Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Israel vs Iran: ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ, ମାଟିରେ ମିଶିଲା ଇରାନ୍‌ର ୬ ପରମାଣୁ କେନ୍ଦ୍ର !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Israel vs Iran: ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ, ମାଟିରେ ମିଶିଲା ଇରାନ୍‌ର ୬ ପରମାଣୁ କେନ୍ଦ୍ର !

Key Points

ଇସ୍ରାଏଲକୁ ପାଲଟା ଜବାବ ଦେବାକୁ 'ଟ୍ରୁ ପ୍ରମିଜ-୩' ସେନା ଅଭିଯାନ କରିଛି ଇରାନ ।

ଇସ୍ରାଏଲ ରାଜଧାନୀ ତେଲ୍‌ ଅଭିଭ୍ ଉପରେ ‌ପାଲଟା ଆକ୍ରମଣରେ ୧୫୦ରୁ ଅଧିକ ବାଲାଷ୍ଟିକ୍‌ ମିଜାଇଲ୍‌ ଆଟାକ କରିଛି ଖାମନେଇ ସେନା ।

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ଘନଘଟା । ଜଳୁଛି ମଧ୍ୟପ୍ରାଚ୍ୟ । ଇରାନ ଉପରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ । ଇସ୍ରାଏଲର ଇଣ୍ଟେଲିଜେନ୍ସ ଏଜେନ୍ସି ମୋସାଦର ଚକ୍ରବ୍ୟୁହରେ ଫସିଛି ଇରାନ । ଖାମନେଇଙ୍କୁ ଆଣବିକ ଶକ୍ତିଶୂନ୍ୟ କରିବାକୁ IDFର ଅପରେସନ୍‌ ରାଇଜିଂ ଲାୟନରେ ୨ ଦିନ ମଧ୍ୟରେ ଏକପ୍ରକାର ପରମାଣୁ ଶକ୍ତିଶୂନ୍ୟ ହୋଇଛି ଇରାନ । ଧ୍ୱସ୍ତ ହୋଇଛି ଇରାନର ୬ଟି ପରମାଣୁ କେନ୍ଦ୍ର । ୯ ପରମାଣୁ ବୈଜ୍ଞାନିକଙ୍କ ସହ ୨୦ରୁ ଅଧିକ ଇରାନୀ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ ହୋଇଛି ।

ଇରାନ୍‌ର ପ୍ରମୁଖ ସାମରିକ ଓ ଆଣବିକ ପ୍ରତିଷ୍ଠାନ ଉପରେ ଇସ୍ରାଏଲ୍‌ର ଆକ୍ରମଣ ଜାରି ରହିଛି । IDF ଆକ୍ରମଣରେ ଇରାନ୍‌ର ରିଭୋଲୁସନାରୀ ଗାର୍ଡସ୍‌ର ମୁଖ୍ୟ ହୁସେନ ସଲାମି ଏବଂ ଇରାନ୍‌ ସେନାର ଚିଫ୍ ଅପ୍‌ ଷ୍ଟାପ୍‌ ସୁପ୍ରିମ୍‌ ଲିଡର ଅୟାତୁଲ୍ଲା ଶାମଖାନୀର ମଧ୍ୟ ମୃତ୍ୟୁ ହୋଇଛି । ଦୁଇ ଦିନ ମଧ୍ୟରେ ଇସ୍ରାଏଲର ଡ୍ରୋନ, ମିସାଇଲ ମାଡ଼ରେ ଇରାନରେ ଶତାଧିକ ମୃତ୍ୟୁ ହେବାସହ ୫ ଶହରୁ ଅଧିକ ଆହତ ହୋଇଛନ୍ତି ।

ସେପଟେ ଇସ୍ରାଏଲକୁ ପାଲଟା ଜବାବ ଦେବାକୁ 'ଟ୍ରୁ ପ୍ରମିଜ-୩' ସେନା ଅଭିଯାନ କରିଛି ଇରାନ । ଇସ୍ରାଏଲ ରାଜଧାନୀ ତେଲ୍‌ ଅଭିଭ୍ ଉପରେ ‌ପାଲଟା ଆକ୍ରମଣରେ ୧୫୦ରୁ ଅଧିକ ବାଲାଷ୍ଟିକ୍‌ ମିଜାଇଲ୍‌ ଆଟାକ କରିଛି ଖାମନେଇ ସେନା । ସୂଚନା ଅନୁସାରେ ୬ଟି ବାଲାଷ୍ଟିକ୍‌ ମିସାଇଲ୍‌ ରାଜଧାନୀ ତେଲ୍‌ ଅଭିଭ୍‌ ଉପରେ ପଡ଼ିଛି । ଇରାନ୍‌ ଆକ୍ରମଣରେ ଇସ୍ରାଏଲ୍‌ର ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ଆହତ ହୋଇଛନ୍ତି ୬୩ ଜଣ ନାଗରିକ । ଇରାନକୁ ଧ୍ବଂସସ୍ତୁପ ବନାଇ ଇସ୍ରାଏଲ ସେନା ଫେରି ପାରିବନି ବୋଲି ଚେତାବନୀ ଶୁଶାଇଛନ୍ତି ଇରାନ ସୁପ୍ରିମ ଲିଡର ଇମାମ ଖାନମେଇ ।

ଇସ୍ରାଏଲର ଶକ୍ତିଶାଳୀ ଡିଫେନ୍ସ ସିଷ୍ଟମକୁ ପ୍ରତିହତ କରିବା ଇରାନ ପାଇଁ ହୋଇଛି ବଡ଼ ଚାଲେଞ୍ଜ । ମୋସାଦର ସଠିକ୍ ତଥ୍ୟ ଓ ଯୋଜନା IDFର ଅପରେସନକୁ ନିର୍ଣ୍ଣାୟକ ସ୍ତରରେ ପହଞ୍ଚାଇଛି । ଦୁନିଆର ସବୁଠାରୁ ଭୟଙ୍କର ଗୁପ୍ତଚର ଏଜେନ୍ସୀ ମୋସାଦ- ଯାହା ଅସମ୍ଭବକୁ କରିଥାଏ ସମ୍ଭବ । IDF ଅପରେସନ ପୂର୍ବରୁ ଇସ୍ରାଏଲ୍‌ର ରାଷ୍ଟ୍ରୀୟ ଇଣ୍ଟେଲିଜେନ୍ସ ଏଜେନ୍ସୀ ମୋସାଦ ରେକି କରି ଇରାନର ଆଣବିକ ଶକ୍ତି କେନ୍ଦ୍ରକୁ ଠିହ୍ନଟ କରିଥିଲା ।

ଇସ୍ରାଏଲ ରାଜଧାନୀ ତେଲ ଅଭିଭ ସହରରେ ରହିଥିବା ମୁଖ୍ୟାଳୟରେ ହୋଇଥିଲା ମାଷ୍ଟର ପ୍ଲାନ । ୧୩ ଡିସେମ୍ବର, ୧୯୪୯ରୁ ସକ୍ରିୟ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଗୁଇନ୍ଦା ଏଜେନ୍ସି ଭାବେ ପରିଚିତ ମୋସାଦ ଟାର୍ଗେଟରେ ରହିଛି ତେହେରାନର ନ୍ୟୁକ୍ଲିୟୟ ପ୍ଲାଣ୍ଟ । ଏପଟେ ଇରାନର ଅଣ୍ଟା ଭାଙ୍ଗିବାକୁ ଇସ୍ରାଏଲକୁ ପ୍ରତ୍ୟେକ୍ଷ ସମର୍ଥନ ଯୋଗାଇ ଦେଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯାହା ଖାମନେଇଙ୍କ ଚିନ୍ତା ବଢ଼ାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran and Israel continue airstrikes; Iran casts doubt on nuclear talks with U.S. | Argus News