Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

America vs Iran / ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ! ଇରାନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ କରିବାକୁ ଯାଉଛି ଆମେରିକା

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ! ଇରାନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ କରିବାକୁ ଯାଉଛି ଆମେରିକା
America vs Iran

Key Points

ଇରାନ ଉପରେ ଆମେରିକା ଆକ୍ରମଣ କରେ ତେବେ ଇରାନର ପରମାଣୁ କେନ୍ଦ୍ରକୁ ଧ୍ୱଂସ କରିବାର ଆଶଙ୍କା ରହିଛି ।
ବଢ଼ିଲା ତୃତୀୟ ବିଶ୍ବ ଯୁଦ୍ଧ ଭୟ । ଇରାନ ଉପରେ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଆମେରିକା । ତୁରନ୍ତ ଓ ନିର୍ଦ୍ଦିଷ୍ଟ ଭାବେ ଆକ୍ରମଣ ନେଇ ଆମେରିକା ସେନା ତୟାର ଥିବା ସୂଚନା ମିଳିଛି । ଇରାନ ଉପରେ ଏବେ ଟ୍ରମ୍ପ ଓ ତାଙ୍କ ପରାମର୍ଶଦାତା ତୀକ୍ଷ୍ମ ନଜର ରଖିଛନ୍ତି । ଆନ୍ଦୋଳନକାରୀଙ୍କ ଉପରେ ଇରାନର ଦମନକୁ କଡ଼ା ନିନ୍ଦା କରିବା ସହ ଆକ୍ରମଣ ଧମକ ଦେଇଛନ୍ତି ଟ୍ରମ୍ପ ।

ଆମେରିକା ବଡ଼ ଧରଣର ଆକ୍ରମଣ କରିବା ନେଇ ସୂଚନା ମିଳିବା ପରେ ଇରାନ ତାର ଏୟାର ସ୍ପେଶ ବନ୍ଦ କରିଛି । ଇରାନରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ବେଳେ ସେନା ସହ ମୁହାଁମୁହିଁ ଯୋଗୁ ୨୬ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଯଦି ଇରାନ ଉପରେ ଆମେରିକା ଆକ୍ରମଣ କରେ ତେବେ ଇରାନର ପରମାଣୁ କେନ୍ଦ୍ରକୁ ଧ୍ୱଂସ କରିବାର ଆଶଙ୍କା ରହିଛି ।

ଆମେରିକାର ସହଯୋଗୀ ଇସ୍ରାଏଲ ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ଆମେରିକା ସହ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଛନ୍ତି। ଯୁଦ୍ଧ ହେଲେ ବିଶ୍ୱରେ ତେଲ ଦର ଆକାଶ ଛୁଆଁ ହେବ ଏବଂ ଅର୍ଥନୀତି ଭୁଶୁଡ଼ି ପଡ଼ିବ । ଯଦି ଇରାନର ପରମାଣୁ ଓ ସୈନ୍ୟ ଠିକଣା ଉପରେ ଆମେରିକା ଆକ୍ରମଣ କରେ ତେବେ ଯୁଦ୍ଧ ଭୟଙ୍କର ହେବା ନେଇ ଆକଳନ କରାଯାଇଛି ।

ସେପଟେ ଟ୍ରମ୍ପଙ୍କୁ ଇରାନ ଧମକ ଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଇରାନ ଦେଇଛି ବଡ଼ ଚେତାବନୀ । କହିଛି ଗତ ଥର ଗୁଳି ମିସ୍‌ ହେଇଗଲା । ଏଥର କିନ୍ତୁ ଠିକ୍‌ ଯାଗାରେ ବାଜିବ । ଅର୍ଥାତ ଟ୍ରମ୍ପଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛି ଇରାନ୍ । ଇରାନର ସରକାରୀ ଚ୍ୟାନେଲରୁ ଟ୍ରମ୍ପଙ୍କୁ ଏଭଳି ସିଧା ସଳଖ ଧମକ ଦିଆଯାଇଛି । ଏଥର ଗୁଳି ଲକ୍ଷ୍ୟ ପଥରୁ ବିଚ୍ୟୁତ ହେବନି ବୋଲି କୁହାଯାଇଛି ।

ତେବେ ୨୦୨୪ରେ ଆମେରିକାରେ ନିର୍ବାଚନ ପ୍ରଚାର ବେଳେ ଟ୍ରମ୍ପଙ୍କ ଉପରେ ହୋଇଥିଲା ଗୁଳିମାଡ଼ । ତାଙ୍କ କାନରେ ବାଜିଥିଲେ ଗୁଳି । ଏକ ନିର୍ବାଚନୀ ପ୍ରଚାର ସଭାରେ ଭାଷଣ ଦେଉଥିବା ବେଳେ ଏଭଳି ଗୁଳିକାଣ୍ଡ ଘଟିଥିଲା । ଏଥିରେ ଟ୍ରମ୍ପ ଅଳ୍ପକେ ବର୍ତ୍ତିଯାଇଥିଲେ । କିନ୍ତୁ ଏବେ ଇରାନ୍‌ର ଏଭଳି ଧମକ ପରେ କୁହାଯାଉଛି ଟ୍ରମ୍ପଙ୍କ ଜୀବନ ବିପଦରେ ।

ସେପଟେ ହୁତୁହୁତୁ ଜଳୁଛି ଇରାନ । ଟ୍ରମ୍ପଙ୍କ ସାମ୍ରାଜ୍ୟବାଦ ନୀତିକୁ ନେଇ ବିଶ୍ଵରେ ଘମାସାନ । ମାଦୁରୋଙ୍କ ପରେ ୟୁଏସ ଟାର୍ଗେଟରେ ଇରାନ ସୁପ୍ରିମ ଲିଡର ଖାମେନେଇ । ଭେନେଜୁଏଲା ପରେ କ୍ୟୁବାରେ ବି ଶାସନ ପରିବର୍ତ୍ତନର ସ୍ପଷ୍ଟ ସଂକେତ । ଏବେ ଟ୍ରମ୍ପଙ୍କ ଟାର୍ଗେଟରେ ଗ୍ରୀନଲ୍ୟାଣ୍ଡ ଓ ତେହେରାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
America vs Iran | Iran-US live: Tension lingers amid Trump’s threats, Tehran reopens airspace | Argus News