Gold Mine Flood / ସୁନା ଖଣିରେ ପଶିଲା ପାଣି, ଚାଲିଗଲା ୯ ଜୀବନ…୧୭ ଶ୍ରମିକଙ୍କୁ ଖୋଜୁଛି ଉଦ୍ଧାରକାରୀ ଟିମ୍
·19 mins ago·3 min read

Key Points
ସୁନା ଖଣିରେ ଏକ ଦୁଃଖଦ ଘଟଣା ଘଟିଛି
ଖଣି ଭିତରେ ପାଣି ପଶିବାରୁ ୯ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ଇଣ୍ଡୋନେସିଆ: ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶ ଅନ୍ତର୍ଗତ ବୋଗୋର ଜିଲ୍ଲାର ଏକ ସୁନା ଖଣିରେ ଏକ ଦୁଃଖଦ ଘଟଣା ଘଟିଛି। ସେହି ଅଞ୍ଚଳରେ ପ୍ରବଳ ବର୍ଷା ହେବା ଫଳରେ ଖଣି ଭିତରେ ପାଣି ପଶିଯାଇଥିଲା, ଯାହା ଫଳରେ ପ୍ରାୟ ୧୦୦ ମିଟର ଗଭୀରତାରେ ୨୬ ଜଣ ଶ୍ରମିକ ଫସି ରହିଯାଇଥିଲେ। ସ୍ଥାନୀୟ ଲୋକମାନେ ପୋଲିସକୁ ଏହି ଘଟଣା ବିଷୟରେ ଜଣାଇବା ପରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାରୀ ଦଳକୁ ଡକାଇଥିଲା ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଖଣିରେ ପାଣି ପଶିବା ପୂର୍ବରୁ ୧୧ ଜଣ ଶ୍ରମିକ ବାହାରି ପାରିଥିଲେ। କିନ୍ତୁ ଅନ୍ୟ ୨୬ ଜଣ ଭିତରେ ଫସି ରହିଯାଇଥିଲେ। ବର୍ତ୍ତମାନ ସୁଦ୍ଧା ୯ଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ଅନ୍ୟମାନଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି। ତେବେ, ବର୍ଷା ଏବଂ ଚଟାଣ ଖସଡ଼ା ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।
ଏକ ରିପୋର୍ଟ ଅନୁଯାୟୀ, ଉଦ୍ଧାରକାରୀ ଦଳ ଖଣି ଭିତରେ ଫସି ରହିଥିବା ଶ୍ରମିକମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି; କିନ୍ତୁ ଘନ ଅନ୍ଧକାର, ଚିତୁଡ଼ିଆ (ଖସଡ଼ା) ପରିସ୍ଥିତି ଏବଂ ପ୍ରତିକୂଳ ପାଗ ଯୋଗୁଁ ସେମାନଙ୍କୁ ଏକ ଜୀବନ-ମରଣ ସଂଘର୍ଷର ସାମ୍ନା କରିବାକୁ ପଡ଼ୁଛି। ଏହି ସମୟରେ, ଖଣି ଭିତରେ ପାଣି ପଶିଯାଇଥିବା ଏବଂ ଶ୍ରମିକମାନେ ଫସି ରହିଥିବା କଥା ଜାଣିବା ପରେ ଖଣି ମାଲିକ ଓ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୋଙ୍ଗକୋର୍ (Pongkor) ଅଞ୍ଚଳରେ ଥିବା ଏହି ଖୋଲା ଖଣିଟି (open-pit mine) ବେଆଇନ ଥିଲା ଏବଂ ସେଠାରେ କୌଣସି ସୁରକ୍ଷା ବ୍ୟବସ୍ଥା ବିନା ଶ୍ରମିକମାନଙ୍କ ଦ୍ୱାରା ଖନନ କାର୍ଯ୍ୟ କରାଯାଉଥିଲା। ଗତ ଦୁଇ ଦିନ ଧରି ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି, ଯାହା ଫଳରେ ଖଣି ଭିତରେ ପାଣି ଜମିବା ଆରମ୍ଭ ହୋଇଯାଇଥିଲା ତଥାପି, ଏହା ଜାଣିବା ସତ୍ତ୍ୱେ ଶ୍ରମିକମାନଙ୍କୁ ଖଣି
ଭିତରକୁ କାହିଁକି ପଠାଯାଇଥିଲା। ତାହା ବଡ଼ ପ୍ରଶ୍ନ?
ୱେଷ୍ଟ ଜାଭା ପୋଲିସର ମୁଖପାତ୍ର ହେନ୍ଦ୍ରା ରୋଚମାୱାନ କହିଛନ୍ତି ଯେ, "ପ୍ରବଳ ବର୍ଷା ଯୋଗୁଁ ଖଣି ନିକଟ ଦେଇ ପ୍ରବାହିତ ହେଉଥିବା ଏକ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଲା, ଯାହା ଫଳରେ ଖଣିଟି ଜଳମଗ୍ନ ହୋଇଗଲା।" କ୍ରମାଗତ ବର୍ଷା ଏବଂ ଖଣି ଭିତରକୁ ଯିବା ପାଇଁ ଥିବା ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଜାତୀୟ ଖୋଜାଖୋଜି ଓ ଉଦ୍ଧାରକାରୀ ସଂସ୍ଥାର (National Search and Rescue Agency) ଏକ ଦଳ ମଧ୍ୟ ଖଣି ଭିତରକୁ ପ୍ରବେଶ କରିଥିଲେ, କିନ୍ତୁ ଶ୍ରମିକମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନଥିବାରୁ ସେମାନେ ଜୀବିତ ଥିବା ନେଇ ଆଶା କମି ଚାଲିଛି। ବର୍ତ୍ତମାନ ସୁଦ୍ଧା ୯ଟି ମୃତଦେହ ଉଦ୍ଧାର କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଖଣି ଭିତରେ ଫସି ରହିଥିବା ଅନ୍ୟ ୧୭ ଜଣ ଶ୍ରମିକଙ୍କୁ ଖୋଜି ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି।
ଜାକର୍ତ୍ତାରୁ ଆସିଥିବା ଉଦ୍ଧାରକାରୀ ଦଳର ମୁଖ୍ୟ ଡେସିଆନା କାର୍ତ୍ତିକା ବାହାରି କହିଛନ୍ତି ଯେ ନଦୀର ଜଳସ୍ତର ଏବଂ ଖଣି ଭିତରର ସ୍ଥିତି ଉପରେ କ୍ରମାଗତ ଭାବେ ନଜର ରଖାଯାଇଛି। ସେ ବୁଝାଇ କହିଛନ୍ତି ଯେ ଉଦ୍ଧାରକାରୀ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଖଣିର ଗଭୀରତା, ଆଲୋକର ଅଭାବ ଏବଂ ସଂକୀର୍ଣ୍ଣ ରାସ୍ତାକୁ ବିଚାରକୁ ନେଇ ଉଦ୍ଧାର ରଣନୀତି ପ୍ରସ୍ତୁତ କରାଯାଉଛି। ପୋଲିସର ସୂଚନା ଅନୁଯାୟୀ, ଖଣିଟି ଜଳମଗ୍ନ ହେବା ପୂର୍ବରୁ ୧୧ ଜଣ ଶ୍ରମିକ ସୁରକ୍ଷିତ ଭାବେ ବାହାରକୁ ଆସିପାରିଥିଲେ। ଇଣ୍ଡୋନେସିଆରେ ବେଆଇନ ଏବଂ କ୍ଷୁଦ୍ର ଆକାରର ଖଣିଗୁଡ଼ିକରେ ପ୍ରାୟତଃ ଦୁର୍ଘଟଣା ଘଟିଥାଏ। ଅନ୍ୟପକ୍ଷରେ, ଖଣି କମ୍ପାନୀ 'ଆଣ୍ଟାମ୍' (Antam) ସ୍ପଷ୍ଟ କରିଛି ଯେ ଏହି ଘଟଣା ସେମାନଙ୍କର କୌଣସି ଅଧିକାରୀକ ଖଣି ପ୍ରକଳ୍ପରେ ଘଟିନାହିଁ, ବରଂ ଏକ ବେଆଇନ ସୁନା ଖଣିରେ ଘଟିଛି। ଗତ ସପ୍ତାହରେ ହିଁ ବୋଗୋର ଅଞ୍ଚଳର କର୍ତ୍ତୃପକ୍ଷ ବେଆଇନ ଖଣି କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରାୟ ୩୦ଟି ସୁନା ଖଣି ବନ୍ଦ କରିଦେଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories