Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଇରାନ ଆକ୍ରମଣର କଡା ଯବାବ ଦେଲା ଇସ୍ରାଏଲ

International

ଇରାନ ଆକ୍ରମଣର କଡା ଯବାବ ଦେଲା ଇସ୍ରାଏଲ

Smruti Parija
Browse all articles by Smruti Parija
·2 years ago·2 min read
ଇରାନ ଆକ୍ରମଣର କଡା ଯବାବ ଦେଲା ଇସ୍ରାଏଲ

Key Points

  • ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧର ନିଆଁ 
  • ଇରାନ ଆକ୍ରମଣର କଡା ଯବାବ ଦେଲା ଇସ୍ରାଏଲ
  •  ରାତି ଅଧରେ ଇରାନ ଉପରେ ଡ୍ରୋନ ଆକ୍ରମଣ 
  • ଇରାକ ଓ ସିରିଆ ଉପରେ ମଧ୍ୟ ଇସ୍ରାଏଲର ଏୟାରଷ୍ଟ୍ରାଇକ୍

ଅର୍ଗସ ବ୍ୟୁରୋ: ଆକ୍ରମଣ ପ୍ରତିଆକ୍ରମଣ । ମଧ୍ୟପ୍ରାଚ୍ୟରେ ପୁଣି ଘନେଇଲା ଜୁଦ୍ଧର ଆତଙ୍କ । ଇରାନ୍ ର  ଆକ୍ରମଣର ମୁହତୋଡ ଜବାବ ଦେଲା ଇସ୍ରାଏଲ ।  ମିସାଇଲର୍ ଜବାବରେ ଡ୍ରୋେନ ମାଡ । ଥରିଲା ଇରାନ୍ ର ଇସ୍‌ଫାହନ ସିଟି । 

ଏପ୍ରିଲ ୧୩ ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ଇରାନ। ୨୦୦  ମିସାଇଲ ଆକ୍ରମଣ କରି ଇସ୍ରାଏଲକୁ ବଡ ଝଟକା ଦେଇଥିଲା  ଇରାନ । ଏହାପରେ ଇସ୍ରାଏଲ ନିଶ୍ଚିତ ଭାବେ ଇରାନ ଉପରେ ଆକ୍ରମଣ କରିବ ବୋଲି ଜେଉଁ ଅନୁମାନ କରାଯାଉଥିଲା, ତାହା ଏବେ ସତ ହୋଇଛି। ଇରାନର ଇସ୍‌ଫାହନ ସିଟିରେ ଥିବା ବିମାନ ବନ୍ଦରକୁ ଟାର୍ଗେଟ୍‌ କରି ମିସାଇଲ ମାଡ଼ କରିଛି ଇସ୍ରାଏଲ। 

ଇସ୍‌ଫାହନ ସହରରେ ଇରାନର ପରମାଣୁ କେନ୍ଦ୍ର ଅବସ୍ଥିତ। ଏହାକୁ ହିଁ ଟାର୍ଗେଟ କରି ଇସ୍ରାଏଲ ଆକ୍ରମଣ କରିଛି। ଏହି ଆକ୍ରମଣ ପରେ ଇରାନ ନିଜର ଆକାଶ ମାର୍ଗରେ ସମସ୍ତ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛି। ଯାହା ପରେ ଏହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଇରାନର ୯ଟି ସ୍ଥାନକୁ ଟାର୍ଗେଟ କରିବାର ସୂଚନା ରହିଛି। ଇରାନ ସହିତ ଇସ୍ରାଏଲ ମଧ୍ୟ ଇରାକ ଏବଂ ସିରିଆରେ ଇରାନ ସମର୍ଥିତ ସାମରିକ ବେସ ଉପରେ ଆକ୍ରମଣ କରିଥିବା ସୂଚନା ମିଳଛି। ତେବେ ଇସ୍ରାଏଲର ଆକ୍ରମଣ ପରେ ଇରାନରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ହେଲେ ଇସ୍ରାଏଲ ଆକ୍ରମଣ କରିଥିବା ଦାବିକୁ ମିଛ ବୋଲି କହିଛି ଇରାନ। ଅନ୍ୟପଟେ  ଇସ୍ରାଏଲ ସହିତ ବିବାଦରେ  ଆମେରିକା ମୁଣ୍ଡ ଲଖେଳାଉ ବୋଲି କହିଛନ୍ତି  ଇରାନ ମୁଖ୍ୟ ଆଇତୋଲ୍ଲା ଖୋମିନୀ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିଛି ଦିନ ତଳେ ସିରିଆରେ ଇରାନ ଦୂତାବାସ ଉପରେ ଇସ୍ରାଏଲ ଆକ୍ରମଣ କରିବା ପରେ ଉଭୟ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ଇରାନ ମଧ୍ୟ ପାଲଟା ଆକ୍ରମଣ କରିଥିଲା। ଇରାନ ଇସ୍ରାଏଲ ଉପରେ ଶତାଧିକ ଡ୍ରୋନ୍ ଓ ମିସାଇଲ ମାଡ଼ କରିଥିଲା। କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଇସ୍ରାଏଲ ପରବର୍ତ୍ତୀ ସମୟରେ ସ୍ପଷ୍ଟ କରିଥିଲା। ସେତେବେଳେ ଇରାନ ଚେତାବନୀ ଦେଇ କହିଥିଲା ଯେ, ଆମେ ଆଗକୁ ଆକ୍ରମଣ କରିବୁ ନାହିଁ। କିନ୍ତୁ ଇସ୍ରାଏଲ ଯଦି କୌଣସି ପ୍ରକାର କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରେ, ତେବେ ଆମେ ଚୁପ୍ ରହିବୁନି। ହେଲେ ଇରାନର ଏହି ଧମକକୁ ଖାତିର କରିନି ଇସ୍ରାଏଲ। ପୁଣି ମିସାଇଲ ମାଡ଼ କରିବା ପରେ ଯୁଦ୍ଧ ପରିସ୍ଥିତି ଘନଉଥିବା ଆଶଙ୍କା କରାଯାଉଛି।

ଆହୁରି ପଢନ୍ତୁ ବିଦେଶ ଖବର...

Raja Festival
Sponsored
iran-israel-war-update | Argus News