Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପାକିସ୍ତାନର ଅଭିଯୋଗ ଉପରେ ଭାରତର କଡ଼ା ଜବାବ

International

ପାକିସ୍ତାନର ଅଭିଯୋଗ ଉପରେ ଭାରତର କଡ଼ା ଜବାବ

Rashmita Mishra
Browse all articles by Rashmita Mishra
·1 year ago·1 min read
ପାକିସ୍ତାନର ଅଭିଯୋଗ ଉପରେ ଭାରତର କଡ଼ା ଜବାବ

ପାକିସ୍ତାନକୁ ଭାରତର କଡ଼ା ଜବାବ । ବଲୁଚିସ୍ତାନରେ ହୋଇଥିବା ଟ୍ରେନ୍ ଆକ୍ରମଣ ମାମଲାରେ ପାକିସ୍ତାନର ଅଭିଯୋଗ ଉପରେ କଡ଼ା ଭାଷାରେ ଜବାବ ଦେଇଛି ଭାରତ । ଏହି ମାମଲାରେ ଭାରତର ସମ୍ପୃକ୍ତି ଥିବା ନେଇ ଅଭିଯୋଗ କରିବା ପରେ ଭାରତ କହିଛି ଆତଙ୍କବାଦର କେନ୍ଦ୍ରସ୍ଥଳ କେଉଁଠି ତାହା ସାରା ବିଶ୍ବ ଜାଣିଛି । ଭାରତର ସମର୍ଥିତ ଆତଙ୍କବାଦ ଅଭିଯୋଗକୁ ଦୃଢ଼ ଖଣ୍ଡନ କରିଛନ୍ତି ଭାରତ ସରକାର ।

ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟଶ୍ବାଲ କହିଛନ୍ତି ପାକିସ୍ତାନର ଅଭିଯୋଗ ଭିତ୍ତିହୀନ। ନିଜ ଦେଶର ଆଭ୍ୟନ୍ତରୀଣ ସମସ୍ୟା ଏବଂ ନିଜର ବିଫଳତା ପାଇଁ ଅନ୍ୟ ଆଡ଼କୁ ଆଙ୍ଗୁଳି ଉଠାଇବା ବଦଳରେ ପାକିସ୍ତାନ ନିଜ ଦୋଷ ଦେଖିବା ଉଚିତ । ବଲୁଚିସ୍ତାନରେ ଜାଫର ଏକ୍ସପ୍ରେସକୁ ହାଇଜାକ୍ କରିନେଇଥିଲେ ବଲୁଚ୍ ଆତଙ୍କବାଦୀ। ଟ୍ରେନରେ ଶତାଧିକ ଯାତ୍ରୀଙ୍କ ସହ ବହୁ ସଂଖ୍ୟାରେ ପାକିସ୍ତାନୀ ସେନାର ଯବାନ ମଧ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ 21 ଜଣଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ। ବାକି ଲୋକଙ୍କୁ ଉଦ୍ଧାର କରିବାକୁ ଅପରେସନ କରିଥିଲା ପାକିସ୍ତାନୀ ସେନା।

ପ୍ରାୟ 24 ଘଣ୍ଟା ଧରି ଚାଲିଥିଲା ଅପରେସନ। ସମସ୍ତ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ ପାକିସ୍ତାନୀ ଯବାନ। ପୂର୍ବରୁ ବଲୁଚ ବିଦ୍ରୋହୀ ଗୋଷ୍ଠୀଙ୍କୁ ଭାରତ ସମର୍ଥନ ଦେଉଥିବା ପୂର୍ବରୁ ମଧ୍ୟ ଅଭିଯୋଗ କରିଆସିଛି ପାକିସ୍ତାନ। ଏଥର ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଭାରତ ସହ ଟ୍ରେନ୍ ହାଇଜାକ୍ ମାମଲାରେ ଆଫଗାନିସ୍ତାନର ସମ୍ପୃକ୍ତି ନେଇ ମଧ୍ୟ ଅଭିଯୋଗ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
indias-strong-response-to-pakistans-allegations | Argus News