Iran Israel War / ଇରାନ ନେଲା ବଡ଼ ପ୍ରତିଶୋଧ; ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଘନ ଘନ ମିସାଇଲ୍ ମାଡ଼
·4 months ago·2 min read

Key Points
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ କାର୍ଯ୍ୟାଳୟ ଉପରେ ଇରାନ ମିସାଇଲ୍ ମାଡ଼ କରିଛି । ଇସ୍ରାଏଲ୍ ଏୟାରଫୋର୍ସ କମାଣ୍ଡରଙ୍କ ଘର ଉପରେ ଆକ୍ରମଣ କରାଯାଇଥିବା IRGC ଦାବି କରିଛି ।
ତେହରାନ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଉଛି । ଇରାନ ଓ ଇସ୍ରାଏଲ୍ ଭିତରେ ଯୁଦ୍ଧ ତୃତୀୟ ଦିନରେ ପହଞ୍ଚିଛି । ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅୟୋତୋଲ୍ଲା ଖାମେନେଇଙ୍କ ନିହତ ପରେ ରକ୍ତମୁଖା ହୋଇ ପଡ଼ିଛି ଇରାନ । ଉଭୟ ଇସ୍ରାଏଲ୍ ଓ ଇରାନ ପରସ୍ପର ଉପରକୁ ମିସାଇଲ୍ ମାଡ଼ କରିବା ଜାରି ରଖିଛନ୍ତି ।
ଏହାରି ଭିତରେ ବଡ଼ ଦାବି କରିଛି ଇରାନର ଇସଲାମିକ ରେଭୋଲେସନାରୀ ଗାର୍ଡ୍ କର୍ପସ୍ (IRGC) । ଦାବି ଅନୁସାରେ, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ କାର୍ଯ୍ୟାଳୟ ଉପରେ ଇରାନ ମିସାଇଲ୍ ମାଡ଼ କରିଛି । ଇସ୍ରାଏଲ୍ ଏୟାରଫୋର୍ସ କମାଣ୍ଡରଙ୍କ ଘର ଉପରେ ଆକ୍ରମଣ କରାଯାଇଥିବା IRGC ଦାବି କରିଛି ।
ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ବଡ଼ ବୟାନ: ଆହୁରି ୪ ସପ୍ତାହ ଚାଲିବ ଯୁଦ୍ଧ
IRGC ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି, "ଅପରେସନାଲ୍ ଟ୍ରୁଥ ପ୍ରମିଜ୍ ୪ ଅନୁଯାୟୀ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଓ ଏୟାରଫୋର୍ସ କମାଣ୍ଡରଙ୍କ ଅଫିସ୍ ଉପରେ ଅଚାନକ ମିସାଇଲ୍ ମାଡ଼ କରାଯାଇଛି । ଯେଉଁଥିରେ ବିପୁଳ କ୍ଷୟକ୍ଷତି ହୋଇଛି ।" ଏପରିକି ନେତନ୍ୟାହୁଙ୍କୁ ଅପରାଧୀ ପ୍ରଧାନମନ୍ତ୍ରୀ ବୋଲି କହିଛି IRGC ।
ଇରାନ ଆହୁରି ଦାବି କରିଛି ଯେ, ଇରାନର ମିସାଇଲ୍ ମାଡ଼ ସଫଳ ହୋଇଛି । ମିସାଇଲ୍ ଗୁଡ଼ିକ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଉପରେ ନିକ୍ଷେପ କରାଯାଇଛି । ଆକ୍ରମଣର ସଫଳତା ତଥ୍ୟ ପରେ ଦିଆଯିବ ।
IRGCର ଟାର୍ଗେଟ୍ରେ ଆଉ କିଏ ?
ଇରାନର ସ୍ଵତନ୍ତ୍ର ଫୋର୍ସ ହେଉଛି IRGC । ୧୯୭୯ ଇସଲାମିକ କ୍ରାନ୍ତି ପରେ ଏହାର ସୃଷ୍ଟି ହୋଇଥିଲା । ଇସ୍ରାଏଲ୍ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ ପରେ IRGC ନିୟନ୍ତ୍ରଣରେ ନଥିବା କୁହାଯାଉଛି । କେବେ, କେଉଁଠି ଓ କାହା ଉପରେ IRGC ଆକ୍ରମଣ କରିବ ଖୋଦ୍ ନିଷ୍ପତ୍ତି ନେଉଛି ।
୩ ଦିନ ହେଲା ଚାଲିଛି ଯୁଦ୍ଧ
ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଫେବ୍ରୁଆରୀ ୨୮ ତାରିଖରେ ଇରାନ୍ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣର ପ୍ରଥମ ଦିନରେ ଇସ୍ରାଏଲ୍ ତେହରାନରେ ଅୟାତୁଲ୍ଲା ଅଲୀ ଖାମେନେଇଙ୍କ ବାସଭବନ ଓ କାର୍ଯ୍ୟାଳୟ ଉପରେ ବୋମାବର୍ଷା କରିଥିଲା । ଯେଉଁଥିରେ ଖାମେନେଇଙ୍କ ମୃତ୍ୟୁ ହୋଇଥିବା ରବିବାର ରାତିରେ ଇରାନ ସୋସିଆଲ୍ ମିଡିଆରେ ସୂଚନା ଦେଇଥିଲା ।
ଏଥିସହ ପଢ଼ନ୍ତୁ: ଇରାନ ଘୋଷଣା କଲା ନୂଆ ସର୍ବୋଚ୍ଚ ନେତାଙ୍କ ନାଁ; କିଏ ୟେ ଅୟାତୋଲ୍ଲା ଅରାଫି ?
ଖାମେନେଇ ନିହତ ହେବା ପରେ ଏବେ ସ୍ଥିତି ନିୟନ୍ତ୍ରଣରେ ନାହିଁ । ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ ନେବ ବୋଲି ଇରାନ କହିଛି । ଇରାନ ପକ୍ଷରୁ ଇସ୍ରାଏଲ୍ ଏବଂ ମଧ୍ୟପ୍ରାଚ୍ୟ ରାଷ୍ଟ୍ରରେ ଥିବା ଆମେରିକାର ସୈନ୍ୟ ଆଡ୍ଡା ଉପରେ ଲଗାତାର ଆକ୍ରମଣ ଚାଲିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories