|
logo
Live
Argus News App
GET APP

Argus News - ଯୁଦ୍ଧ ବନ୍ଦ ପାଇଁ ଇରାନର ୩ଟି ବଡ଼ ସର୍ତ୍ତ: ଅଧିକାର ଓ କ୍ଷତିପୂରଣ ମିଳିଲେ ହିଁ ଥମିବ ଯୁଦ୍ଧ...

International

Iran War / ଯୁଦ୍ଧ ବନ୍ଦ ପାଇଁ ଇରାନର ୩ଟି ବଡ଼ ସର୍ତ୍ତ: ଅଧିକାର ଓ କ୍ଷତିପୂରଣ ମିଳିଲେ ହିଁ ଥମିବ ଯୁଦ୍ଧ...

NRG Narasingha
Browse all articles by NRG Narasingha
·2 weeks ago·3 min read
ଯୁଦ୍ଧ ବନ୍ଦ ପାଇଁ ଇରାନର ୩ଟି ବଡ଼ ସର୍ତ୍ତ: ଅଧିକାର ଓ କ୍ଷତିପୂରଣ ମିଳିଲେ ହିଁ ଥମିବ ଯୁଦ୍ଧ...
Iran's three conditions for ending war

Key Points

ଯୁଦ୍ଧ ବନ୍ଦ ପାଇଁ ଇରାନର ୩ଟି ବଡ଼ ସର୍ତ୍ତ - ଅଧିକାର ଓ କ୍ଷତିପୂରଣ ମିଳିଲେ ହିଁ ଥମିବ ଯୁଦ୍ଧ
ପ୍ରଥମ - ଇରାନର ବୈଧ ଅଧିକାରକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ପ୍ରଦାନ କରାଯାଉ ।
ଦ୍ୱିତୀୟ - ଯୁଦ୍ଧରେ ହୋଇଥିବା କ୍ଷତିର କ୍ଷତିପୂରଣ ଦିଆଯାଉ ।
ତୃତୀୟ - ଭବିଷ୍ୟତରେ ଆଉ କେବେ ଆକ୍ରମଣ ହେବ ନାହିଁ ବୋଲି ଆନ୍ତର୍ଜାତୀୟ ଗ୍ୟାରେଣ୍ଟି ଦିଆଯାଉ ।

ମଧ୍ୟ ପ୍ରାଚ୍ୟରେ ଚାଲିଛି ଯୁଦ୍ଧ । ବିଶ୍ୱ ସମୁଦାୟ ଉପରେ ପଡୁଛି ବଡ଼ ପ୍ରଭାବ । ସମସ୍ତଙ୍କ ମନରେ ପ୍ରଶ୍ନ.... କେବେ ବନ୍ଦ ହେବ ଯୁଦ୍ଧ? କିପରି ବନ୍ଦ ହେବ ଯୁଦ୍ଧ? ନା ବିଶ୍ୱ ଦେଖିବ ଆଉ ଏକ ବିଶ୍ୱଯୁଦ୍ଧ? ଏ ତମାମ ପ୍ରଶ୍ନର ଉତ୍ତର ଖୋଜିବା ମଧ୍ୟରେ ଏବେ ମଧ୍ୟପ୍ରାଚ୍ୟରୁ ଆସିଛି ଏକ ବଡ଼ ଖବର । ଅଧିକାର ଆଉ ଆତ୍ମସମ୍ମାନ ପାଇଁ ଇରାନ କରୁଛି ଘୋମାଘଟ ଲଢ଼େଇ । ଏହାରି ମଧ୍ୟରେ ଯୁଦ୍ଧ ବନ୍ଦ ପାଇଁ ଇରାନ ରଖିଛି ୩ଟି ବଡ଼ ସର୍ତ୍ତ ।

ଅଧିକାର ଓ କ୍ଷତିପୂରଣ ମିଳିଲେ ହିଁ ଥମିବ ଯୁଦ୍ଧ... “ଆମର ଅଧିକାର ମାନନ୍ତୁ, କ୍ଷତିପୂରଣ ଦିଅନ୍ତୁ, ଆଉ ଆକ୍ରମଣ ହେବ ନାହିଁ ବୋଲି ଗ୍ୟାରେଣ୍ଟି ଦିଅନ୍ତୁ ।” ଆମେରିକା-ଇସ୍ରାଏଲ ଆକ୍ରମଣ ପରେ କଡ଼ା ଆଭିମୁଖ୍ୟ ଜାହିର କରିଛି ଇରାନ ।

ଫେବୃଆରୀ ୨୮ରେ ଇରାନ ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ ଆରମ୍ଭ କରିବା ପରେ ଏହି ସଂଘର୍ଷ ଭୟଙ୍କର ରୂପ ନେଇଛି । ଏହି ଆକ୍ରମଣରେ ଇରାନର ସୁପ୍ରିମ୍ ଲିଡର ସହ କିଛି ଶୀର୍ଷ ସେନା ଅଧିକାରୀ ମୃତ୍ୟୁବରଣ କରିଥିବା ଦାବି ହୋଇଛି । ଆଉ ତା'ପର ଠାରୁ ନିଜର ଭାବଭଙ୍ଗୀକୁ ଖୁବ୍ ଅଧିକ କଡ଼ା କରିଛି ଇରାନ । ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ କହିଛନ୍ତି -
ଏହି ଯୁଦ୍ଧ ବନ୍ଦ ହେବାକୁ ହେଲେ ତିନୋଟି କଥା ମାନିବାକୁ ପଡ଼ିବ ।
ପ୍ରଥମ - ଇରାନର ବୈଧ ଅଧିକାରକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ପ୍ରଦାନ କରାଯାଉ ।
ଦ୍ୱିତୀୟ - ଯୁଦ୍ଧରେ ହୋଇଥିବା କ୍ଷତିର କ୍ଷତିପୂରଣ ଦିଆଯାଉ ।
ତୃତୀୟ - ଭବିଷ୍ୟତରେ ଆଉ କେବେ ଆକ୍ରମଣ ହେବ ନାହିଁ ବୋଲି ଆନ୍ତର୍ଜାତୀୟ ଗ୍ୟାରେଣ୍ଟି ଦିଆଯାଉ ।


ଏଠାରେ “ବୈଧ ଅଧିକାର” ବୋଲି ଇରାନ ଯାହା କହୁଛି, ତାହା ହେଉଛି ପରମାଣୁ ଏନରିଚମେଣ୍ଟ କରିବାର ଅଧିକାର । ଇରାନର ମତ, ସେମାନେ NPT ଚୁକ୍ତିର ସଦସ୍ୟ, ତେଣୁ ଏହା ସେମାନଙ୍କର ଅଧିକାର । କିନ୍ତୁ ପ୍ରଶ୍ନ, ଏତେ କଡ଼ା ଭାବରେ କାହିଁକି ନିଜର ଆଭିମୁଖ୍ୟକୁ ଜାହିର କରୁଛି ଇରାନ?

ପ୍ରଥମ କାରଣ ହେଉଛି ବିଚାରଧାରା । ଇରାନ ଦୀର୍ଘଦିନ ଧରି ଆମେରିକା ଓ ଇସ୍ରାଏଲର ପ୍ରଭାବକୁ ଚ୍ୟାଲେଞ୍ଜ କରିଆସୁଛି । ସେଥିପାଇଁ ଏହି ଯୁଦ୍ଧକୁ ସେମାନେ କେବଳ ସାମରିକ ଯୁଦ୍ଧ ନୁହଁ, ଆତ୍ମସମ୍ମାନର ଯୁଦ୍ଧ ବୋଲି ଦେଖୁଛନ୍ତି ।

ଦ୍ୱିତୀୟ କାରଣ ହେଉଛି ନେତୃତ୍ୱର ସ୍ଥିତିକୁ ମଜବୁତ କରିବା । ସୁପ୍ରିମ୍ ଲିଡର ଓ ଅନେକ ଶୀର୍ଷ ନେତାଙ୍କ ମୃତ୍ୟୁ ପରେ ଦେଶ ଭିତରେ ସରକାର ଉପରେ ଚାପ ବଢ଼ିଛି । ଏଭଳି ସମୟରେ କଡ଼ା ଭାବ ଦେଖାଇବା ଦ୍ୱାରା ସରକାର ଜନତାଙ୍କୁ ଦେଖାଇବାକୁ ଚାହୁଁଛି, କୌଣସି ପରିସ୍ଥିତିରେ ମଧ୍ୟ ଇରାନ ମୁଣ୍ଡ ନୁଆଁଇବ ନାହିଁ ।

ତୃତୀୟ କାରଣ ହେଉଛି ସାମରିକ ସଂଗଠନର ବିଶ୍ୱାସନୀୟତା । IRGC ( ଇସ୍ଲାମିକ୍ ରିଭୋଲୁସନାରୀ ଗାର୍ଡ କ୍ରୋପ୍ସ ) ଭଳି ସେନା ସଂଗଠନ ଦୀର୍ଘଦିନ ଧରି ନିଜକୁ ଅଞ୍ଚଳର ଶକ୍ତିଶାଳୀ ବଳ ଭାବେ ପ୍ରମାଣ କରିଆସୁଛି । ଯଦି ଏହି ସମୟରେ ଇରାନ ପଛକୁ ହଟେ, ତାହେଲେ ସେମାନଙ୍କ ଶକ୍ତି ଉପରେ ପ୍ରଶ୍ନ ଉଠିପାରେ ।

ଏହି ସମୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ମଧ୍ୟସ୍ଥତାର କଥା କହିଛନ୍ତି ଓ ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ଆହ୍ୱାନ କରିଛନ୍ତି । କିନ୍ତୁ ଯୁଦ୍ଧର ମାଟିରେ ପରିସ୍ଥିତି ଆହୁରି ଭୟଙ୍କର । ଗୋଟିଏ ପଟେ ଇସ୍ରାଏଲ ଭୟଙ୍କର ଭାବରେ ଆକ୍ରମଣ ଜାରି ରଖିଥିବା କହୁଛି, ଅନ୍ୟପକ୍ଷେ IRGC ମଧ୍ୟ ଘଣ୍ଟା ଘଣ୍ଟା ଧରି ନିରନ୍ତର ପ୍ରତିଆକ୍ରମଣ କରୁଥିବା କହିଛି । ଏହାରି ମଧ୍ୟରେ ପ୍ରଶ୍ନ - ଇରାନର ଏହି ୩ଟି ସର୍ତ୍ତ ମାନିବେ କି ଆମେରିକା ଓ ଇସ୍ରାଏଲ? ନା, ଏହି ଯୁଦ୍ଧର ଭୟାବହତା ଆଗକୁ ଆହୁରି ବଢ଼ିଯିବ? ଏବେ ତାହାରି ଉପରେ ବିଶ୍ୱବାସୀଙ୍କ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Iran War: ଯୁଦ୍ଧ ବନ୍ଦ ପାଇଁ ଇରାନର ୩ଟି ବଡ଼ ସର୍ତ୍ତ: ଅଧିକାର ଓ କ୍ଷତିପୂରଣ ମିଳିଲେ ହିଁ ଥମିବ ଯୁଦ୍ଧ... | Argus News