Videos
|
International

ଆମେରିକା ହ୍ୟୁଷ୍ଟନରେ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ତୀବ୍ର ବିରୋଧ

Ritu Das
Browse all articles by Ritu Das
·1 year ago
ଆମେରିକା ହ୍ୟୁଷ୍ଟନରେ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ତୀବ୍ର ବିରୋଧ

ଅର୍ଗସ ବ୍ୟୁରୋ: ଆମେରିକା ହ୍ୟୁଷ୍ଟନରେ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ତୀବ୍ର ବିରୋଧ । ଆସନ୍ତା 9 ତାରିଖରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ପାଇଁ ପ୍ରବାସୀ ଭାରତୀୟ  ସମେତ ହ୍ୟୁଷ୍ଟନରେ ଥିବା ଓଡିଆ ମାନେ ବିରୋଧ କରିଛନ୍ତି । ଏହା ଶ୍ରୀଜଗନ୍ନାଥ ସଂସ୍କୃତି, ବିଧି ଓ ପରମ୍ପରାର ଘୋର ଉଲ୍ଲଙ୍ଘନ, ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି କରିଛନ୍ତି । 

ପୂର୍ବରୁ ଗଜପତି ମହାରାଜ ଏହି ପ୍ରସଙ୍ଗରେ ହ୍ୟୁଷ୍ଟନ ସ୍ଥିତ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ବନ୍ଦ ପାଇଁ ଦାବି କରିଛନ୍ତି । ଏହାସହ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦନ ସରସ୍ୱତୀ ମଧ୍ୟ କ୍ଷୋଭ ପ୍ରକାଶ କରିବା ସହ ବିଧି ବିରୋଧୀ କାମ ନକରିବାକୁ ଇସ୍କନକୁ ଚେତାଇଛନ୍ତି।   ଇସ୍କନର ଓଡିଶା ଶାଖାର କର୍ମକର୍ତ୍ତା ମଧ୍ୟ ଏହି ରଥଯାତ୍ରାକୁ ବିରୋଧ କରିଛନ୍ତି। 

ଅଧିକ ପଢ଼ନ୍ତୁ ବିଦେଶ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Intense opposition to the | Argus News