିବାରେ କୌଣସି ସମସ୍ୟାକୁ ଏଡାଇବା ପାଇଁ ବର୍ତ୍ତମାନ ଆମେରିକା ବାହାରେ ଥିବା ଯେକୌଣସି କର୍ମଚାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଫେରିବାକୁ କୁହାଯାଇଛି।

ମେଟା ନିଜ କର୍ମଚାରୀଙ୍କୁ ଭିସା ନିୟମ ସବୁ ବୁଝିବା ପର୍ଯ୍ୟନ୍ତ ଆମେରିକାରେ ରହିବାକୁ ନିର୍ଦ୍ଦେଶ ଦେଇଛି। ମାଇକ୍ରୋସଫ୍ଟ ମଧ୍ୟ ନିଜର କର୍ମଚାରୀମାନଙ୍କୁ ଆମେରିକାରେ ରହିବାକୁ କଡ଼ା ନିର୍ଦେଶ ଦେଇଛି । ଖାଲି ସେତିକି ନୁହେଁ ଯେଉଁମାନେ ବିଦେଶରେ ଅଛନ୍ତି ସେମାନଙ୍କୁ ଶୀଘ୍ର ଫେରି ଆସିବାକୁ ପରାମର୍ଶ ଦେଇଛି।

ହ୍ୱାଇଟ୍ ହାଉସ୍ ସ୍ପଷ୍ଟ କରିଛି ଯେ ଏହି ଫି କେବଳ ନୂତନ ଆବେଦନକାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ। H-1B ଭିସା ଫି ବୃଦ୍ଧି ପରେ ଅନେକ ଭୁଲ ଧାରଣା ସୃଷ୍ଟି ହୋଇଛି। ହ୍ୱାଇଟ୍ ହାଉସ୍ ଏହି ବିଷୟରେ ଏକ ପ୍ରମୁଖ ସ୍ପଷ୍ଟୀକରଣ ଜାରି କରିଛି। ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ କହିଛନ୍ତି ଯେ 100,000 ଡଲାର ଫି, କିମ୍ବା ପ୍ରାୟ ୪୮ ଲକ୍ଷ ଟଙ୍କା, କୌଣସି ବାର୍ଷିକ ଫି ନୁହେଁ ବରଂ ଏକକାଳୀନ ଦେୟ। ଏହି ନୂତନ ନିୟମ କେବଳ ନୂତନ ଭିସା ଆବେଦନକାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ ଏବଂ ପୂର୍ବରୁ ଥିବା ଭିସା ଧାରକ କିମ୍ବା ନବୀକରଣକାରୀଙ୍କ ପାଇଁ ଏହା ପ୍ରଭାବିତ କରିବ ନାହିଁ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: