Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

US Attack / ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ: ବିସ୍ଫୋରଣର ଭିଡିଓ ସେୟାର କଲେ ଟ୍ରମ୍ପ୍

Rashmita Mishra
Browse all articles by Rashmita Mishra
·3 months ago·3 min read
ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ: ବିସ୍ଫୋରଣର ଭିଡିଓ ସେୟାର କଲେ ଟ୍ରମ୍ପ୍
US Attack

Key Points

ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ
ବଙ୍କର-ବଷ୍ଟର ବୋମା ମାଡ଼ରେ ଥରିଲା ଇସଫାହାନ
ଭୟଙ୍କର ବିସ୍ଫୋରଣର ଭିଡିଓ ସେୟାର କଲେ ଟ୍ରମ୍ପ୍
୯୦୦ କେଜି ଓଜନର ବୋମା ମାଡ଼ରେ ଜଳିଉଠିଲା ଆକାଶ
ଜବାବୀ କାର୍ଯ୍ୟାନୁଷ୍ଠାନ, ଆମେରିକାର MQ-୯ ରେପରପ ଡ୍ରୋନ୍ ମାରି ଖସାଇଲା ଇରାନ୍

ବିଶ୍ୱ ଯୁଦ୍ଧ ଆଡ଼କୁ ଆଗେଇଛି କି ପଶ୍ଚିମ ଏସିଆ ? ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣରେ ଥରୁଛି ସାରା ଦୁନିଆ । ଇରାନର ଇସଫାହାନ ସହର ଉପରେ ଶକ୍ତିଶାଳୀ 'ବଙ୍କର-ବଷ୍ଟର' ବୋମା ମାଡ଼ କରି ଆମେରିକା ସୃଷ୍ଟି କରିଛି ତାଣ୍ଡବ । ୯୦୦ କେଜି ଓଜନର ଏହି ବୋମା ମାଡ଼ରେ ଇରାନର ଆଣବିକ ଭିତ୍ତିଭୂମି ଧୂଳିସାତ ହୋଇଥିବା ବେଳେ, ଖୋଦ୍ ରାଷ୍ଟ୍ରପତି ଟ୍ରମ୍ପ ଏହାର ଭିଡିଓ ସେୟାର କରି ନିଜ ଶକ୍ତିର ପ୍ରମାଣ ଦେଇଛନ୍ତି ।

ଅନ୍ୟପଟେ ଇରାନ ବି ଚୁପ୍ ବସିନାହିଁ; ଆମେରିକାର ଅତ୍ୟାଧୁନିକ MQ-9 ରେପର ଡ୍ରୋନ୍‌କୁ ମାରି ଖସାଇ ଜବାବ ଦେଇଛି ତେହେରାନ । କେତେବେଳେ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ତ ଆଉ କେତେବେଳେ ଇସ୍ରାଏଲର ପାୱାର ପ୍ଲାଣ୍ଟକୁ ଟାର୍ଗେଟ୍ - ଯୁଦ୍ଧ ଏବେ ଭୟଙ୍କର ରୂପ ନେଇଛି ।

ଭୟଙ୍କର ରୂପ ନେଇଛି ଇରାନ-ଆମେରିକା ଯୁଦ୍ଧ । ଇସଫାହାନରେ ବିସ୍ଫୋରଣର ତାଣ୍ଡବ ସାରା ବିଶ୍ବରେ ଆତଙ୍କ । ଇରାନର ଗୁରୁତ୍ୱପୂର୍ଣ୍ଣ ସହର ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରି ମିଲିଟାରୀ ଅପରେସନକୁ ଜୋରଦାର କରିଛି ଆମେରିକା । ନିଜେ ଟ୍ରୁଥ ପୋଷ୍ଟରେ ଭିଡିଓ ସେୟାର କରି ଟ୍ରମ୍ପ ବିଶ୍ବବାସୀଙ୍କୁ ଆମେରିକାର ଶକ୍ତିର ପ୍ରମାଣ ଦେଖାଇଛନ୍ତି । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁସାରେ ୯୦୭ କିଲୋଗ୍ରାମ ଓଜନର ଶକ୍ତିଶାଳୀ ବଙ୍କର୍-ବଷ୍ଟର ବୋମା ମାଡ଼ରେ ଇରାନର ସାମରିକ ଘାଟି ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ।

ଆମେରିକା ଖୁବଶୀଘ୍ର ନିଜ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବ ବୋଲି ଦାବି କରିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ । ଯଦି ଇରାନକୁ ଆଗାମୀ ଦୁଇ ବର୍ଷ ପାଇଁ ନିଜର ସାମରିକ ଶକ୍ତି ବୃଦ୍ଧି କରିବାକୁ ଅନୁମତି ଦିଆଯାଇଥାନ୍ତା, ତେବେ ଏହା ବିଶ୍ୱ ପାଇଁ ବଡ଼ ସଙ୍କଟ ସୃଷ୍ଟି କରିଥାଆନ୍ତା ବୋଲି କହିଛନ୍ତି ରୁବିଓ ।
ନୂଆ ନୂଆ ମୋଡ଼ ନେଇଛି ସଂଘର୍ଷ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମରିକ ଅଭିଯାନ ଶେଷ କରିବାକୁ ସଙ୍କେତ ଦେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଆମେରିକୀୟ ସେନା ଇରାନର ଗୁରୁତ୍ୱପୂର୍ଣ୍ଣ ସାମରିକ ହବକୁ ମାଟିରେ ମିଶାଇଛି ।

କାହିଁକି ହୋଇଥିଲା ବଙ୍କର ବଷ୍ଟର ଅପରେସନ ?
1- ଇସଫାହାନ ଇରାନର ଆଣବିକ ଭିତ୍ତିଭୂମି ସହିତ ଜଡ଼ିତ ସବୁଠାରୁ ସମ୍ବେଦନଶୀଳ ସ୍ଥାନ
2- ବଙ୍କର-ବଷ୍ଟର ବୋମା ୨୦୦ ଫୁଟ ମାଟିତଳେ ଥିବା କଂକ୍ରିଟ୍ ଓ ପଥର ସ୍ତରକୁ ଭେଦ କରି ଘଟାଇଛି ବିସ୍ଫୋରଣ
3- ଇରାନ ଏହି ଭୂତଳ କେନ୍ଦ୍ରରେ ପ୍ରାୟ ୫୪୦ କିଲୋଗ୍ରାମ ୟୁରାନିୟମ ଲୁଚାଇ ରଖିଥିବା ଚର୍ଚ୍ଚା ହେଉଥିଲା
4- ଇରାନର ଆଣବିକ ଶକ୍ତି ସ୍ବପ୍ନ ଧୂଳିସାତ କରିବାକୁ ଗଚ୍ଛିତ ଥିବା ବିସ୍ଫୋରକ ନଷ୍ଟ କରିବାକୁ ଯୋଜନା କରିଥିଲା ଆମେରିକା
5- ଏୟାର ଷ୍ଟ୍ରାଇକ୍ ଫଳରେ ଇରାନର ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା କେନ୍ଦ୍ର ସହ ବାଦ୍ର ଏୟାରବେସ୍ କୁ ଅକାମୀ କରିବାକୁ ଥିଲା ଲକ୍ଷ୍ୟ

ଯଦି ହର୍ମୁଜ ପ୍ରଣାଳୀ ତୁରନ୍ତ ଖୋଲା ନଯାଏ, ତେବେ ଖାର୍ଗ ଦ୍ବୀପ ବରବାଦ କରିବା ସହ ଇରାନର ସମସ୍ତ ବିଦ୍ୟୁତ କେନ୍ଦ୍ର ଓ ତୈଳ ଭଣ୍ଡାର ସମ୍ପୂର୍ଣ୍ଣ ନଷ୍ଟ କରିଦେବାକୁ କଡ଼ା ଚେତାବନୀ ଶୁଣାଇଛନ୍ତି ଟ୍ରମ୍ପ ।

ସେପଟେ ରକ୍ତମୁଖା ଇରାନ କରିଛି ପାଲଟା ଆକ୍ରମଣ । ଆମେରିକାର MQ-୯ ରେପରପ ଡ୍ରୋନ୍ କୁ ମାରି ଖସାଇବା ସହ ଇରାକୀ ରେଜିମେଣ୍ଟ ଆମେରିକା ଘାଟି ଉପରେ ୨୪ ଘଣ୍ଟାରେ କରିଛି ୧୯ଟି ଡ୍ରୋନ୍ ଆକ୍ରମଣ । ଏପରିକି ଦୁବାଇ ନିକଟରେ ଏକ କୁଏତୀ ତୈଳ ଟ୍ୟାଙ୍କର ସହ ଇସ୍ରାଏଲର ହାଇଫା ପାୱାର ପ୍ଲାଣ୍ଟ ଉପରେ ମଧ୍ୟ ହୋଇଛି ଆକ୍ରମଣ ।

ଅନ୍ୟପଟେ ଇଟାଲୀ ଆମେରିକାକୁ ଦେଇଛି ଜବରଦସ୍ତ ଝଟକା । ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଆମେରିକାର ଯୁଦ୍ଧ ବିମାନକୁ ସିସିଲି ଏୟାର ବେସ୍ ବ୍ୟବହାର କରିବାକୁ ଅନୁମତି ଦେଇନାହିଁ । ଭାରତ, ଇଜିପ୍ଟ , ସାଉଦି ଆରବ ପରି ଦେଶଗୁଡ଼ିକ ଏହି ସମସ୍ୟାର କୂଟନୈତିକ ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ଆମେରିକା ଓ ଇସ୍ରାଏଲର ଆକ୍ରମଣାତ୍ମକ ଆଭିମୁଖ୍ୟ ପଶ୍ଚିମ ଏସିଆରେ ଏକ ବଡ଼ ବିପର୍ଯ୍ୟୟର ସଙ୍କେତ ଦେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US Attack | US Launches Massive Attack on Iran, Trump Shares Explosion Video | Argus News