Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଇସ୍ରାଏଲ ଉପରେ ବାଲାଷ୍ଟିକ୍ ମିସାଇଲ ଆକ୍ରମଣ ଆରମ୍ଭ କରିଛି ଇରାନ୍

Ritu Das
Browse all articles by Ritu Das
·1 year ago·1 min read
ଇସ୍ରାଏଲ ଉପରେ ବାଲାଷ୍ଟିକ୍ ମିସାଇଲ ଆକ୍ରମଣ ଆରମ୍ଭ କରିଛି ଇରାନ୍

ଅର୍ଗସ ବ୍ୟୁରୋ: ଇସ୍ରାଏଲ ଉପରେ ବଡ଼ ଆଟାକ୍ କରିଛି ଇରାନ୍ । ଇସ୍ରାଏଲ ଉପରେ ବାଲାଷ୍ଟିକ୍ ମିସାଇଲ ଆକ୍ରମଣ ଆରମ୍ଭ କରିଛି ଇରାନ୍ । ଇସ୍ରାଏଲ ଉପରେ 400ରୁ ଅଧିକ ମିସାଇଲ ମାଡ କରିଛି ଇରାନ୍ ସେନା । ଇସ୍ରାଏଲର ସେନା କ୍ୟାମ୍ପ ଗୁଡିକରେ ମିସାଇଲ ମାଡ କରାଯାଇଛି । ଇରାନ ବାଲାଷ୍ଟିକ ମିଜାଇଲ ନିକ୍ଷେପ କରିପାରେ ବୋଲି ଆମେରିକା ପକ୍ଷରୁ କୁହାଯାଇଥିଲା । ଆଉ ଏହାର କିଛି ଘଣ୍ଟା ଭିତରେ ତାହା ହିଁ ହୋଇଛି । ଆମେରିକାର ଏଭଳି ଚେତାବନୀ ସାମ୍ନାକୁ ଆସିବା ପରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକ କରିଥିଲା ଇସ୍ରାଏଲ । 

ବୈଠକରେ ଇସ୍ରାଏଲର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ହ୍ବାଇଟ ହାଉସ ପକ୍ଷରୁ ଦିଆଯାଇଥିବା ବୟାନ ଉପରେ ତର୍ଜମା ହୋଇଥିଲା । ଯଦି କୌଣସି ସମୟରେ ଇରାନ ଆକ୍ରମଣ କରେ ତେବେ କିଭଳି ଏହାର ପ୍ରତିହତ କରିହେବ ସେ ନେଇ ପ୍ରସ୍ତୁତ ହୋଇଥିଲା ରଣନୀତି ।  ଇସ୍ରାଏଲ ଏୟାର ଡିଫେନ୍ସ ସିଷ୍ଟମକୁ ଆକଟିଭ୍ କରିବା ସହ ସ୍ଥିତି ଉପରେ ନଜର ରଖିଛି । ଇରାନର ଆକ୍ରମଣ ଉପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, “ଇରାନ ଏକ ବଡ଼ ଭୁଲ କରିଛି ଏବଂ ଏହାର ପରିଣାମ ଇରାନକୁ ଭୋଗିବାକୁ ପଡିବ। ସ୍ଥିତି ଜଟିଳ ହେଉଥିବା ବେଳେ ଆମେରିକା ସୁରକ୍ଷା ଟିମ୍‌ ସହିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ କମଳା ହ୍ୟାରିସ୍ଙ୍କ ଗୁରୁତ୍ବପୁର୍ଣ୍ଣ ବୈଠକ। ଇସ୍ରାଏଲର ସୁରକ୍ଷା ପାଇଁ ଆମେରିକା ପ୍ରତିବଦ୍ଧ ଥିବା କହିଛନ୍ତି, ଜୋ ବାଇଡେନ୍। 

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran has launched | Argus News