Videos
|
International

Ghost Ships / ଏବେ ଆମେରିକା ହେବ ଧ୍ୱଂସ: ରୁଷଠୁ ଶିଖି ଟ୍ରମ୍ପଙ୍କୁ ମାତ୍ ଦେଲା ଇରାନ, ବୁଲୁଛି ଭୂତ ଜାହାଜ...

Banajyotshna Ray
Browse all articles by Banajyotshna Ray
·5 months ago·2 min read
ଏବେ ଆମେରିକା ହେବ ଧ୍ୱଂସ: ରୁଷଠୁ ଶିଖି ଟ୍ରମ୍ପଙ୍କୁ ମାତ୍ ଦେଲା ଇରାନ, ବୁଲୁଛି ଭୂତ ଜାହାଜ...
Ghost Ships

Key Points

ସମୁଦ୍ରରେ ବୁଲୁଛି ଭୂତ ଜାହାଜ
ଟ୍ରମ୍ପଙ୍କୁ ମାତ୍ ଦେଲା ଇରାନର ଟେକ୍ନୋଲୋଜି
ଏବେ ଆମେରିକା ହେବ ଧ୍ୱଂସ
ଟ୍ରମ୍ପଙ୍କୁ ମାତ ଦେଲା ଇରାନର ଟେକ୍ନୋଲୋଜି। ଏବେ ସମୁଦ୍ରରେ ବୁଲୁଛି ଭୂତ ଜାହାଜ। । ଦୀର୍ଘ ଦୀର୍ଘ ସମୟ ଧରି ଆମେରିକୀୟ କଟକଣାର ଶିକାର ହୋଇଥିବା ରୁଷ ଠାରୁ ଶିଖି ଏବେ ଇରାନ ଆମେରିକାକୁ ମାତ୍ ଦେଉଛି। ଯେଉଁ ଖବର ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦିନ ଥିଲା ଯେତେବେଳେ ଆମେରିକା ବାରମ୍ୱାର ଇରାନ ଉପରକୁ ମିସାଇଲ ମାଡ କରୁଥିଲା। ଆଜି ସେହି ଆମେରିକା ଇରାନକୁ ଡରିବା ଆରମ୍ଭ କଲାଣି। ଇରାନର ସାମୁଦ୍ରିକ ବ୍ୟାପାରକୁ ବରବାଦ କରିବାକୁ ଅଣ୍ଟା ଭିଡ଼ିଛି ଆମେରିକା । ଏଥିଲାଗି ଦେଶର ସମସ୍ତ ବନ୍ଦରରେ ନାକାବନ୍ଦୀ କରିଛି। କିନ୍ତୁ ଇରାନ ନିକଟରେ ଏହାର ବିକଳ୍ପ ମଧ୍ୟ ରହିଛି।

ରାଡାରରୁ ନିଖୋଜ ହୋଇଯାଇଥାନ୍ତି କିମ୍ବା ପରିବର୍ତ୍ତିତ ପରିଚୟ ସହ ପୁନଃ ନଜରକୁ ଆସିଥାନ୍ତି। ସାମୁଦ୍ରିକ ଗୁଇନ୍ଦା କମ୍ପାନି ୱିଣ୍ଡୱାର୍ଡର ସିଇଓ ଏମି ଡାନିଏଲ କହିଛନ୍ତି, ୨୦୨୨ ୟୁକ୍ରେନ୍ ଯୁଦ୍ଧ ପରେ ରୁଷ୍ ଆମେରିକାର କଟକଣାରୁ ବରିବାକୁ ଏହିଭଳି ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରୁଥିଲା। ବର୍ତ୍ତମାନ ରୁଷ ଠାରୁ ଶିଖି ଇରାନ ଏଭଳି କରୁଛି। ଏଥିଯୋଗୁ ଏଥିରେ ଜାହାଜର ଗତିବିଧି ଉପରେ ନଜର ରଖି ରଖିବା କଷ୍ଟକର ହୋଇପାରେ।ଏଭଳି ପଦକ୍ଷେପ ଦ୍ଵାରା ଇରାନର ଅନେକ ଜାହାଜ ଆମେରିକାର ଅବରୋଧ ସତ୍ତ୍ୱେ ପରିଚୟ ଗୋପନ ରଖି ହଜରେ ହର୍ମୁଜ ପ୍ରଣାଳୀ ପାର କରୁଛନ୍ତି।

ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କୁ ଅପମାନ: ଦେଖାନକରି ଫେରାଇଦେଲେ ଦୂତଙ୍କୁ, ଏବେ ହେବ ବଡ଼ ଯୁଦ୍ଧ !

ଅନ୍ତର୍ଜାତୀୟ ସାମୁଦ୍ରିକ ନିୟମ ଅନୁସାରେ, ବଡ଼ ବ୍ୟବସାୟିକ ଜାହାଜ ଟ୍ରାନ୍ସପୋଣ୍ଡକୁ ସଞ୍ଚାଳିତ କରିବା । ଜାହାଜର ପରିଚୟ ଏବଂ ମାର୍ଗ ସଂପର୍କରେ ପ୍ରସାରଣ କରେ କିନ୍ତୁ ଜାହାଜଗୁଡ଼ିକ ଚାହିଁଲେ ଏହି ସିଷ୍ଟମକୁ ବନ୍ଦ କରିଦେଇପାରିବେ। ଭୁଲ୍ ତଥ୍ୟ ଦେଇପାରିବେ। ଏହାକୁ ‘ସ୍ଫୁଫିଙ୍ଗ୍ ଫିଙ୍ଗ୍ ବୋଲି କୁହାଯାଇଥାଏ। ନ୍ୟୁୟର୍କ ଟାଇମ୍ବର ରିପୋର୍ଟ ଅନୁସାରେ, ଇରାନ ସହ ଜଡ଼ିତ ଜାହାଜ ନିଜ ଗତି ଗତିବିଧିକୁ ଲୁଚାଇବାକୁ ଏବେ ‘ସ୍ଫୁଫିଙ୍ଗ’ ଭଳି ଭ୍ରମାତ୍ମକ ଟ୍ରାକିଂ ପ୍ରଯୁକ୍ତିର ବ୍ୟବହାର ବଢ଼ାଇଛନ୍ତି। ନିଜ ପରିଚୟ ଲୁଚାଇବାକୁ ସେମାନେ ଟ୍ରାନସପୋଣ୍ଡର ବନ୍ଦ କରୁଛନ୍ତି। ନହେଲେ ମିଥ୍ୟା ପରିଚୟରେ ତଥ୍ୟ ପ୍ରସାର କରୁଛନ୍ତି ଯାହାକୁ ଜାଣିବା କଷ୍ଟକର ହୋଇଯାଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ ଦୁଇ ଦିନ ପୂର୍ବରୁ ଜାଣିଥିବେ ଆମେରିକା-ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବଡ଼ ଖବର । ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ଯୁଦ୍ଧ ସମାପ୍ତ କରିବା ପାଇଁ ଉଭୟ ଆମେରିକା ଓ ଇରାନ ଏବେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ପ୍ରସ୍ତୁତ । ଆସନ୍ତା ଏପ୍ରିଲ ୧୬ରେ ଏହି ବୈଠକ ଅନୁଷ୍ଠିତ ହୋଇପାରେ ବୋଲି ସୂଚନା ମିଳିଛି । ସେପଟେ ଯୁଦ୍ଧ ପରିସ୍ଥିତି ବେଳେ ପ୍ରଥମଥର ପାଇଁ ପ୍ରତିକ୍ରିୟା ରଖିଛି ଚୀନ୍ । ହର୍ମୁଜ ପ୍ରଣାଳୀରେ ଆମେରିକାର ଅବରୋଧକୁ ବିପଜ୍ଜନକ ଏବଂ ଦାୟିତ୍ୱହୀନ କହି ନିନ୍ଦା କରିଛି ।

ଅଧିକ ପଢ଼ନ୍ତୁ ବିଦେଶ ଖବର:


Related Topics

Explore more stories

Ghost Ships | ‘Ghost Ships’ emerge in Hormuz | Argus News | Argus News