Videos
|
International

Tragedy at Sea / ଜାହାଜରେ ଥିଲେ ୨୭୧ ଯାତ୍ରୀ; ହଠାତ୍ ସମୁଦ୍ର ମଝିରେ ଲାଗିଗଲା ଭୀଷଣ ନିଆଁ...

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଜାହାଜରେ ଥିଲେ ୨୭୧ ଯାତ୍ରୀ; ହଠାତ୍ ସମୁଦ୍ର ମଝିରେ ଲାଗିଗଲା ଭୀଷଣ ନିଆଁ...
Indonesia Ship Catches Fire

Key Points

ଗୋଟିଏ ପଟେ ନିଆଁ ଓ ଅନ୍ୟପଟେ ସମୁଦ୍ରର ଗଭୀର ଜଳରାଶି । ଉଭୟ ପଟେ ମୃତ୍ୟୁର ବିଭୀଷିକା ମଧ୍ୟରେ ଯାତ୍ରୀ ଜୀବନ ବଞ୍ଚାଇବାକୁ ସମୁଦ୍ରକୁ ଡେଇଁ ପଡ଼ିଛନ୍ତି । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ୪୧ ଜଣ ନିଖୋଜ ଅଛନ୍ତି ।
ନୂଆଦିଲ୍ଲୀ: ସମୁଦ୍ରର ଢେଉ ଚିରି ଆଗକୁ ବଢ଼ୁଥିଲା ଜାହାଜ । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ଲାଗି ଯାତ୍ରୀଙ୍କ ମନରେ ଥିଲା ଉତ୍କଣ୍ଠା । କିନ୍ତୁ ହଠାତ୍ ମଝି ସମୁଦ୍ରରେ ହିଁ ନିଆଁ ଲାଗିଗଲା । ଦେଖୁ ଦେଖୁ ଭୀଷଣ ନିଆଁ ଜାହାଜରେ ବ୍ଯାପିବାକୁ ଲାଗିଲା । ଗୋଟିଏ ପଟେ ନିଆଁ ଓ ଅନ୍ୟପଟେ ସମୁଦ୍ରର ଗଭୀର ଜଳରାଶି ।

ଉଭୟ ପଟେ ମୃତ୍ୟୁର ବିଭୀଷିକା ମଧ୍ୟରେ ଯାତ୍ରୀ ଜୀବନ ବଞ୍ଚାଇବାକୁ ସମୁଦ୍ରକୁ ଡେଇଁ ପଡ଼ିଛନ୍ତି । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ୪୧ ଜଣ ନିଖୋଜ ଅଛନ୍ତି । ରବିବାର ଏଭଳି ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ଇଣ୍ଡୋନେସିଆର ମଦୁରା ଦ୍ଵୀପ ନିକଟରେ ।

ଏଥିସହ ପଢ଼ନ୍ତୁ: ମର୍ମନ୍ତୁଦ ଦୁର୍ଘଟଣାରେ ପର୍ଯ୍ୟଟକ ଭର୍ତ୍ତି ବିମାନରେ ଅଗ୍ନିକାଣ୍ଡ, ୧୩ ଜଣଙ୍କର ମୃତ୍ୟୁ 

ଅଗ୍ନିକାଣ୍ଡ ପରେ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । ଇଣ୍ଡୋନେସିଆର୍ ସର୍ଚ୍ଚ ଆଣ୍ଡ୍ ରେସ୍କ୍ୟୁ ଏଜେନ୍ସି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉକ୍ତ ଜାହାଜରେ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କୁ ମିଶାଇ ମୋଟ ୨୭୧ ଜଣ ଥିଲେ । ରବିବାର ଦ୍ଵି ପ୍ରହର ସୁଦ୍ଧା ଅତି କମ୍‌ରେ ୨୨୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ନିଖୋଜଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ସର୍ଚ୍ଚ ଅପରେସନ୍ ।

ସୂଚନା ଅନୁସାରେ, ଜାହାଜଟି ଯାତ୍ରୀଙ୍କୁ ନେଇ ଜାଭା ପ୍ରାନ୍ତର ସୁରାବାୟାରୁ ଦକ୍ଷିଣ ସୁଲାବେସୀର ମକାସର ଯାଉଥିଲା । ଯାତ୍ରା ସମୟରେ ଜାଭାର ଉତ୍ତର-ପୂର୍ବ ଉପକୂଳ ମଦୁରା ଦ୍ଵୀପ ନିକଟରେ ଜାହାଜରେ ଲାଗି ଯାଇଥିଲା ନିଆଁ ।


ଉଦ୍ଧାର କାର୍ଯ୍ୟରେ ଏକାଧିକ ଜାହାଜକୁ ମୁତୟନ କରାଯାଇଛି । ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ନିଖୋଜଙ୍କୁ ଖୋଜୁଛନ୍ତି । ତେବେ କେଉଁ ପରିସ୍ଥିତିରେ ଯାତ୍ରୀବାହୀ ଜାହାଜରେ ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ । ଜାହାଜରେ ନିଆଁ ଲାଗିବା ପରେ ସମସ୍ତେ ଚିତ୍କାର କରି ଦୌଡ଼ିବା ଆରମ୍ଭ କରିଥିଲେ ।

ଏଥିସହ ପଢ଼ନ୍ତୁ: ମସ୍କୋରେ ବୋମା ବିସ୍ଫୋରଣ, ୩ ଜଣଙ୍କର ମୃତ୍ୟୁ, ୨୧ ଆହତ 

ସମୁଦ୍ରକୁ ଡେଇଁଲେ ଯାତ୍ରୀ

ଯାତ୍ରୀ ନିଆଁ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରି ଗୋଟିଏ ପାର୍ଶ୍ଵକୁ ଦୌଡ଼ିଥିଲେ । ସମୁଦ୍ର ମଧ୍ୟରେ ପବନର ବେଗ ଅଧିକ ରହିଥିବାରୁ ଶୀଘ୍ର ନିଆଁ ବ୍ୟାପି ଯାଇଥିଲା । ଫଳରେ ଯାତ୍ରୀ ଜୀବନ ବଞ୍ଚାଇବାକୁ ସମୁଦ୍ରକୁ ଡେଇଁବାରେ ଲାଗିଥିଲେ । ନିକଟରେ ଯାଉଥିବା ଜାହାଜ ରସି ଓ ଲାଇଫ୍ ଜ୍ୟାକେଟ୍ ଫିଙ୍ଗି କିଛି ଜଣଙ୍କୁ ଉଦ୍ଧାର କରିଛନ୍ତି ।

ସମୁଦ୍ରର ଢେଉରେ କିଛି ଜଣ ଦୂରକୁ ଭାସି ଯାଇଥିବା କିମ୍ବା ବୁଡ଼ି ଯାଉଥିବା ଆଶଙ୍କ କରାଯାଉଛି । ତଥାପି ଜାରି ରହିଛି ଉଦ୍ଧାରକାର୍ଯ୍ୟ । ଏହା ପୂର୍ବରୁ ୨୦୨୫ ଜୁଲାଇରେ ଇଣ୍ଡୋନେସିଆର ଉତ୍ତରସୁଲାବେସୀରେ ଏକ ଜାହାଜରେ ନିଆଁ ଲାଗିଥିଲା । ସେତେବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: