Iran War / ଭୟଙ୍କର ଯୁଦ୍ଧ: ଇରାନରେ ଆକାଶ ଛୁଆଁ ଦର...ମାଂସ କେଜି ୨ କୋଟି, ଲିଟରେ କ୍ଷୀର ୧୦ ଲକ୍ଷ ...
·4 months ago·2 min read

Key Points
ଇରାନରେ ୧ କିଲୋଗ୍ରାମ୍ ମାଂସର ଦାମ୍ ପ୍ରାୟ ୧୩-୨୨ ମିଲିୟନ ରିୟାଲ ରହିଛି,ଯାହାକି ଭାରତୀୟ ମୁଦ୍ରା ଅନୁସାରେ, ୩୧ ରୁ ୫୩ କୋଟି ଟଙ୍କା।
ମଧ୍ୟ ପ୍ରାଚ୍ୟରେ ଆଉ ଏକ ଭୟଙ୍କର ଯୁଦ୍ଧ। ଇରାନ ଉପରେ ଲଗାତାର ଜାରି ରହିଛି ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣ। ଇରାନ ବି ଦେଉଛି ପାଲଟା ଜବାବ୍। ପୁରା ବିଶ୍ବ ଦେଖୁଛି ଯୁଦ୍ଧର କରାଳ ରୂପ। ସୁପ୍ରିମ ଲିଡର ଖାମେନେଇଙ୍କ ମୃତ୍ୟୁ ଶୋକରେ ବୁଡିଛି ପୁରା ଦେଶ। ତେବେ ଅନ୍ୟପଟେ ଦେଶରେ ବଢିଛି ଅତ୍ୟାବଶ୍ୟକୀୟ ଜିନିଷ ଦାମ୍। ଆକାଶ ଛୁଆଁ ମୂଲ୍ୟ ସାଧାରଣ ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଛି। ୧୦ ବର୍ଷରେ ଖାଦ୍ୟ ପେୟର ଦାମ୍ ପ୍ରାୟ ୩୦ ଗୁଣା ବଢିଛି।
୨୦୧୬ ରେ ଯେଉଁ ସାପ୍ତାହିକ ଫୁଡ୍ ବାସ୍କେଟ୍ ୧.୨ ମିଲିୟନ ରିୟାଲ ଥିଲା। ଏବେ ୨୦୨୬ରେ ତାହା ୩୬.୬ ମିଲିୟନ ରିୟାଲକୁ ବୃଦ୍ଧି ପାଇଛି। ତେବେ ସେ ହିସାବରେ କିନ୍ତୁ ଦରମା ବଢିନି। ଫଳରେ ସ୍ଥିତି ଏଭଳି ହୋଇଛି ଯେ, ସାଧାରଣ ପରିବାରଟିଏ ଦୁଇ ଓଳି ଖାଦ୍ୟ ଖାଇବା ବି କଷ୍ଟକର। ୨୦୧୬ ରୁ ୨୦୨୬ ଭିତରେ ଫୁଡ୍ ବାସ୍କେଟର ଦାମ୍ ପ୍ରାୟ ୩୦ ଗୁଣା ବଢିଛି। ଏହି ବୃଦ୍ଧି ଯେ କୌଣସି ଅର୍ଥବ୍ୟବସ୍ଥା ପାଇଁ ଚିନ୍ତାର କାରଣ। ମଧ୍ୟବିତ୍ତ ଏବଂ ନିମ୍ନ ମଧ୍ୟବିତ୍ତଙ୍କ ଉପରେ ପଡିଛି ଅଧିକ ଚାପ। ଦୈନନ୍ଦିନ ଆବଶ୍ୟକତାକୁ ପୂରଣ କରିବା ଖୁବ୍ କଷ୍ଟକର ହୋଇପଡିଛି। ଏହାଦ୍ବାରା ବଜାର ଅସ୍ଥିରତା ବଢିଛି ଓ ଲୋକଙ୍କ ଚିନ୍ତା ଗଭୀର ହେବାରେ ଲାଗିଛି।
ଇରାନରେ ୧ କିଲୋଗ୍ରାମ୍ ମାଂସର ଦାମ୍ ପ୍ରାୟ ୧୩-୨୨ ମିଲିୟନ ରିୟାଲ ରହିଛି,ଯାହାକି ଭାରତୀୟ ମୁଦ୍ରା ଅନୁସାରେ, ୩୧ ରୁ ୫୩ କୋଟି ଟଙ୍କା। ଗୋଟେ କେଜି ଚାଉଳ ୩୮ ଲକ୍ଷ ରିୟାଲ। ସେଭଳି ଲିଟରେ କ୍ଷୀରର ଦାମ୍ ପ୍ରାୟ ୫ ଲକ୍ଷ ୨୦ ହଜାରୁ ରୁ ୧.୧ ମିଲିୟନ ରିୟାଲ ରହିଛି। ଗୋଟେ ବାକ୍ସ ପାସ୍ତା ମୂଲ୍ୟ ପ୍ରାୟ ୩ ଲକ୍ଷ ୪୦ହଜାରରୁ ୫ଲକ୍ଷ ୭୦ ହଜାର ରିୟାଲ ପର୍ଯ୍ୟନ୍ତ ରହିଛି। ଗୋଟେ ବ୍ରେଡ୍ ପ୍ୟାକେଟକୁ ୫୦ ହଜାର ଇରାନୀ ରିୟାଲ ଦେବାକୁ ପଡୁଛି। ସବୁଠାରୁ ଅଧିକ ବୃଦ୍ଧି ୨୦୨୫ ରୁ ୨୬ ମଧ୍ୟରେ ଦେଖିବାକୁ ମିଳିଛି। ଏହି ସମୟରେ ଦାମ୍ ପ୍ରାୟ ୧୯.୩ ମିଲିୟନ ରିୟାଲରୁ ବଢି ୩୬.୬ ମିଲିୟନ ରିୟାଲ ହୋଇଛି। ଅର୍ଥାତ ବର୍ଷରେ ପ୍ରାୟ ଦୁଇଗୁଣା ବୃଦ୍ଧି। ୨୦୨୬ରେ ବାର୍ଷିକ ଗ୍ରୋଥ୍ ରେଟ୍ ପ୍ରାୟ ୯୦% ବଢିଛି। ଏହି ସ୍ଥିତି ସାଧାରଣ ପରିବାର ପାଇଁ ବହୁତ ବଡ଼ ଆର୍ଥିକ ଝଟକା।
ଜୁନ୍ ୨୦୨୫ ରେ ୧୨ମାସର ମୋଟ ମୁଦ୍ରାସ୍ପିତୀ ହାର ପ୍ରାୟ ୩୯.୪% ଥିଲା। ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଏହା ବଢିକି ୪୨.୨% ହୋଇ ଯାଇଛି। ନଭେମ୍ବର ୨୦୨୫ ରେ ଏହା ପ୍ରାୟ ୪୦.୪% ରେକର୍ଡ କରାଯାଇଥିଲା। ୨୦୨୬ର ଆରମ୍ଭରୁ ସ୍ଥିତି ଆହୁରି ବିଗିଡି ଥିଲା। ଜାନୁଆରୀ ଓ ଫେବୃଆରୀ ୨୦୨୬ ରେ ଦରଦାମ୍ ବୃଦ୍ଧି ପ୍ରାୟ ୬୦% ବଢିଛି। ସେଭଳି ଫେବୃଆରୀରେ ଏହା ୬୮.୧% ହୋଇଥିଲା। ଇରାନର କରେନ୍ସି ଇରାନିୟନ୍ ରିୟାଲ ଲଗାତାର ଦୁର୍ବଳ ହେବାରେ ଲାଗିଛି। ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଏକ ଆମେରିକୀୟ ଡଲାରର ମୂଲ୍ୟ ୧୩,୧୪,୩୧୫ ରିୟାଲରେ ପହଁଞ୍ଚିଛି। ଭାରତର ୧ ଟଙ୍କା ମାର୍ଚ୍ଚ ୨ ପର୍ଯ୍ୟନ୍ତ ଇରାନରେ ୧୪,୩୨୭ ରିୟାଲ ରହିଛି। ଏହି ହ୍ରାସ ସହିତ ଗତ ୮ ବର୍ଷରେ ସବୁଠାରୁ ଦ୍ରୁତ ବୋଲି କୁହାଯାଉଛି। କରେନ୍ସି ଦୁର୍ବଳ ହେବା ଫଳରେ ଆମଦାନୀ ମଧ୍ୟ ମହଙ୍ଗା ହୋଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories