Internet Shutdown In Iran / ଇରାନରେ ଗୃହଯୁଦ୍ଧ ସ୍ଥିତି ! ରାସ୍ତାକୁ ଓହ୍ଳାଇଲେ ହଜାର ହଜାର ବିକ୍ଷୋଭକାରୀ, ଇଣ୍ଟରନେଟ୍-ଟେଲିଫୋନ୍ ସେବା ବନ୍ଦ
·8 months ago·2 min read

Key Points
ଇରାନରେ ଗୃହଯୁଦ୍ଧ ସ୍ଥିତି
ଇରାନର ସର୍ବୋଚ୍ଚ ନେତା ଖାମନେଇଙ୍କ ବିରୋଧରେ ରାସ୍ତାକୁ ଓହ୍ଳାଇଲେ ହଜାର ହଜାର ବିକ୍ଷୋଭକାରୀ
ବିକ୍ଷୋଭ ଯୋଗୁ ଗୁରୁବାର ରାତିରେ ଇରାନରେ ଇଣ୍ଟରନେଟ୍ ଏବଂ ଟେଲିଫୋନ୍ ସେବା ପୂରା ବନ୍ଦ

ଇରାନରେ ମୁଦ୍ରାସ୍ଫୀତି ଏବଂ ଟଙ୍କାର ମୂଲ୍ୟ ହ୍ରାସକୁ ନେଇ ଦୁଇ ସପ୍ତାହ ଧରି ବିରୋଧ ପ୍ରଦର୍ଶନ ଜାରି ରହିଛି। ଗତକାଲି ରାତିରେ ନିର୍ବାସିତ ଯୁବରାଜ ପ୍ରିନ୍ସ ରେଜା ପହଲାଭି ଲୋକଙ୍କୁ ଘରୁ ବାହାରକୁ ଆସି ଇସଲାମିକ ଶାସନ ବିରୋଧରେ ପ୍ରଦର୍ଶନ କରିବାକୁ ଆହ୍ବାନ ଦେବା ପରେ ପ୍ରଦର୍ଶନ ଆହୁରି ତୀବ୍ର ହୋଇଥିଲା।
ରେଜା ପହଲାଭିଙ୍କ ଆବେଦନ ପରେ, ବହୁ ସଂଖ୍ୟକ ଲୋକ ରାସ୍ତାକୁ ଓହ୍ଲାଇଥିଲେ। ଏହି ସମୟରେ, ଇରାନ ସରକାର ରାସ୍ତା ଖାଲି କରିବା ପାଇଁ ସୁରକ୍ଷା ବାହିନୀ ନିୟୋଜିତ କରିଥିଲେ। ରିପୋର୍ଟ ହୋଇଛି ଯେ ଅତି କମରେ ୫୦ ଟି ଇରାନ ସହରରେ ବଡ଼ ଧରଣର ପ୍ରତିବାଦ ହେଉଛି। ଲୋକମାନେ ରାସ୍ତାକୁ ଓହ୍ଲାଇ ଇରାନ ଶାସନ ବିରୋଧରେ ସ୍ଲୋଗାନ ଦେଉଛନ୍ତି।
ଇରାନରେ ଗୃହଯୁଦ୍ଧ ସ୍ଥିତି । ଇରାନର ସର୍ବୋଚ୍ଚ ନେତା ଖାମନେଇଙ୍କ ବିରୋଧରେ ରାସ୍ତାକୁ ଓହ୍ଳାଇଲେ ହଜାର ହଜାର ବିକ୍ଷୋଭକାରୀ । ବିକ୍ଷୋଭ ଯୋଗୁ ଗୁରୁବାର ରାତିରେ ଇରାନରେ ଇଣ୍ଟରନେଟ୍ ଏବଂ ଟେଲିଫୋନ୍ ସେବା ପୂରା ବନ୍ଦ ହୋଇଯାଇଥିଲା। ତେହରାନ ଏବଂ ଅନ୍ୟାନ୍ୟ ସହରଗୁଡିକରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ବିକ୍ଷୋଭକାରୀ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଖାମନେଇ ଚେତାବନୀ ଦେଇଥିବା ଇରାନ ନେତୃତ୍ବଙ୍କୁ ଧମକ ଦେଇଛି ଆମେରିକା । ମୂଲ୍ୟବୃଦ୍ଧି, ଚାକିରି ଏବଂ ଖର୍ଚ୍ଚ ବୃଦ୍ଧି ନେଇ ୧୨ ଦିନ ହେଲାଣି ଇରାନରେ ଜୋରଦାର ବିକ୍ଷୋଭ ଜାରି ରହିଛି ।
ସେପଟେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ନେତୃତ୍ୱକୁ ଏକ କଡା ଚେତାବନୀ ଦେଇଛନ୍ତି । ଯଦି ପ୍ରଦର୍ଶନକାରୀଙ୍କୁ ହତ୍ୟା କରିବା ଆରମ୍ଭ କରନ୍ତି ତେବେ ଯୁକ୍ତରାଷ୍ଟ୍ର ଆମେରିକା କଠୋର କାର୍ଯ୍ୟାନୁଷ୍ଠାନ ନେବ । ଯଦି ସେମାନେ ଏହା କରନ୍ତି, ତେବେ ଆମେ ସେମାନଙ୍କୁ କଡାକଡି ଆଘାତ କରିବୁ କହିଛନ୍ତି ଟ୍ରମ୍ପ । ଏହି ଚେତାବନୀ ଇରାନରେ ବଢୁଥିବା ନାଗରିକ ଅଶାନ୍ତି ମଧ୍ୟରେ ଆସିଛି, ଯେଉଁଠାରେ ଅର୍ଥନୈତିକ ସଙ୍କଟ ଆହୁରି ଖରାପ ହେବା କାରଣରୁ ଏକାଧିକ ସହରରେ ବିରୋଧ ପ୍ରଦର୍ଶନ ହେଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମାନବ ଅଧିକାର କର୍ମୀମାନେ କହୁଛନ୍ତି ଯେ ପ୍ରଦର୍ଶନ ସହ ଜଡିତ ସଂଘର୍ଷରେ ଅତି କମରେ ୪୫ ଜଣ ଲୋକଙ୍କ ଜୀବନ ଯାଇଛି । ଯାହା ତେହରାନର ଅଶାନ୍ତି ନିୟନ୍ତ୍ରଣ ଉପରେ ଅନ୍ତର୍ଜାତୀୟ ଚିନ୍ତା ବଢାଇଛି । ଗୁରୁବାର ଦିନ ଇରାନରେ ଦେଶବ୍ୟାପୀ ଇଣ୍ଟରନେଟ୍ ବ୍ଲାକଆଉଟ୍ ହୋଇଛି । ଯେତେବେଳେ ଅର୍ଥନୈତିକ ଦୁର୍ଦ୍ଦଶା କାରଣରୁ ଉଦ୍ଭବ ହୋଇଥିବା ବିରୋଧ ପ୍ରଦର୍ଶନ ଆହୁରି ବ୍ୟାପିବାକୁ ଲାଗିଛି । ତେହରାନ ଏବଂ ମୁଖ୍ୟ ସହରଗୁଡିକରେ ପ୍ରଦର୍ଶନକାରୀମାନେ ରାସ୍ତାକୁ ଆସି ଇରାନର ଧର୍ମଗୁରୁ ନେତୃତ୍ୱ ବିରୋଧରେ ସ୍ଲୋଗାନ୍ ଦେଉଛନ୍ତି ।
Related Topics
Explore more stories