Iran America War / ଇରାନର ଡ୍ରୋନ ଖସେଇଦେଲା ଆମେରିକା, ଆରମ୍ଭ ହେଲା ଯୁଦ୍ଧ...
·5 months ago·2 min read

Key Points
ଆରବ ସାଗରରେ ଇରାନ-ଆମେରିକା ଯୁଦ୍ଧ !
ହେବ କି ବଡ ଆକ୍ରମଣ ?
ହେବ କି ବଡ ଆକ୍ରମଣ ?
ଆରବ ସାଗରରେ ଆରମ୍ଭ ହେଲା ଯୁଦ୍ଧ। ହୋଇପାରେ ବଡ଼ ଆକ୍ରମଣ। ବଢିଲା ତିକ୍ତତା । ଚରମ ସୀମାରେ ଇରାନ-ଆମେରିକା ଉତ୍ତେଜନା । ରିପୋର୍ଟ ଅନୁସାରେ, ଇରାନର ଏକ ଡ୍ରୋନକୁ ଖସାଇ ଦେଇଛି ଆମେରିକା ସେନା । ଆରବ ସାଗରରେ ଆମେରିକୀୟ ବିମାନ ବାହକ ଆବ୍ରାହମ ଲିଙ୍କନ ନିକଟକୁ ଆସୁଥିବା ଏକ ଇରାନୀ ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଛି। ଜଣେ ଆମେରିକୀୟ ପ୍ରତିରକ୍ଷା ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । କେବଳ କଥାବାର୍ତ୍ତାରେ ଚାଲିଥିବା ବାକ୍ ଯୁଦ୍ଧ ଏବେ ଧିରେଧିରେ ସାମରିକ ରୂପ ନେଲାଣି । ଇରାନର ଡ୍ରୋନକୁ ଆମେରିକା ଖସାଇ ଦେବା ପରେ ଦୁଇ ଦେଶ ଯୁଦ୍ଧଆଡେ ମୁହାଁଇଲେଣି ।
ଆମେରିକା ଏବଂ ଏହାର ସହଯୋଗୀମାନେ ପୂର୍ବରୁ ଇରାନ ଡ୍ରୋନ ଉପରେ ଆପତ୍ତି ଉଠାଇଥିଲେ। ବିଶେଷଜ୍ଞମାନଙ୍କ ଅନୁସାରେ, ଏହି ଘଟଣା ଆମେରିକା ଏବଂ ଇରାନ ମଧ୍ୟରେ ପୂର୍ବରୁ ଥିବା ତିକ୍ତ ସମ୍ପର୍କକୁ ଆହୁରି ଖରାପ କରିପାରେ। ଆକ୍ରମଣ ପରେ ଇରାନର ସରକାରୀ ଗଣମାଧ୍ୟମ କହିଛି ଯେ, ଇରାନ ଗୋଟିଏ ଡ୍ରୋନ୍ ଉପରୁ ନିୟନ୍ତ୍ରଣ ହରାଇଥିଲା । ତେଣୁ ଏହା ଆମେରିକାର ଯୁଦ୍ଧ ଜାହାଜ ନିକଟକୁ ଚାଲିଯାଇଥିଲା । ଏହାର ତଦନ୍ତ ଜାରି ରହିଛି । କେଉଁ ପରିସ୍ଥିତିରେ ଏହା ନିୟନ୍ତ୍ରଣ ହରାଇଲା ସେନେଇ ଅଧିକାରୀଙ୍କୁ ରିପୋର୍ଟ ମଧ୍ୟମଗାଯାଇଛି ।
ଏଥିସହ ପଢ଼ନ୍ତୁ: ଏହି ରାଶି ପାଇଁ ମାସ ସାରା ଖରାପ
ଆମେରିକୀୟ ଅଧିକାରୀ ଟିମ୍ ହକିନ୍ସ କହିଛନ୍ତି ଯେ, ଡ୍ରୋନ୍ କୁ ଖସାଇବା ପରେ ଇରାନର ଦୁଇଟି ବନ୍ଧୁକଧାରୀ ଜାହାଜ ଆମେରିକାର ଯୁଦ୍ଧ ଜାହାଜ ନିକଟକୁ ଆସିଥିଲା । ଏହି ସମୟରେ ଆଉ କିଛି ଇରାନର ଡ୍ରୋନ ମଧ୍ୟ ଆକାଶରେ ଉଡୁଥିଲା । ତେବେ ସେମାନେ ଅନ୍ତର୍ଜାତୀୟ ସୀମା ଉଲ୍ଲଙ୍ଘନ କରିଥିଲେ । ସେମାନଙ୍କୁ ରେଡିଓ ଜରିଆରେ ଫେରିଯିବାକୁ କୁହାଯାଇଥିଲା । ରଏଟର୍ସ ରିପୋର୍ଟ ଅନୁଯାୟୀ, ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ଇରାନର ଶାହେଦ-୧୩୯ ଡ୍ରୋନ ଆମେରିକୀୟ ନୌସେନା ବିମାନ ବାହକ ଆବ୍ରାହମ ଲିଙ୍କନର ବହୁତ ନିକଟତର ହୋଇଥିଲା। ଏହାକୁ ଏକ ବିପଦ ବୋଲି ବିଚାର କରି, ଆମେରିକୀୟ ବାୟୁସେନାର ଏକ F-35 ଗୁପ୍ତ ଯୁଦ୍ଧ ବିମାନ ଏହାକୁ ମଝି ଆକାଶରେ ଧ୍ୱଂସ କରିଦେଇଛି । ପଶ୍ଚିମ ଏସିଆରେ ଉତ୍ତେଜନା ବଢ଼ିଥିବା ବେଳେ ଏହି ଘଟଣା ଘଟିଛି । ଆମେରିକା ନୌସେନା ବିମାନ ବାହକ ‘ଆବ୍ରାହାମ ଲିଙ୍କନ’ ଏହି ଅଞ୍ଚଳରେ ଏକ ସୁରକ୍ଷା ମିଶନରେ ନିୟୋଜିତ ହୋଇଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories