Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଇରାନ ଇସ୍ରାଏଲ ମଧ୍ୟରେ ମହାଯୁଦ୍ଧ ସ୍ଥିତି

Ritu Das
Browse all articles by Ritu Das
·1 year ago·1 min read
ଇରାନ ଇସ୍ରାଏଲ ମଧ୍ୟରେ ମହାଯୁଦ୍ଧ ସ୍ଥିତି

Key Points

ଇରାନ ଇସ୍ରାଏଲ ମଧ୍ୟରେ ମହାଯୁଦ୍ଧ ସ୍ଥିତି

ଇରାନର ଆଣବିକ ପରୀକ୍ଷଣ ପ୍ଲାଣ୍ଟ ଉପରେ ଆକ୍ରମଣ ପରେ ଇରାନର ପାଲଟା ଆକ୍ରମଣ

୧୦୦ରୁ ଊର୍ଦ୍ଧ୍ବ ବାଲାଷ୍ଟିକ୍ ମିଜାଇଲରେ ଜୋରଦାର ଆଟାକ୍

ଇରାନ ଇସ୍ରାଏଲ ମଧ୍ୟରେ ମହାଯୁଦ୍ଧ ସ୍ଥିତି । ଇସ୍ରାଏଲ ଇରାନର ଆଣବିକ ପରୀକ୍ଷଣ ପ୍ଲାଣ୍ଟ ଉପରେ ଆକ୍ରମଣ ପରେ ଇରାନର ପାଲଟା ଆକ୍ରମଣ । ଅପରେସନ୍ ଟ୍ରୁ ପ୍ରମିଜ୍' ଜରିଆରେ ୧୦୦ରୁ ଊର୍ଦ୍ଧ୍ବ ବାଲାଷ୍ଟିକ୍ ମିଜାଇଲରେ ଜୋରଦାର ଆଟାକ୍ । ଇରାନର କ୍ଷେପଣାସ୍ତ୍ରକୁ ଇସ୍ରାଏଲ ଜିଫେନ୍ସ ସିଷ୍ଟମ ଆକାମୀ କରିଛି । ଏହା ସହ ଇରାନର କ୍ଷେପଣାସ୍ତ୍ର ମାଡ ନେଇ ଇସ୍ରାଏଲବାସୀ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି । ଇସ୍ରାଏଲର ଆକ୍ରମଣର କଡା ଜବାବ ଦେବାକୁ ଇରାନ ଘୋଷଣା କରିଛି। 


ଆଗାମୀ ଦିନରେ ଇସ୍ରାଏଲ ଉପରେ ବଡଧରଣର ଆକ୍ରମଣ ପୂର୍ବକ ପ୍ରତିଶୋଧ ଇରାନର ସର୍ବୋଚ୍ଚ ନେତା ଆୟୋତୋଲା ଅଲି ଖାମନେରା ଚେତାବନୀ ଦେଇଛନ୍ତି । ପୂର୍ବରୁ ଇରାନ ପରମାଣୁ ଅସ୍ତ୍ର ତିଆରିରୁ ବରତ ରହିବା ଲାଗି ପ୍ରସ୍ତାବ ଦେଇଥିଲା ଆମେରିକା। ତେହେରାନ ଉପରେ ଇସ୍ରାଏଲର ୨୦୦ରୁ ଅଧିକ ଲୁଢୁଆ ଡ୍ରୋନ୍ ସାହାଯ୍ୟରେ ଇସ୍ରାଏଲ ଅପରେସନ୍ ରାଇଜିଂ ଲାୟନ୍ କରିଥିଲା । ଯେଉଥିରେ ଇରାନୀ ସେନା ମୁଖ୍ୟ ଏବଂ ବରିଷ୍ଠ ପରମାଣୁ ବୈଜ୍ଞାନିକଙ୍କ ସମେତ ଇରାନୀ ସାମରିକ ନେତୃତ୍ୱଙ୍କ ମୃତ୍ୟୁ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
iran-israel-war-situation | Argus News