Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Russia vs Ukraine / ଏଠି ବି ୟୁ-ଟର୍ଣ୍ଣ ନେଲେ ଟ୍ରମ୍ପ, ଜେଲେନସ୍କି କରିବେ କମ୍ପ୍ରମାଇଜ୍ !

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ଏଠି ବି ୟୁ-ଟର୍ଣ୍ଣ ନେଲେ ଟ୍ରମ୍ପ, ଜେଲେନସ୍କି କରିବେ କମ୍ପ୍ରମାଇଜ୍ !

Key Points

କୂଟନୀତି ସମ୍ପର୍କକୁ ସୁଧାରିବାକୁ ସମସ୍ତ ଚେଷ୍ଟା କରିବ ।
ଜେଲେନସ୍କିଙ୍କୁ ଟ୍ରମ୍ପଙ୍କ ୬ଦିନର ମହଲତ ଦିଆଯାଇଛି ।
ସର୍ତ୍ତ ନମାନିଲେ ବଡ଼ କାର୍ଯ୍ୟାନୁଷ୍ଠାନ ଧମକ ।

ରୁଷ-ୟୁକ୍ରେନ ଯୁଦ୍ଧର ଘଟିପାରେ ଅନ୍ତ। ଦୀର୍ଘଦିନ ଧରି ଆମେରିକାର ମଧ୍ୟସ୍ଥତା ଆଉ ପାଦେ ବଢ଼ିବା ସହ ଯୁଦ୍ଧ ରୋକିବାକୁ ଟ୍ରମ୍ପ ପ୍ରସ୍ତୁତ କରିଛନ୍ତି ୨୮ ସୂତ୍ରୀ ସମାଧାନ ଯୋଜନା । ନିକଟରେ ଆମେରିକା ସେନା ସଚିବ ଡ୍ରେନ ଡ୍ରିସକୋଲଙ୍କ ୟୁକ୍ରେନ ଗସ୍ତ ସମୟରେ ଟ୍ରମ୍ପଙ୍କ ପକ୍ଷରୁ ଜେଲେନସ୍କିଙ୍କୁ ଏହି ପ୍ରସ୍ତାବ ଦେଇଛନ୍ତି । ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି, ୟୁକ୍ରେନ ରୁଷକୁ ୪ଟି ଅଞ୍ଚଳ ଦେବ । ଡୋନେଟେକ୍ସ, କ୍ରିମିଆ, ଜପୋରେଜ୍ଜିଆ ଓ ଖେରସନକୁ ଛାଡ଼ିବ ୟୁକ୍ରେନ ।

ଏହି ଅଞ୍ଚଳକୁ ନିଜର ବୋଲି ଉଭୟ ରୁଷ ଓ ୟୁକ୍ରେନ ଦାବି କରୁଛନ୍ତି । ୟୁକ୍ରେନକୁ ନାଟୋ ପକ୍ଷରୁ ଦିଆଯାଉଥିବା ସେନା ସହାୟତା ବନ୍ଦ ହେବ । ୟୁକ୍ରେନ ନିଜ ସେନାର କାର୍ୟ୍ୟାନୁଷ୍ଠାନ କମ୍‌ କରିବ । ୟୁକ୍ରେନ ପାଇଁ ସୁରକ୍ଷା ଗ୍ୟାରେଣ୍ଟି ଦେବ ଆମେରିକା । ରୁଷ-ୟୁକ୍ରେନ ସୀମା ସୁରକ୍ଷା ଗ୍ୟାରେଣ୍ଟି ମିଳିବ । ସର୍ତ୍ତ ମାନିନେଲେ ରୁଷ ଉପରୁ ସମସ୍ତ ପ୍ରତିବନ୍ଧକ ଉଠାଇବ ଆମେରିକା । କୂଟନୀତି ସମ୍ପର୍କକୁ ସୁଧାରିବାକୁ ସମସ୍ତ ଚେଷ୍ଟା କରିବ । ଜେଲେନସ୍କିଙ୍କୁ ଟ୍ରମ୍ପଙ୍କ ୬ଦିନର ମହଲତ ଦିଆଯାଇଛି । ସର୍ତ୍ତ ନମାନିଲେ ବଡ଼ କାର୍ଯ୍ୟାନୁଷ୍ଠାନ ଧମକ ।

ଏହି ପ୍ରସ୍ତାବ ଅନୁଯାୟୀ, ରୁଷ୍‌ ଭବିଷ୍ୟତରେ କୌଣସି ଆକ୍ରମଣ ନ କରିବାକୁ ପ୍ରତିଶ୍ରୁତିବଦ୍ଧ ହେବ। ଏହା ବ୍ୟତୀତ ଫ୍ରିଜ୍ ହୋଇଥିବା ରୁଷ୍‌ର ସମ୍ପତ୍ତିରୁ ୧୦୦ ବିଲିୟନ ଡଲାର ୟୁକ୍ରେନର ପୁନଃନିର୍ମାଣ ପାଇଁ ଦାନ କରାଯିବ। ତଥାପି ରୁଷ୍‌କୁ ଅଞ୍ଚଳ ହସ୍ତାନ୍ତର କରିବା, ୟୁକ୍ରେନ୍ ପାଇଁ ଅପମାନଜନକ ହେବ। ୟୁକ୍ରେନ୍‌ର ସମ୍ବିଧାନ ଅନୁଯାୟୀ ଏହା ମଧ୍ୟ ବେଆଇନ। ଜେଲେନସ୍କି ବାରମ୍ବାର ଏପରି ସମ୍ଭାବନାକୁ ଏଡ଼ାଇ ଆସିଛନ୍ତି। ୟୁରୋପର ସର୍ବବୃହତ୍ ଆଣବିକ ଶକ୍ତି କେନ୍ଦ୍ର ଜାପୋରିଝିଆରୁ ଉତ୍ପାଦିତ ଶକ୍ତିର ଅଧା ରଖିବାକୁ ମଧ୍ୟ ରୁଷ୍‌କୁ ଅନୁମତି ଦିଆଯିବ, ଯାହାକୁ ଯୁଦ୍ଧ ସମୟରେ ରୁଷ୍ ଦ୍ବାରା ଦଖଲ କରାଯାଇଥିଲା। ଡ୍ରାଫ୍ଟରେ ଏକ ଶାନ୍ତି ପରିଷଦ ପାଇଁ ଆହ୍ବାନ କରାଯାଇଛି, ଯାହାକୁ ଟ୍ରମ୍ପ ତଦାରଖ କରିବେ। ଯଦି ୟୁକ୍ରେନ୍ କିମ୍ବା ରୁଷ୍‌ ଯୁଦ୍ଧବିରତି ଉଲ୍ଲଂଘନ କରନ୍ତି, ତେବେ ଏହା ପ୍ରତିବନ୍ଧକର ସମ୍ମୁଖୀନ ହେବ ।

ଟ୍ରମ୍ପଙ୍କ ଶାନ୍ତି ଚିଠା ପ୍ରସ୍ତାବ ଅନୁଯାୟୀ, ମସ୍କୋ ସମସ୍ତ ପୂର୍ବ ଡୋନବାସ ଅଞ୍ଚଳକୁ ଦଖଲ କରିବ, ଯଦିଓ ପ୍ରାୟ ୧୪% ୟୁକ୍ରେନ୍ ହାତରେ ରହିଛି। ୟୁକ୍ରେନ୍‌ର ସୈନ୍ୟବାହିନୀରେ ବର୍ତ୍ତମାନ ପ୍ରାୟ ୮୮୦,୦୦୦ ସୈନ୍ୟ ଥିବା ବେଳେ ତାହା ୬୦୦,୦୦୦କୁ ହ୍ରାସ ପାଇବ। ଆମେରିକାର ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ୍ ଜେଲେନସ୍କିଙ୍କ ଜଣେ ବରିଷ୍ଠ ପରାମର୍ଶଦାତା ରୁସ୍ତମ ଉମେରୋଭଙ୍କ ସହ ଆଲୋଚନା କରିବା ପରେ ଆମେରିକା ଟିମ୍ ଏହି ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Russia vs Ukraine | Inside 28-Point Trump Plan To End Russia-Ukraine War: Security Guarantees And More | Argus News