Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ମଧ୍ୟପ୍ରାଚ୍ୟର ଯୁଦ୍ଧ ଆଶଙ୍କାରୁ ବିଶ୍ୱ ସମୁଦାୟକୁ ମିଳିଛି ଆଶ୍ୱସ୍ତି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମଧ୍ୟପ୍ରାଚ୍ୟର ଯୁଦ୍ଧ ଆଶଙ୍କାରୁ ବିଶ୍ୱ ସମୁଦାୟକୁ ମିଳିଛି ଆଶ୍ୱସ୍ତି

ଅର୍ଗସ ବ୍ୟୁରୋ:  ମଧ୍ୟପ୍ରାଚ୍ୟର ଯୁଦ୍ଧ ଆଶଙ୍କରୁ ବିଶ୍ୱ ସମୁଦାୟକୁ ଆଶ୍ୱସ୍ତି ମିଳିଛି । ଇସ୍ରାଏଲ ଉପରେ ଆକ୍ରମଣ ବନ୍ଦ କରିଛି ଇରାନ । ଏନେଇ ଇସ୍ରାଏଲ ପକ୍ଷରୁ କୁହାଯାଇଛି, ଇରାନର କୌଣସି କ୍ଷେପଣାସ୍ତ୍ର ଇସ୍ରାଏଲରେ ପଡ଼ି ନାହିଁ । ତାକୁ ଆକାଶରେ ହିଁ ଧ୍ବଂସ କରି ଦିଆଯାଇଛି । ସିରିଆର ରାଜଧାନୀ ଦାମାସକସ୍ ରେ ଥିବା ଇରାନର ଦୂତାବାସ ଉପରେ ଇସ୍ରାଏଲ ବୋମାମାଡ଼ କରିବା ପରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ଇରାନ । ଏହାକୁ ନେଇ ମିଳିତ ଜାତିସଂଘର ଜରୁରୀକାଳୀନ ବୈଠକ ହୋଇଛି ।

ବୈଠକରେ ମହାସଚିବ ଗୁଟେରାସ କହିଛନ୍ତି, ମଧ୍ୟପ୍ରାଚ୍ୟ କିମ୍ବା ବିଶ୍ବ ଏବେ କୌଣସି ଯୁଦ୍ଧକୁ ସହ୍ୟ କରିପାରିବ ନାହିଁ। ଶାନ୍ତି ପାଇଁ ଆମ ସମସ୍ତଙ୍କୁ କାମ କରିବାକୁ ପଡ଼ିବ । ସେପଟେ ଭାରତ ମଧ୍ୟ ଯୁଦ୍ଧ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛି। ଆଲୋଚନା ଓ କୂଟନୀତି ଜରିଆରେ ସମାଧାନ କରିବାକୁ ଉଭୟ ପକ୍ଷଙ୍କୁ ଆହ୍ବାନ ଦେଇଛି ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran’s attack on Israel was stopped | Argus News