Videos
|
International

Middle East Tensions / ଇରାନ ସହ ସରିଲା ଯୁଦ୍ଧ… ହାରିଯାଇ ଟ୍ରମ୍ପ କଲେ ଘୋଷଣା… ଆମେରିକାକୁ ୭ ସର୍ତ୍ତ ଶୁଣାଇଲା ଇରାନ

Ritu Das
Browse all articles by Ritu Das
·1 hour ago·2 min read
ଇରାନ ସହ ସରିଲା ଯୁଦ୍ଧ… ହାରିଯାଇ ଟ୍ରମ୍ପ କଲେ ଘୋଷଣା… ଆମେରିକାକୁ ୭ ସର୍ତ୍ତ ଶୁଣାଇଲା ଇରାନ
India

Key Points

ହ୍ୱାଇଟ୍ ହାଉସରେ ପ୍ରେସ ବ୍ରିଫିଙ୍ଗ୍ କୋଠରୀରେ ଟ୍ରମ୍ପ୍ କହିଛନ୍ତି ଯେ, ଇରାନ ସହ ଯୁଦ୍ଧ ଶେଷ ହୋଇଛି
ହ୍ୱାଇଟ୍ ହାଉସ୍‌ରେ କାତାରର ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଅବଦୁଲରହମାନ ବିନ୍ ଜାସିମ୍ ଅଲ୍ ଥାନିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପଶ୍ଚିମ ଏସିଆର ପରିସ୍ଥିତି ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଇରାନ ସହ ଚାଲିଥିବା ସଂଘର୍ଷ ପ୍ରକୃତରେ ଶେଷ ହୋଇଛି ବୋଲି ଘୋଷଣା କରିଛନ୍ତି।“ ଏପରିକି ଇରାନ ଉପରେ ଆଉ ଆକ୍ରମଣର ଆବଶ୍ୟକତା ନଥିବା ଟ୍ରମ୍ପ୍ କହିଛନ୍ତି ।

ହ୍ୱାଇଟ୍ ହାଉସରେ ପ୍ରେସ ବ୍ରିଫିଙ୍ଗ୍ କୋଠରୀରେ ଟ୍ରମ୍ପ୍ କହିଛନ୍ତି ଯେ, ଇରାନ ସହ ଯୁଦ୍ଧ ଶେଷ ହୋଇଛି । ସୈନ୍ୟ ଅଭିଯାନ ସମ୍ପୂର୍ଣ୍ଣ ହୋଇଛି । ଏବେ ଆମେରିକା ସ୍ଥିତିକୁ ସାଧାରଣ ରଖିବା ପାଇଁ ଚେଷ୍ଟା କରିବ । ଇରାନକୁ ଅକ୍ଷମ କରାଯାଇଛି । କିନ୍ତୁ ଇରାନ ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମକୁ ରୋକିବା ପାଇଁ ଏକ ସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି ।

ସେ ଆହୁରି କହିଛନ୍ତି ଯେ, ଅଲ୍ ଥାନୀଙ୍କ ସହ ତାଙ୍କର ଖୁବ୍ ସକରାତ୍ମକ ଆଲୋଚନା ହୋଇଛି । ଇରାନ ବାବଦରେ ଉଭୟ ନେତା କଥା ହୋଇଛନ୍ତି। କତାର, ସାଉଦି, ଇରାନ, ଇରାକ, କୁଏତ ଭଳି ଦେଶ ଯେପରି ଅଛନ୍ତି ସେପରି ରହିବାକୁ ପସନ୍ଦ କରୁଛନ୍ତି । ଇରାନ ପାଖରେ ଆଣବିକ ଶକ୍ତି ନାହିଁ । ଅନ୍ୟ ଦେଶ ମଧ୍ୟ ଏହା ଚାହୁଁଛନ୍ତି। ମଧ୍ୟପ୍ରାଚ୍ୟରେ ବିକାଶରେ କିଛି ପରିବର୍ତ୍ତନ ହେବା ଦରକାର। ଆମେରିକା ଏଦିଗରେ ଆଗକୁ ବଢିବାକୁ ପ୍ରସ୍ତୁତ ଅଛି ।

କୁହାଯାଉଛି ଯେ, ଆମେରିକାର ମିଡଟର୍ଣ୍ଣ ନିର୍ବାଚନରେ ହୋଇଥିବା ପରାଜୟ ପରେ ଟ୍ରମ୍ପ୍ ପଛକୁ ହଟିଛନ୍ତି । ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି ଗୁରୁତର ପରାଜୟର ସାମ୍ନା କରିଥିଲେ । ତାଙ୍କ ଦଳ ସିନେଟରେ ବହୁମତ ହରାଇ ସାରିଛି । ଇରାନ ସହ ଯୁଦ୍ଧ ପାଇଁ ଟ୍ରମ୍ପଙ୍କ ଏପରି ଦଶା ହୋଇଥିବା କୁହାଯାଉଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ‘ଇରାନ କହିଲା ଆମେରିକା ମିଥ୍ୟା ଖବର ପ୍ରଚାର କରିବା ବନ୍ଦ କରୁ’

ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଇରାନ ଏକ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରି ଆମେରିକାକୁ ଏକ କଠୋର ବାର୍ତ୍ତା ଦେଇଛି। ଇରାନର ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ ମୋହସେନ୍ ରେଜାଏ, ଆମେରିକାକୁ ଚେତାବନୀ ଦେଇ କହିଛନ୍ତି ଯେ ଇରାନ ଦ୍ୱାରା ରଖାଯାଇଥିବା ସାତୋଟି ସର୍ତ୍ତକୁ ଆମେରିକାକୁ ସମ୍ପୂର୍ଣ୍ଣ ଭାବେ ମାନିବାକୁ ପଡ଼ିବ। ରେଜାଏ ଅଭିଯୋଗ କରିଛନ୍ତି ଯେ, ଏକ ସମ୍ଭାବ୍ୟ ଯୁଦ୍ଧକୁ ନେଇ ୱାଶିଂଟନ୍ ମିଥ୍ୟା କାହାଣୀ ତିଆରି କରୁଛି। ସେ ଦୃଢ଼ ଶବ୍ଦରେ କହିଛନ୍ତି, “ଇରାନ ସହ ଯୁଦ୍ଧର ଆଶଙ୍କା ଆମେରିକା ପ୍ରଶାସନକୁ ପୂର୍ବରୁ ହିଁ ବରବାଦ କରିସାରିଛି; ତଥାପି, ୱାଶିଂଟନ୍ ଜଣେ ହାରିଯାଇଥିବା ଓ ନିରାଶ ଜୁଆଡ଼ି ଭଳି ଅସ୍ଥିର ହୋଇ ଛଟପଟ ହେଉଛି।” ଆମେରିକାକୁ ନିଜର କ୍ଷତି ସୀମିତ ରଖିବାକୁ ପରାମର୍ଶ ଦେବା ସହ, ସେ ଦେଶଟିକୁ କାଳ୍ପନିକ ଆଲୋଚନା ସମ୍ବନ୍ଧୀୟ ମିଥ୍ୟା ଖବର ପ୍ରସ୍ତୁତ କରିବା ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି।