Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଇରାନକୁ ପରମାଣୁ ଶକ୍ତିହୀନ କରିବାକୁ ବାରମ୍ଭାର ଧମକ ଦେଇ ଆସୁଥିଲେ ଟ୍ରମ୍ପ, ହେଲେ ଏବେ..!

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଇରାନକୁ ପରମାଣୁ ଶକ୍ତିହୀନ କରିବାକୁ ବାରମ୍ଭାର ଧମକ ଦେଇ ଆସୁଥିଲେ ଟ୍ରମ୍ପ, ହେଲେ ଏବେ..!

Key Points

ବର୍ତମାନ ଇରାନ୍ ଉପରେ ଗରମ ହେଉଥିବା ଟ୍ରମ୍ପ ନରମ ନିତୀ ପୋଷଣ କରୁଛନ୍ତି ।

ଖାମେନେଇ ଇରାନ୍‌ର ବିଜୟ ଦାବି କରି ଆମେରିକାକୁ ଆକ୍ରମଣ ଧମକ ଦେଇଥିଲେ।

ଜୁନ୍ ୨୧ ରେ ଇରାନ୍ ଉପରେ ଗରମ । ଜୁଲାଇ ୭ରେ ଇରାନ୍‌କୁ ନେଇ ନରମ । ଇରାନ୍‌କୁ ନେଇ ବଦଳୁଛି ଟ୍ରମ୍ପଙ୍କ ନିତୀ । ଜୁଲାଇ ୭ରେ ହ୍ୱାଇଟ ହାଉସରେ ଇରାନ ଉପରୁ ଅର୍ଥନୈତିକ କଟକଣା ହଟାଇବା ସମ୍ଭାବନାର ସୂଚନା ଦେଲେ ଟ୍ରମ୍ପ । ସଠିକ ସମୟରେ ଇରାନ୍ ଉପରୁ କଟକଣା ହଟାଇ ଇରାନକୁ ଶାନ୍ତିପୂର୍ଣ୍ଣ ପୁନର୍ଗଠନର ସୁଯୋଗ ଦେବାକୁ ଚାହାନ୍ତି ଏବଂ ଇରାନର ଜନତାଙ୍କୁ ମହାନ ବୋଲି ପ୍ରଶଂସା କରିଛନ୍ତି ଟ୍ରମ୍ପ ।

ଇରାନକୁ ପରମାଣୁ ଶକ୍ତିହୀନ କରିବାକୁ ବାରମ୍ଭାର ଧମକ ଦେଇ ଆସୁଥିଲେ ଟ୍ରମ୍ପ । ଏପରିକି ଇରାନର ସର୍ବୋଚ୍ଚ ନେତା ଆୟାତୋଲା ଆଲି ଖାମେନେଇ କେଉଁ ବି ସମୟରେ ନିହତ ହୋଇପାରନ୍ତି ବୋଲି କହିଥିଲେ । କିନ୍ତୁ ଖାମେନେଇ ଇରାନ୍‌ର ବିଜୟ ଦାବି କରି ଆମେରିକାକୁ ଆକ୍ରମଣ ଧମକ ଦେଇଥିଲେ। ଏହା ପରେ ପରେ ଆସିଥିଲା ଟ୍ରମ୍ପଙ୍କ ଟମ୍ପ କାର୍ଡ ବିରୋଧରେ ଇରାନ୍‌ର ହରମୁଜ୍ ଷ୍ଟ୍ରଟ୍ ବନ୍ଦ ଚାଲ୍ । ଯେଉଁଥିରେ ବୋଧ ହୁଏ ଫଶିଗଲା ଆମେରିକା । ଆଉ ବର୍ତମାନ ଇରାନ୍ ଉପରେ ଗରମ ହେଉଥିବା ଟ୍ରମ୍ପ ନରମ ନିତୀ ପୋଷଣ କରୁଛନ୍ତି ।

ତେବେ ଟ୍ରମ୍ପଙ୍କ ଏହି ଦୋଗଲା ନୀତି - ଶାନ୍ତି ପ୍ରସ୍ତାବ ଏବଂ କଠୋର ସାମରିକ ମନୋଭାବ - ତାଙ୍କୁ ପାକିସ୍ତାନ ଓ ଇସ୍ରାଏଲରୁ ମିଳିଥିବା ନୋବେଲ ଶାନ୍ତି ପୁରସ୍କାର ନୋମିନେସନ୍ ସହିତ ଯୋଡୁଛି । ଏବେ ନିଜର ଶାନ୍ତି ସ୍ଥାପନାର ଭାବମୂର୍ତିକୁ କାୟମ ରଖିବାକୁ ଚାହୁଁଛନ୍ତି ଟ୍ରମ୍ପ । ହେଲେ ପ୍ରଥମେ ଇରାନ୍‌ର ପରମାଣୁ ଠିକାନା ଉପରେ ପ୍ରଚଣ୍ଡ ଆକ୍ରମଣ । ଆଉ ବର୍ତ୍ତମାନ ଇରାନ ଉପରୁ ନିଷେଧାଦେଶ ହଟାଇବାର ପ୍ରସ୍ତାବ । ଏଇ ଦୁଇଟି କଥା ଇରାନ୍ ଶାସକ ଏବଂ ସୁପ୍ରିମ୍ ଲିଡର୍ ଖାମିନେଇଙ୍କୁ ହଜମ ହେଉନାହିଁ । ଇରାନ ଟ୍ରମ୍ପଙ୍କ ପ୍ରସ୍ତାବକୁ ଅସହଯୋଗ କରିଛି ଏବଂ ଖାମେନେଇ ନିଜର ଆମେରିକା ବିରୋଧୀ ଧମକ ଜାରି ରଖିଛନ୍ତି ।

୨୦୨୫ ଜୁନ ୨୧ରେ ଘଟିଥିବା ଇରାନର ତିନୋଟି ପରମାଣୁ ସ୍ଥାନ ଫୋର୍ଡୋ, ନାତାନ୍‌ଜ, ଇସ୍ଫାହାନ ଉପରେ ଆମେରିକାର ବିମାନ ଆକ୍ରମଣରେ କରିଥିଲା। ଟ୍ରମ୍ପ ଦାବି କରିଥିଲେ ଯେ ଏହି ଆକ୍ରମଣ ଇରାନର ପରମାଣୁ କାର୍ଯ୍ୟକ୍ରମକୁ “ଧ୍ୱଂସ” କରାଯାଇଛି, ଯଦିଓ ଏକ ଲିକ ହୋଇଥିବା ଆମେରିକୀୟ ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଏହା କେବଳ କିଛି ମାସ ପାଇଁ ଇରାନର ପରମାଣୁ ଶକ୍ତିକୁ ବନ୍ଦ କରିଥିଲା । ତେବେ, ଜୁନ ୨୩ରେ କତାରର ମଧ୍ୟସ୍ଥତାରେ ଇସ୍ରାଏଲ-ଇରାନ ମଧ୍ୟରେ ଏକ ଅସ୍ଥାୟୀ ଯୁଦ୍ଧବିରତି ହାସଲ ହୋଇଥିଲା, ଯେଉଁଥିରେ ଟ୍ରମ୍ପଙ୍କ ଭୂମିକା ତାଙ୍କ ନୋବେଲ ଶାନ୍ତି ପୁରସ୍କାର ମନୋନୟନର ଏକ ମୁଖ୍ୟ କାରଣ ହୋଇଛି । ତେବେ ଟ୍ରମ୍ପଙ୍କ ଗୋଟିଏ ପଟେ ମିଲିଟାରୀ ଆଟାକ୍ ଏବଂ ଅନ୍ୟପଟେ କଟକଣା ଉଠାଇବା ଏବଂ ଶାନ୍ତି ଆଲୋଚନା ଏକ କୌଶଳଗତ ସନ୍ତୁଳନ ପ୍ରୟାସ ବୋଲି ବିଶ୍ଳେଷଣ କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran rejects Trump’s claims it asked for relaunch of nuclear talks | Argus News