Sex Racket Busted / ମାନିବାକୁ ପଡ଼ିବ ତାଙ୍କ ସାହସ ? ବିଦେଶ ମାଟିରେ କ୍ରାଇମ୍ କରିବାକୁ ଡରୁ ନାହାନ୍ତି !

Key Points
ଭାରତରେ ବିଭିନ୍ନ ସ୍ଥାନରେ ସେକ୍ସ ରାକେଟ୍ ଚାଲେ । ଏକଥା ନିୟମିତ ଭାବେ ଖବର କାଗଜରେ ପ୍ରକାଶ ପାଉଛି । କିନ୍ତୁ ଆପଣ କେବେ ଚିନ୍ତା କରିନଥିବେ ଏଇ ଭାରତୀୟ ଯାଇ ବିଦେଶ ମାଟିରେ ମଧ୍ୟ ସେକ୍ସ ରାକେଟ ଚଳାଉଛନ୍ତି । ଏମିତି ଏକ ଘଟଣା ଏବେ ସରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଭାରତୀୟ ବଂଶୋଦ୍ଭବ ଦମ୍ପତ୍ତି, ବିଦେଶ ମାଟିରେ ଚଳାଉଥିଲେ ଏକ ବିରାଟ ସେକ୍ସ ରାକେଟ୍ । ଯାହାର ପର୍ଦ୍ଦାଫାସ୍ କରିଛି ଅମେରିକାର ଭର୍ଜିନିଆ ପୋଲିସ ।
ଆମେରିକାର ଭର୍ଜିନିଆରେ ସେକ୍ସ ଓ ଡ୍ରଗ୍ସ ରାକେଟ ଚଳାଉଥିବା ଅଭିଯୋଗରେ ଭାରତୀୟ ବଂଶୋଦ୍ଭବ ଦମ୍ପତିଙ୍କ ସହିତ ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଛି। ଏକ ମୋଟେଲରେ ଫେଡେରାଲ ତଥା ସ୍ଥାନୀୟ ଏଜେଣ୍ଟଙ୍କ ଚଢ଼ଉ ବେଳେ ଏମାନଙ୍କ ଅପରାଧିକ କାର୍ଯ୍ୟକଳାପ ଜଣାପଡ଼ିଥିଲା। ଉତ୍ତର ଭର୍ଜିନିଆର ଫେଡେରାଲ୍ ଓକିଲଙ୍କ ଅନୁଯାୟୀ, କୋଶା ଶର୍ମା (୫୨) ଓ ତରୁଣ ଶର୍ମା (୫୫) ସେମାନଙ୍କ ରେଡ୍ କାର୍ପେଟ୍ ଇନ୍ର ତୃତୀୟ ମହଲାକୁ ଡ୍ରଗ୍ସ ବିକ୍ରି ଏବଂ ବେଶ୍ୟାବୃତ୍ତି ପାଇଁ ବ୍ୟବହାର କରୁଥିଲେ ଏବଂ ତଳ ମହଲାରେ ଅତିଥିମାନଙ୍କୁ ରଖୁଥିଲେ।
ଫେଡେରାଲ ଓ ସ୍ଥାନୀୟ ଏଜେଣ୍ଟଙ୍କ ପକ୍ଷରୁ ଅନେକ ଗୁପ୍ତ ଅପରେସନ ପରେ ଅପରାଧିକ କାର୍ଯ୍ୟକଳାପର କେନ୍ଦ୍ରରେ ଥିବା ଏମାନଙ୍କ ମୋଟେଲରେ ଚଢ଼ଉ କରି ଦମ୍ପତିଙ୍କୁ ଗିରଫ କରାଯାଇଥିଲା। କୋର୍ଟ ଡକ୍ୟୁମେଣ୍ଟ ଅନୁଯାୟୀ, ମେ’ ୨୦୨୩ ରେ କୋଶା ଶର୍ମା ଓରଫ ମା ଓରଫ ମାମା କେ ଏବଂ ତରୁଣ ଶର୍ମା ଓରଫ ପପ୍ ଓରଫ ପା ଏବଂ ରେଡ କାର୍ପେଟ ଇନରେ ବ୍ୟବସାୟ କରୁଥିବା ବେଳେ ମୋଟେଲକୁ ଭଡାରେ ନେଇ ପରିଚାଳନା କରୁଥିଲେ।
ପୋଲିସ ଚଢ଼ଉ ସମୟରେ ସେ ଅପରାଧୀଙ୍କୁ ସତର୍କ କରିବା ସହିତ ଅଧିକାରୀଙ୍କୁ ଉପର ମହଲାକୁ ଯିବାରୁ ରୋକୁଥିଲେ। ଗିରଫ ହୋଇଥିବା ଅନ୍ୟ ତିନି ଜଣକ ମଧ୍ୟରେ ମାର୍ଗୋ ପିୟର୍ସ (୫୧), ଜୋସୁଆ ରୋଡିକ୍ (୪୦) ଏବଂ ରାସାର୍ଡ ସ୍ମିଥ୍ (୩୩) ଅଛନ୍ତି। ୮ ଜଣ ମହିଳାଙ୍କୁ ବେଶ୍ୟାବୃତ୍ତି ପାଇଁ ନିୟୋଜନ କରାଯାଇଥିଲା । ଲୋକମାନଙ୍କଠାରୁ ଏଥିପାଇଁ ଜଣକ ପିଛା ୮୦ରୁ ୧୫୦ ଡଲାର ଦାବି କରାଯାଉଥିଲା । ଏହାସହିତ ଫେଣ୍ଟାନାଇଲ ଓ କୋକେନ ମଧ୍ୟ ବିକ୍ରି କରାଯାଉଥିବା ଫେଡେରାଲ ଏଜେଣ୍ଟ ପ୍ରମାଣ ପାଇଥିଲେ।
📱 Get Argus News App
✨Related Topics
Explore more stories