ଇସ୍ରାଏଲ ଓ ଇରାନ ଯୁଦ୍ଧ ଅଷ୍ଟମ ଦିନରେ, ଏବେବି ହେଉଛି କ୍ଷେପଣାସ୍ତ୍ର ବର୍ଷା

Key Points
ଅଷ୍ଟମ ଦିନରେ ପହଞ୍ଚଛି ଇସ୍ରାଏଲ ଓ ଇରାନ ଯୁଦ୍ଧ
ଏବେବି ପରସ୍ପର ବିରୋଧରେ ଜୋରଦାର ଆକ୍ରମଣ ଜାରି
ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ବର୍ଷା
ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚଛି। ଉଭୟ ଦେଶ ପରସ୍ପର ବିରୋଧରେ ଜୋରଦାର ଆକ୍ରମଣ ଜାରି ରଖିଛନ୍ତି। ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ବର୍ଷା କରିବା ସହ କ୍ଲଷ୍ଟର ବୋମା ଜରିଆରେ ଆକ୍ରମଣ କରିଛି। ଇସ୍ରାଏଲ ଯୁଦ୍ଧରେ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ଇରାନକୁ ସମର୍ଥନ ଜଣାଇଛି। ସେପଟେ ଇସ୍ରାଏଲ ପକ୍ଷରୁ କୁହାଯାଇଛି, ଇରାନର କେବଳ ପରମାଣୁ ଓ ସୈନ୍ୟ ଠିକଣା ଉପରେ ଆକ୍ରମଣ ହୋଇଛି। ତେବେ ଏହି ଯୁଦ୍ଧରେ ଇରାନର ପ୍ରାୟ 650ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି।
ଏହା ସହିତ ପ୍ରାୟ 1500ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେହିପରି ଇସ୍ରାଏଲରେ 24ଜଣଙ୍କ ମୃତ୍ୟୁ ଘଟିଥିବା ଶହେରୁ ଅଧିକ ଆହତ ହୋଇଛନ୍ତି। ଏଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକା ଆସନ୍ତା 2 ସପ୍ତାହ ଭିତରେ ଇରାନ ଉପରେ ଆକ୍ରମଣ କରିବା ନେଇ ସମ୍ଭାବନା ବୃଦ୍ଧି ପାଇଛି। ଇସ୍ରାଏଲ ଗାଜାରେ ହମାସ ସହିତ ଯୁଦ୍ଧ ଜାରି ରଖିଥିବା ବେଳେ, ଏହା ଅନ୍ୟ ଏକ ମୋର୍ଚ୍ଚାରେ ଇରାନକୁ ମଧ୍ୟ ମୁକାବିଲା କରୁଛି। ଏହି ଯୁଦ୍ଧରେ, ଏହାକୁ ଦୈନିକ ଲକ୍ଷ ଲକ୍ଷ ଡଲାର ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଖର୍ଚ୍ଚ କରିବାକୁ ପଡିଛି। ଏକ ରିପୋର୍ଟ ଅନୁଯାୟୀ, ଇରାନ ସହିତ ଯୁଦ୍ଧରେ ଇସ୍ରାଏଲକୁ ପ୍ରତିଦିନ ୬୨ ବିଲିୟନ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଇରାନ ବିରୋଧରେ ପ୍ରାରମ୍ଭିକ ସାମରିକ କାର୍ଯ୍ୟାନୁଷ୍ଠାନରେ ଇସ୍ରାଏଲର ଖର୍ଚ୍ଚ ଯଥେଷ୍ଟ ବୃଦ୍ଧି ପାଇଥିଲା। ଇସ୍ରାଏଲ ଏହି ଅପରେଶନର ପ୍ରଥମ ୪୮ ଘଣ୍ଟାରେ ୧.୪ ବିଲିୟନ ଡଲାର (୧୨୫ ବିଲିୟନ ଟଙ୍କା) ଖର୍ଚ୍ଚ କରିଛି।
📱 Get Argus News App
✨ଦିନ ବିତିବା ସହିତ ଏହି ଖର୍ଚ୍ଚ ବଢ଼ିବାରେ ଲାଗିଛି। ଇସ୍ରାଏଲ ଏବେ ଇରାନ ସହିତ ଏହି ଯୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଦିନ ପ୍ରାୟ ୭୨୫ ମିଲିୟନ ଡଲାର (୬୨ବିଲିୟନ ଟଙ୍କା) ଖର୍ଚ୍ଚ କରୁଛି। ସରକାରୀ ଅର୍ଥନୈତିକ ପରାମର୍ଶଦାତାଙ୍କ ଅନୁଯାୟୀ, ଦେଶ କେବଳ ଜେଟ ଇନ୍ଧନ ଏବଂ ଅସ୍ତ୍ରଶସ୍ତ୍ର ପାଇଁ ପ୍ରତିଦିନ ପ୍ରାୟ ୩୦୦ ନିୟୁତ ଡଲାର (୨୬ବିଲିୟନ ଟଙ୍କା) ଖର୍ଚ୍ଚ କରୁଛି।