ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଇରାନର ପ୍ଲାନ : ଯୁଦ୍ଧ ବିମାନ ପଠାଇଲା ଆମେରିକା

Key Points
- ଇସ୍ରାଏଲକୁ ଜବାବ୍ ଦେବାକୁ ଇରାନର ସଜବାଜ
- ଆଇଡିଏଫକୁ ଆକ୍ତାମାକ୍ତା କରିବା ପାଇଁ ତେହେରାନର ପ୍ଲାନ୍
- ଖବର ମିଳିବା ପରେ ଆକ୍ସନ ମୋଡ୍ରେ ପେଣ୍ଟାଗନ୍
ଅର୍ଗସ ବ୍ୟୁରୋ: ଇରାନ ଉପରେ ଇସ୍ରାଏଲର ଜୋରଦାର ଆଟାକ୍ ପରେ ଏବେ ପ୍ରତିଶୋଧର ନିଆଁରେ ଜଳୁଛି ତେହେରାନ୍ । ସେଇଥି ଲାଗି ତ କେମିତି ଇସ୍ରାଏଲ ଉପରେ ଆକ୍ରମଣ କରିବ ସେନେଇ କରୁଛି ପ୍ଲାନ୍ । ଇସ୍ରାଏଲକୁ ଯେହେତୁ ପୂର୍ବରୁ ଆମେରିକା ଖୋଲା ସମର୍ଥନ ଦେଇସାରିଛି ତେଣୁ ଇରାନ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ସଜବାଜ ହେଉଥିବା ଖବର ମିଳିବା ପରେ ଆକ୍ସନ ମୋଡ୍ରେ ପେଣ୍ଟାଗନ୍ । ଇରାନର ଆକ୍ରମଣକୁ ନଜରରେ ରଖି ମିଡିଲ୍ ଇଷ୍ଟରେ ଆମେରିକା ମୁତୟନ କରିଛି B-52 ବୋମା ବର୍ଷଣକାରୀ ବିମାନ । ବାଇଡେନଙ୍କ ନିର୍ଦ୍ଦେଶ ଆସିବା ପରେ ଭୟଙ୍କର ରୂପ ଦେଖାଇବ B-52 ବମ୍ବର ।
ଅକ୍ଟୋବର ୨୫ । ଇରାନ ଉପରେ ଭୟଙ୍କର ଆକ୍ରମଣ କରିଥିଲା ଇସ୍ରାଏଲ । ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଇରାନ ଆକ୍ରମଣକୁ ରୋକିବାକୁ ସଫଳ ହୋଇନଥିଲା । ଘରେ ପଶି ମାରିବା ପରି ପରିସ୍ଥିତି ସୃଷ୍ଟି କରିଥିଲା ଇସ୍ରାଏଲ । ହିଜବୁଲ୍ଲାରେ ତ ଧ୍ଵଂସର ତାଣ୍ଡବ କରିଥିଲା ଇସ୍ରାଏଲ । ଯାହାକୁ ନେଇ ଖପ୍ପା ହୋଇଥିଲା ଇରାନ । ଯେହେତୁ ସେବେ ଇସ୍ରାଏଲକୁ ରୋକିବାକୁ ସଫଳ ହୋଇନଥିଲା ତେଣୁ ଏବେ ଆକ୍ରମଣର ବଦଲା ନେବାକୁ ସଜବାଜ ହେଉଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି ।
ଇରାନ୍ ସୁପ୍ରିମ ଲିଡର ଖାମେନେଇଙ୍କ ବୟାନରୁ ସ୍ପଷ୍ଟ ହୋଇଛି କି କେମିତି ଆକ୍ରମଣର ବଦଲା ନେବାକୁ ତେହେରାନ ପ୍ଲାନ କରୁଛି । କାରଣ ଇରାନ କହିଛି, ଆମେ କେବେ ହେଲେ ଚୁପ୍ ବସିବୁ ନାହିଁ । ଦରକାର ପଡ଼ିଲେ ଇସ୍ରାଏଲର ଦାନ୍ତ ଭାଙ୍ଗିଦେବୁ କହିବାକୁ ସେ ପଛାଇ ନାହାନ୍ତି । ଏମିତିକି ଆଇଡିଏଫ୍ ଉପରେ ଆଟାକ୍ କରିବା ପାଇଁ ଖାମେନେଇ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ସେହିଭଳି ଇସ୍ରାଏଲ୍ ଓ ଆମେରିକାକୁ ଡରାଇବା ପାଇଁ ରିଭଲ୍ୟୁସନନାରୀ ଗାର୍ଡ କମାଣ୍ଡର ହୁସେନୀ କହିଛନ୍ତି, ଯେତେବେଳେ ଇରାନ ଆଟାକ୍ କରିବ, ସେତେବେଳେ ଖସିଯିବା ପାଇଁ ସୁଯୋଗ ମିଳିବ ନାହିଁ ।
📱 Get Argus News App
✨ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ସର୍ବାଧିକ ଚିନ୍ତାରେ ଅଛି ଆମେରିକା । କାରଣ ଇରାନ ଓ ଇସ୍ରାଏଲ ମଧ୍ୟରେ କଣ ଚାଲିଛି ତାହାର ପ୍ରତିଟି ଖବର ନେଉଛନ୍ତି ଜୋ ବାଇଡେନ୍ । ଏମିତିକି ସେନାକୁ କୁଆଡ଼େ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ବି ଦେଇଛନ୍ତି । ଆଗୁଆ ପଦକ୍ଷେପ ସ୍ଵରୂପ ପଶ୍ଚିମ ଏସିଆରେ ଲ୍ୟାଣ୍ଡ କରିଛି ଆମେରିକାର ଭୟଙ୍କର ବୋମା ବର୍ଷଣକାରୀ ବିମାନ B-52। ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କ ସୂଚନା ଅନୁସାରେ ମିଡିଲ୍ ଇଷ୍ଟରେ ବିଶ୍ବର ସବୁଠୁ ଭୟଙ୍କର ବୋମା ବର୍ଷଣ କରୁଥିବା ବିମାନ ମୁତୟନ କରିଛି। ସେହିଭଳି ନ୍ୟୁକ୍ଲିୟର ଟ୍ୟାଙ୍କର ସହ ଯୁଦ୍ଧ ବିମାନ ବି ପ୍ରସ୍ତୁତ ହୋଇ ରହିଛି। ପରମାଣୁ ବୋମା ବର୍ଷଣ କରୁପାରୁଥିବା ବିମାନ-B-52କୁ ପଶ୍ଚିମ ଏସିଆରେ ମୁତୟନ କରିବା ଅର୍ଥ,ଆଗକୁ ହେବାକୁ ଯାଉଛି ବଡ଼ ଯୁଦ୍ଧ ଯାହା ଜାଣିଛନ୍ତି ନେତାନ୍ୟାହୁ ଓ ବାଇଡେନ୍। ଆଉ ଇରାନ ବି ଏହା ଭଲ ଭାବେ ଜାଣି ସାରିଛି। ଯଦି ଇସ୍ରାଏଲ୍ ଉପରେ ଇରାନ କୌଣସି ବି ପଦକ୍ଷେପ ନିଏ, ତେବେ ଚୁପ୍ ବସିବନି ଆମେରିକା। ଆଉ ଯଦି ଆମେରିକା ଆକସନ୍କୁ ଆସେ, ତେବେ ଥରି ଉଠିବ ପୂରା ମଧ୍ୟ ପ୍ରାଚ୍ୟ । ତେବେ ସମୟ କହିବ ଆଗାମୀ ଦିନରେ ଯୁଦ୍ଧରେ କିଏ ଏଣ୍ଟ୍ରି ମାରୁଛି ।