Iran Missile Attack / ହର୍ମୁଜ ପ୍ରଣାଳୀରେ ଇରାନ ମିସାଇଲ୍ ମାଡ଼ ଜଣେ ଭାରତୀୟଙ୍କ ମୃତ୍ୟୁ, ୮ ଆହତ

Key Points
ତେଜିଲା ଆମେରିକା-ଇରାନ ଯୁଦ୍ଧ ୟୁଏଇର ୨ ତେଲ ଟ୍ୟାଙ୍କରେ ଭୟଙ୍କର ଆକ୍ରମଣ
ହର୍ମୁଜରେ ବଡ଼ ଆକ୍ରମଣ ଇରାନ ମିସାଇଲ୍ ମାଡ଼ରେ ଭାରତୀୟ କର୍ମଚାରୀ ମୃତ
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ଆକ୍ରମଣ ପରେ ତେଲ ଦର ବଢ଼ିଲା
ତେଜିଲା ଆମେରିକା-ଇରାନ ଯୁଦ୍ଧ... ହର୍ମୁଜ ପ୍ରଣାଳୀରେ ଇରାନର କ୍ରୁଜ୍ ମିସାଇଲ୍ ମାଡ଼ରେ ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହି ଭୟଙ୍କର ଆକ୍ରମଣରେ ଜଣେ ଭାରତୀୟ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ଯେଉଁଥିରେ ୬ ଜଣ ଭାରତୀୟ ଏବଂ ୨ ଜଣ ୟୁକ୍ରେନ ନାଗରିକ ଅଛନ୍ତି ।
ଓମାନ ସୀମାରେ ଯାଉଥିବା 'ମୋମ୍ବାସା' ଏବଂ 'ଅଲ୍ ବାହିୟା' ନାମକ ଦୁଇଟି ୟୁଏଇ ଟାଙ୍କି ଉପରକୁ ଇରାନ କ୍ରୁଜ୍ ମିସାଇଲ୍ ମାଡ଼ କରିଥିଲା । 'ମୋମ୍ବାସା' ଜାହାଜରେ ଥିବା ଜଣେ ଭାରତୀୟ ସେଲର୍ଙ୍କ ମୃତ୍ୟୁ ହୋଇଛି । ଆହତ ୮ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତି ଗୁରୁତର ରହିଛି ।
ଆମେରିକା ପକ୍ଷରୁ ଇରାନ ଉପରେ ହୋଇଥିବା ଏୟାରଷ୍ଟ୍ରାଇକ୍ ପରେ ଇରାନ ଏହି ପ୍ରତିଶୋଧମୂଳକ ଆକ୍ରମଣ କରିଛି । ୟୁଏଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାକୁ ଆନ୍ତର୍ଜାତୀୟ ନିୟମର ଖୋଲାଖୋଲି ଉଲ୍ଲଂଘନ କହିବା ସହ ଏହାର ଦୃଢ଼ ଜବାବ ଦେବାକୁ ପ୍ରସ୍ତୁତ ବୋଲି ଚେତାବନୀ ଦେଇଛି । ଏହି ଘଟଣା ପରେ ସାରା ବିଶ୍ୱରେ ଅଶୋଧିତ ତେଲ ଦର ପ୍ରାୟ ୭.୮% ବୃଦ୍ଧି ପାଇ ୮୧.୯୨ ଡଲାରରେ ପହଞ୍ଚିଛି । ଯାହା ଆଗକୁ ମହଙ୍ଗା ପରିସ୍ଥିତି ସୃଷ୍ଟି କରିପାରେ ।
ସେପଟେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆମେରିକା ଏକ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇତିହାସରେ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ଯୁଦ୍ଧରେ ଆତ୍ମଘାତୀ ସାମୁଦ୍ରିକ ଡ୍ରୋନ୍ ବା 'ସୀ ଡ୍ରୋନ୍' ବ୍ୟବହାର କରି ଆମେରିକା ସେନା ଇରାନର ପ୍ରମୁଖ 'ବନ୍ଦର ଅବ୍ବାସ' ନୌସେନା ଘାଟି ଉପରେ ଆକ୍ରମଣ କରିଛି ।
ଆମେରିକାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ଚାଲିଥିବା ଏହି ଅପରେସନରେ 'କୋର୍ସେୟାର୍' ନାମକ ତିନୋଟି ମାନବବିହୀନ ସାମୁଦ୍ରିକ ଜାହାଜ ଶତ୍ରୁ ଘାଟିରେ ମାଡ଼ ହୋଇ ବଡ଼ଧରଣର ବିସ୍ଫୋରଣ ଘଟାଇଛନ୍ତି । ଏହାଦ୍ୱାରା ଇରାନର ସବ୍ମେରିନ ଏବଂ ଯୁଦ୍ଧଜାହାଜ ମରାମତି କେନ୍ଦ୍ର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ସାମୁଦ୍ରିକ ଡ୍ରୋନ୍ ସହ ଆମେରିକା ନିଜର ଫାଇଟର ଜେଟ୍ ସାହାଯ୍ୟରେ ଇରାନର ଏୟାର ଡିଫେନ୍ସ ସିଷ୍ଟମ ଓ ମିସାଇଲ ଲଞ୍ଚିଂ ସାଇଟ୍ଗୁଡ଼ିକୁ ମଧ୍ୟ ଛାରଖାର କରିଦେଇଛି ।
📱 Get Argus News App
✨Related Topics
Explore more stories
