Strait of Hormuz / ଆମେରିକା ବି ମାନିଲାଣି ହାର୍: ଇରାନର ବଡ଼ ପ୍ଲାନ, ସମୁଦ୍ର ଭିତରେ ରଖିଛି...
·1 week ago·3 min read

Key Points
ଇରାନର ବଡ଼ ପ୍ଲାନ
ସମୁଦ୍ର ତଳେ ବିପଦ
ଆମେରିକା ବି ମାନିଲାଣି ହାର୍
ସମୁଦ୍ର ତଳେ ବିପଦ
ଆମେରିକା ବି ମାନିଲାଣି ହାର୍
ମଧ୍ୟପ୍ରାଚ୍ୟରେ ଘମାଘୋଟ ଲଢେଇ । ସରୁନି ଯୁଦ୍ଧ । ଏହା ଭିତରେ ଏମିତି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଷ୍ଟ୍ରେଟ୍ ଅଫ୍ ହର୍ମୋଜର ପାଣି ତଳେ ଆଉ ଏକ ନୂଆ ବିପଦ ମୁଣ୍ଡ ଟେକିଛି । ଯାହାକୁ ସହଜରେ ଟ୍ରାକ୍ କରିବା ଏବଂ ନିଷ୍କ୍ରିୟ କରିବା ସହଜ କଥା ନୁହେଁ । ସମୁଦ୍ର ତଳେ ବିପଦ ରହିଛି। ବଡ଼ ପ୍ଲାନ କରିଛି ଇରାନ୍। ଆମେରିକା ବି ମାନିଲାଣି ହାର୍। ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି । ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ଆକ୍ରମଣ କରୁଛନ୍ତି । ଇରାନ ମଧ୍ୟ କାଉଣ୍ଟର ଜବାବ ଦେଉଛି । ତେବେ ଏହି ଯୁଦ୍ଧ କେବଳ ଏୟାର ଷ୍ଟ୍ରାଇକ୍ କିମ୍ବା ମିସାଇଲ୍ ଆକ୍ରମଣରେ ସୀମିତ ରହିନାହିଁ । ଖାଲି ପାଣି ନୁହେଁ ଇରାନ ଭୂମିରେ ଅନେକ ଦୂରଗାମୀ ମିସାଇଲ୍ ସିଷ୍ଟମ୍ ମୁତୟନ କରିଛି ।
ଯାହା୧୦୦୦କିମି ଦୂରରେ ଲକ୍ଷ୍ୟ ଭେଦ କରିପାରିବ । ଆଣ୍ଟି ସିପ୍ ବାଲିଷ୍ଟିକ୍ ମିସାଇଲ୍, ହରମୋଜ୍-୨ ମିସାଇଲ୍ ଆଦି ଇରାନର ଶକ୍ତି ବଢାଉଛନ୍ତି ।ସବୁଠାରୁ ବଡ କଥା ହେଉଛି ଯେ, ଏହି ସବୁ ସବମେରିନ୍ ସମୁଦ୍ର ମଧ୍ୟରେ ବୋମା ଲଗାଇବାରେ ପାରଙ୍ଗମ । ଯାହା ଜାହାଜର ଚଳପ୍ରଚଳକୁ ଗୁରୁତର ପ୍ରଭାବିତ କରିବ । ଏସବୁ ବୁଡାଜାହାଜ ଦ୍ୱାରା ବିଛାଯାଇଥିବା ନାଭାଲ୍ ମାଇନ୍ସ୍ କୁ ଟ୍ରାକ୍ କରିବା କଷ୍ଟକର । ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ଆମେରିକା ଏ-୧୦ଆଟାକ୍ ଏୟାରକ୍ରାଫ୍ଟ୍ ଏବଂ ଆପାଚି ଏୟାରକ୍ରାଫ୍ଟ୍ ମୁତୟନ କରିଛି । ଏହାଦ୍ୱାରା ଇରାନର ସ୍ପିଡ୍ ବୋଟ୍ ଏବଂ ଅଣ୍ଡରଗ୍ରାଉଣ୍ଡ୍ ଅସ୍ତ୍ରଶସ୍ତ୍ରକୁ ଅକାମୀ କରାଯାଇପାରିବ । ଫଳରେ ଇରାନ ଷ୍ଟ୍ରେଟରେ ଯେଉଁ ଦବଦବା ଦେଖାଉଛି ତାହାକୁ ପ୍ରତିରୋଧ କରିହେବ । ଏହାସହ ଜାହାଜଗୁଡିକ ସୁରକ୍ଷିତ ଭାବେ ଚଳପ୍ରଚଳ କରପାରିବ । ତେବେ ସବୁଠୁ ବଡ ବିପଦ ହେଉଛି ପାଣି ଭିତରେ ଥିବା ସବମେରିନ୍ । ଯାହାକୁ ଟ୍ରାକ୍ କରିବା ସହଜ ନୁହେଁ । ଷ୍ଟ୍ରେଟ୍ ଅଫ୍ ହର୍ମୋଜ ପର୍ସିଆନ୍ ଗଲଫ୍ ଏବଂ ଗଲଫ୍ ଅଫ୍ ଓମାନ ମଧ୍ୟରେ ରହିଛି । ଯେଉଁଠି ବିଶ୍ୱର୨୦ପ୍ରତିଶତ ଏନର୍ଜି କରାବାର ହୋଇଥାଏ ।
ରିପୋର୍ଟ ଅନୁସାରେ, ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ଇରାନ ଘାଦିର୍ କ୍ଲାସ୍ ସବମେରିନ୍ ମୁତୟନ କରିଛି । ଏହା ପାରମ୍ପରିକ ବୁଡାଜାହାଜଠୁ ଖୁବ୍ ଛୋଟ । ଏହାର ଲମ୍ବ୨୯ମିଟର ହୋଇଥିବା ବେଲେ ଓଜନ ମାତ୍ର ୧୨୦ଟନ୍ । ଏହା ସମୁଦ୍ର ତଳେ୩୦ମିଟର ଯାଏଁ ଯାଇପାରିବ । ଏପରି ୧୦ ବୁଡାଜାହାଜକୁ ତେହେରାନ ମୁତୟନ କରିଛି । ଯାହା ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ବିଭିନ୍ନ ଜାହାଜ ପାଇଁ ପ୍ରକୃତ ବିପଦ । ଏହାର ମୁକାବିଲା ପାଇଁ ଆମେରିକା ମଧ୍ୟ ଓହିଓ କ୍ଲାସ୍ ସବମେରିନ୍ ମୁତୟନ କରିଛି । ଯାହାର ଓଜନ ୧୮୭୫୦ ଟନ୍ ହୋଇଥିବା ବେଳେ ଲମ୍ବ ୧୭୦ମିଟର । ଇରାନ ସମୁଦ୍ର ତଳେ ବିଛାଇଥିବା ମାଇନ୍ସ ହର୍ମୋଜ୍ ଦେଇ ଚଳପ୍ରଚଳ କରୁଥିବା ଜାହାଜ ପାଇଁ ବିପଦ ଭାବେ ଉଭା ହୋଇଛନ୍ତି । ମାଇନ୍ସ୍ ଅନେକ ବଡ ଜାଡାଜକୁ ଟାର୍ଗେଟ୍ କରିପାରିବ ।
ଏପରିକି ଧ୍ୱଂସ କରିପାରିବାର କ୍ଷମତା ରଖୁଛି । ଆମେରିକା ଏହା ଉପରେ ନଜର ରଖିଥିଲେ ବି ସବୁ ନାଭାଲ୍ ମାଇନ୍ସକୁ ଟ୍ରାକ୍ କରି ଡିଫ୍ୟୁଜ୍ କରିବା ସହଜ କଥା ନୁହେଁ । ଏଥିପାଇଁ ୟୁଏସ ବ୍ରିଟେନ୍ ଏବଂ ଜାପାନର ସାହାଯ୍ୟ ଲୋଡୁଛି । ଘାଦିର୍ କ୍ଲାସ୍ ସହ ଇରାନ ଫତେହ କ୍ଲାସ୍ ସବମେରିନ୍ ମୁତୟନ କରିଛି । ଏତତ୍ ବ୍ୟତୀତ ଋଷିଆରେ ନିର୍ମିତ କିଲୋ କ୍ଲାସ୍ ସବମେରିନ୍, ନହାଙ୍ଗ୍ ମିଡ୍ ନାଇଟ୍ ସବମେରିନ୍ ମଧ୍ୟ ପାଣି ଭିତରେ ରହିଛି । ଆହୁରି ମଧ୍ୟ ଘାବାସି ଏବଂ ଅଲ୍ ସାବେହତ୍ ସ୍ୱିମର୍ ଡେଲିଭରି ଭେଇକିଲ୍ ମଧ୍ୟ ଇରାନ ପାଣିକୁ ଛାଡିଛି । ଏସବୁକୁ ଇରାନର ସ୍ପିଡ୍ ବୋଟ୍ ସହାୟତା ପ୍ରଦାନ କରୁଛି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories