ଆପଲ ଫୋନ ବ୍ୟବହାର କରୁଛନ୍ତି କି, ଜାଣନ୍ତୁ କିଛି ଅଜଣା କଥା...

ଅର୍ଗସ ବ୍ୟୁରୋ: ଆପଲ ... ନାଁ ଟା ଶୁଣିଲା ବେଳକୁ ହେଭି ହେଭି ଲାଗୁଛି। କାହାକୁ ବା ଏହି କମ୍ପାନୀ ବିଷୟରେ ଜଣାନାହିଁ। ଆଜିକାଲି ସମସ୍ତଙ୍କ ହାତରେ ଆପଲର ଫୋନ ହେଉ ଅବା ଆପଲର ଓ୍ୱାଚ। ହେଲେ ଆପଣ ଜାଣିଛନ୍ତି କି, ଏତେ ଟଙ୍କା ଆପଲ କମ୍ପାନୀ କେମିତି ରୋଜଗାର କରେ ? ମାର୍କେଟରେ ଆପଲ କମ୍ପାନୀ ଦୁନିଆର ସବୁଠାରୁ ବଡ କମ୍ପାନୀ। ଆପଲ କମ୍ପାନୀ ୨୦୨୪ ମଧ୍ୟରେ ୯୦.୭୫ ଅରବ ଡଲାର ରୋଜଗାର କରିସାରିଲାଣି। ଯାହା ଖୁବ ଅଧିକ। ଏଥିମଧ୍ୟରୁ ୫୦.୬ ପ୍ରତିଶତ ଲାଭ କେବଳ ଆଇଫୋନ ବିକ୍ରିରୁ ହୋଇଛି।
ମ୍ୟାକ ପ୍ରଡକ୍ଯ ବିକ୍ରି କରିକି କମ୍ପାନୀ ୮.୨ ପ୍ରତିଶତ ଲାଭ ପାଇଛି। ଆଇପ୍ୟାଡ ବିକ୍ରି କରି ୬.୧ ପ୍ରତିଶତ ଲାଭ ପାଇଛି ଆପଲ କମ୍ପାନୀ। ଆପଲ ସର୍ବିସ ସେକ୍ଟରରୁ ମଧ୍ୟ ୨୬.୩ ପ୍ରତିଶତ ରୋଜଗାର କରିଛି କମ୍ପାନୀ। ମ୍ୟାକ ପ୍ରଡକ୍ଟ ପ୍ରଥମ ଥର ୬ ମେ ମାସ ୧୯୯୮ରେ ବଜାରକୁ ଆସିଥିଲା। ଆପଲର ପାଖାପାଖି ମାର୍କେଟ ଭାଲ୍ୟୁ ୨.୯୭୪ ଟ୍ରିଲିୟମ ଡଲାର ରହିଛି। ଦିନକୁ ଦିନ ଏହି କମ୍ପାନୀ ଆହୁରି ଅଧିକ ରୋଜଗାର କରିବାରେ ଲାଗିଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:
📱 Get Argus News App
✨
