Videos
|
International

Netanyahu / ଇରାନର ଧମକ: 'ନେତାନ୍ୟାହୁ ବଞ୍ଚିଥିଲେ ତାଙ୍କୁ ଗୋଡ଼େଇ ଗୋଡ଼େଇ ମାରିଦେବୁ'

Banajyotshna Ray
Browse all articles by Banajyotshna Ray
·5 months ago·2 min read
ଇରାନର ଧମକ: 'ନେତାନ୍ୟାହୁ ବଞ୍ଚିଥିଲେ ତାଙ୍କୁ ଗୋଡ଼େଇ ଗୋଡ଼େଇ ମାରିଦେବୁ'
Netanyahu

Key Points

ଯଦି ନେତାନ୍ୟାହୁ ବଞ୍ଚିଛନ୍ତି ତାହେଲେ
ଧମକ ଦେଲା ଇରାନ
କହିଲା ମାଟିରେ ମିଶାଇଦେବୁ
ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଇରାନର ଧମକ। କହିଲା ଛାଡ଼ିବୁନି। ଯଦି ନେତାନ୍ୟାହୁ ବଞ୍ଚିଛନ୍ତି ତାହେଲେ ଗୋଡେଇ ଗୋଡେଇ ମାରିଦେବୁ। ଜଳୁଛି ମଧ୍ୟପ୍ରାଚ୍ୟ। ମଧ୍ୟପ୍ରାଚ୍ୟରେ ଘମାଘୋଟ ଲଢେଇ । ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣ । ଇରାନର ପାଲଟା ଜବାବ । ଏହା ଭିତରେ ସାମ୍ନାକୁ ଆସୁଛି ନୂଆ ନୂଆ ଖବର । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମୃତ୍ୟୁ ଏବଂ ନିଖୋଜ ଖବରକୁ ନେଇ ହଠାତ ସବୁ ଆଡେ ଚର୍ଚ୍ଚା । ଇସ୍ରାଏଲ ପକ୍ଷରୁ ନେତାନ୍ୟାହୁଙ୍କ ନିଖୋଜ ଖବରକୁ ଖଣ୍ଡନ କରାଯାଇଥିଲେ ମଧ୍ୟ ଟାର୍ଗେଟ୍ କରିଛି ଇରାନ୍ ।

ସୂଚନାଯୋଗ୍ୟ, ଫେବ୍ରୁଆରୀ୨୮ତାରିଖରେ ଇରାନର ଅନେକ ସ୍ଥାନରେ ଆମେରିକା ଏବଂ ଇସ୍ରାଏଲ ଏୟାରଷ୍ଟ୍ରାଇକ୍ କରିଥିଲେ । ଯେଉଁଥିରେ ଇାରନର ସର୍ବୋଚ୍ଚ ନେତା ଆୟତୁଲ୍ଲାହ ଖାମେନିଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ସହ ଇରାନର ଅନେକ ଟପ୍ ନେତା ନିହତ ହୋଇଥିଲେ । ଇରାନ୍ କହିଛି ଯେ, ନେତାନ୍ୟାହୁ ଅନେକ ହତ୍ୟା କରିଛନ୍ତି । ଇରାନର ଅନେକ ଶିଶୁଙ୍କ ସେ ହତ୍ୟାକାରୀ । ଯଦି ଶିଶୁ ହତ୍ୟାକାରୀ ନେତାନ୍ୟାହୁ ବଞ୍ଚିଛନ୍ତି ତାହାଲେ ତାଙ୍କୁ ଛଡାଯିବ ନାହିଁ । ଇରାନ ତାଙ୍କୁ ଖୋଜି ଖୋଜି ହତ୍ୟା କରିବ ।
ଇରାନ କହିଛି ଯେ, ନେତାନ୍ୟାହୁ ଜୀବିତ ନା ମୃତ ତାହା କେହି କହୁ ନାହାଁନ୍ତି । ଯଦି ସେ ବଞ୍ଚିଥାନ୍ତି ତେବେ ଇରାନ ତାଙ୍କୁ ହତ୍ୟା କରିବ ।ଇସ୍ରାଏଲ ପିଏମଙ୍କୁ ନେଇ ବୁଲୁଥିବା ଅନେକ ଖବର ଭିତରେ ଇରାନ ଏପରି ପ୍ରତିକ୍ରିୟା ଦେଇଛି । ତେବେ ଇସ୍ରାଏଲ ପିଏମଓ ନେତାନ୍ୟାହୁ ସୁସ୍ଥ ଥିବା ଏବଂ ଠିକ୍ ଥିବା ସ୍ପଷ୍ଟ କରିସାରିଛି । ଏହାସହ ସମସ୍ତ ଖବରକୁ ଫେକ୍ କହିଛି ।ଅନ୍ୟ ଦିଗରେ ଇରାନର ନୂଆ ସୁପ୍ରିମ ଲିଡର ମୋଜତବା ଖାମେନିଙ୍କୁ ନେଇ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନୂଆ କଥା କହିଛନ୍ତି । ପ୍ରଥମେ ମୋଜତବାଙ୍କ ଗୋଡ କଟାଯାଇଥିବା ଖବର ଆସିଥିଲା । ଏବେ ଟ୍ରମ୍ପ୍ ଜୁନିଅର ଖାମେନି ଜୀବିତ ନଥିବା କହିଛନ୍ତି । ତାଙ୍କୁ କେଉଁଠି ଦେଖିବାକୁ ମିଳୁନି ।

ଏଥିସହ ପଢ଼ନ୍ତୁ: ଜସପ୍ରୀତ୍ ବୁମରାହଙ୍କ କୋଟିପତି ପତ୍ନୀ, ଜାଣନ୍ତୁ କେମିତି ପାଇଲେ କ୍ରିକେଟରଙ୍କୁ...

ସେ ଖାମେନିଙ୍କ ମୃତ୍ୟୁ ଖବର ଶୁଣିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିଥିବାବେଳେ ଆଗକୁ ଏହା କେଉଁ ମୋଡ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଥିବାବେଳେ, କୁହାଯାଉଛି କି ଯୁଦ୍ଧ କେବେ ଥମିବ ତାହା ଜଣାନାହିଁ। ସେପଟେ ଭାରତରେ ମଧ୍ୟ ଯୁଦ୍ଧର ପ୍ରଭାବ ଦେଖିବାକୁ ମିଳୁଛି। ଦିନକୁ ଦିନ ଗ୍ୟାସର ଅଭାବ, ଖାିବା ତେଲ ନମିଳିବା ପରି ସମସ୍ୟା ଉପୁଜିଲାଣି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics

Explore more stories