Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଇରାନ କେବଳ ଇସ୍ରାଏଲ ପାଇଁ ନୁହେଁ ବରଂ ଆମେରିକା ପାଇଁ ମଧ୍ୟ ବିପଦ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
ଇରାନ କେବଳ ଇସ୍ରାଏଲ ପାଇଁ ନୁହେଁ ବରଂ ଆମେରିକା ପାଇଁ ମଧ୍ୟ ବିପଦ

Key Points

୪୦ ବର୍ଷ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲର ଧ୍ୱଂସ ବିଷୟରେ କହୁଛି ।
ମଧ୍ୟପ୍ରାଚ୍ୟର ଏହି ଶକ୍ତିଶାଳୀ ଦେଶକୁ ଏବେ ଶାନ୍ତି ଦିଗରେ ପଦକ୍ଷେପ ନେବା ଉଚିତ୍ ।
B-2 ବୋମାବର୍ଷୀ ଷ୍ଟେଲ୍ଥ ଆମେରିକାର ଆତ୍ୟାଧୁନିକ ଯୁଦ୍ଧ ବିମାନ ।

ଇରାନ ଉପରେ ଆକ୍ରମଣ ପରେ ଟ୍ରମ୍ପ କହିଛନ୍ତି, ଆମେ ଇରାନ ଉପରେ ବିମାନ ଆକ୍ରମଣ କରିଛୁ । ଆମେରିକୀୟ ଆକ୍ରମଣର ଉଦ୍ଦେଶ୍ୟ ହେଉଛି ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବା । ଇରାନ ଶାନ୍ତି ପଥରେ ଆସିବା ଉଚିତ୍ । ଯଦି ଏପରି ନକରେ, ତେବେ ଆହୁରି ବଡ଼ ଆକ୍ରମଣ କରାଯିବ । ସେ ଆହୁରି କହିଛନ୍ତି, ମୁଁ ବହୁତ ପୂର୍ବରୁ ନିଷ୍ପତ୍ତି ନେଇଥିଲି ଯେ, ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ।

ଇରାନ କେବଳ ଇସ୍ରାଏଲ ପାଇଁ ନୁହେଁ ବରଂ ଆମେରିକା ପାଇଁ ମଧ୍ୟ ଏକ ଗମ୍ଭୀର ବିପଦ। ଗତ ୪୦ ବର୍ଷ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲର ଧ୍ୱଂସ ବିଷୟରେ କହୁଛି । ଯଦି ଇରାନ ଏବେ ବି ଶାନ୍ତି ପଥ ଗ୍ରହଣ ନକରେ, ତେବେ ଆହୁରି ବଡ଼ ଆକ୍ରମଣ ହୋଇପାରେ। ମଧ୍ୟପ୍ରାଚ୍ୟର ଏହି ଶକ୍ତିଶାଳୀ ଦେଶକୁ ଏବେ ଶାନ୍ତି ଦିଗରେ ପଦକ୍ଷେପ ନେବା ଉଚିତ୍ ।
ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଇରାନ ଉପରେ ଆକ୍ରମଣ କରିବା ପରେ ଡୋନାଲ୍ଡ ଟ୍ରମ୍ପ୍ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ ଏବଂ ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ତାଙ୍କ ଦେଶ ଇସ୍ରାଏଲ ଏବେ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ । ଏଥିପାଇଁ ନେତନ୍ୟାହୁ ଟ୍ରମ୍ପ୍‌ଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।

ତେବେ B-2 ବୋମାବର୍ଷୀ ଷ୍ଟେଲ୍ଥ ଆମେରିକାର ଆତ୍ୟାଧୁନିକ ଯୁଦ୍ଧ ବିମାନ । ପରମାଣୁ ଘାଟିଗୁଡ଼ିକୁ ଧ୍ବଂସ କରିବାକୁ ଏହା ଆକାଶରେ NON STOP ୩୭ ଘଣ୍ଟା ଧରି ଉଡ଼ିଥିଲା ଓ ମଝି ଆକାଶରେ ବିଭିନ୍ନ ସ୍ଥାନରେ ହିଁ ଇନ୍ଧନ ଭର୍ତ୍ତି କରିଥିଲା । ଆମେରିକାର ମିସୌରୀରୁ ଏହା ଉଡ଼ାଣ ଆରମ୍ଭ କରିଥିଲା, ଆଉ ୩୭ ଘଣ୍ଟା ଧରି ଆକାଶରେ ଉଡ଼ିବା ସହ ଇରାନର ପରମାଣୁ ଘାଟିଗୁଡ଼ିକୁ ଧ୍ବଂସ କରିଥିଲା । ଏହି ଆକ୍ରମଣକୁ ଏକ ଲକ୍ଷ୍ୟ ଭେଦି ଆକ୍ରମଣ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ସେ ଆହୁରି ବି କହିଛନ୍ତି, ଧ୍ବଂସ ସ୍ତୁପ ପାଲଟିଛି 'ଫୋର୍ଡୋ' । 'ଫୋର୍ଡୋ'କୁ ତେହେରାନର ସବୁଠୁ ସୁରକ୍ଷିତ ଆଣବିକ କେନ୍ଦ୍ର ବୋଲି କୁହଯାଏ, ଯାହା ଏବେ ଧ୍ବସ୍ତ ବିଧ୍ବସ୍ତ । ଏହାସହ ସେ ଇରାନକୁ ଚେତାଇ ଦେଇଛନ୍ତି କି, ଖୁବଶୀଘ୍ର ଶାନ୍ତି ସ୍ଥାପନ କର, ନହେଲେ ପୁଣି ଥରେ ଆକ୍ରମଣର ଶିକାର ହେବ ।


ଇରାନର ତିନିଟି ଆଣବିକ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଯୁଦ୍ଧର ଦଶମ ଦିନରେ ଇସ୍ରାଏଲ ସପକ୍ଷରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆମେରିକା । US ଆକ୍ରମଣରେ ଇରାନର ଫୋର୍ଡୋ, ନାଟାଞ୍ଜ ଓ ଇସଫାହାନ ପରମାଣୁ ଘାଟି ଧ୍ବଂସ ହୋଇଛି । ବଙ୍କର ବଷ୍ଟର ବୋମା ସହ ଗୁପ୍ତ ବୋମାବାହୀ ବିମାନରେ ଆକ୍ରମଣ ହୋଇଛି। ଫଳରେ ଯୁଦ୍ଧ ଆଗକୁ ଆହୁରି ବଢ଼ିବାର ଅଶଙ୍କା ଦେଖାଦେଇଛି । ଇରାନ୍ ଓ ଇସ୍ରାଏଲ ପରସ୍ପର ଉପରକୁ ଆକ୍ରମଣ କରିଥିବା ଦାବି କରୁଛନ୍ତି।

ଆମେରିକାର ଆକ୍ରମଣ ପରେ ଇସ୍ରାଏଲ୍‌ ଉପରେ ଇରାନ୍‌ର ଆଟାକ୍ । ଇସ୍ରାଏଲ୍ ଉପରେ ଇରାନ୍‌ ୨୫ଟି ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରିଛି । ଇରାନ୍‌ର ଆକ୍ରମଣ ପରେ ଇସ୍ରାଏଲ୍‌ରେ ବାଜିଲା ସାଇରନ୍ । ତୁରନ୍ତ ସୁରକ୍ଷା ଏଜେନ୍ସି ସତର୍କ ରହିବାକୁ ଇସ୍ରାଏଲ୍‌ର ନିର୍ଦ୍ଦେଶ । ସେପଟେ ଇରାନର ସମସ୍ତ ଆକ୍ରମଣକୁ ପଣ୍ଡ କରାଯାଇଛି ବୋଲି ଇସ୍ରାଏଲ କହିଛି । ଟ୍ରମ୍ପ୍‌ଙ୍କ ନିଷ୍ପତ୍ତିକୁ ଦୁଃସାହସିକ କହିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଏହା ସହ ଆହୁରି କହିଛନ୍ତି, ଶକ୍ତି ମାଧ୍ୟମରେ ଶାନ୍ତି ଆସେ । ପରମାଣୁ ଘାଟିରେ ଆକ୍ରମଣ ପରେ ବଦଳିବ ଇତିହାସ।

ଆମେରିକାର ଇରାନ ଉପରେ ଆକ୍ରମଣ ପରେ ବଢୁଛି ଉତ୍ତେଜନା । ଏପରିକି ଇରାନ ପ୍ରତିଆକ୍ରମଣ କରିବାର ଆଶଙ୍କା ରହିଛି । ଏଥିପାଇଁ ନ୍ୟୁୟର୍କ ଓ ଓ୍ବାଶିଂଟନରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଆମେରିକାର ଧାର୍ମିକ ସହର, ସାଂସ୍କୃତିକ ସହର ସହ ବିଭିନ୍ନ ଦୂତାବାସ କାର୍ଯ୍ୟାଳୟ ସମ୍ମୁଖରେ ବଢିଛି ସୁରକ୍ଷା । ବିଭିନ୍ନ ବ୍ୟାବସାୟିକ ଅନୁଷ୍ଠାନ ଉପରେ ମଧ୍ୟ ସୁରକ୍ଷାକୁ କଡା କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran is a threat not only to Israel but also to America. | Argus News