Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଇରାନକୁ ମହଙ୍ଗା ପଡ଼ିଲା ଆକ୍ରମଣ, ଏବେ ସମ୍ଭାଳ !

International

ଇରାନକୁ ମହଙ୍ଗା ପଡ଼ିଲା ଆକ୍ରମଣ, ଏବେ ସମ୍ଭାଳ !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଇରାନକୁ ମହଙ୍ଗା ପଡ଼ିଲା ଆକ୍ରମଣ, ଏବେ ସମ୍ଭାଳ !

Key Points

  • ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ
  • ହିଜବୁଲ୍ଲା ଉପରେ ଇସ୍ରାଏଲର କଡ଼ା ପ୍ରହାର
  • ଥରହର ହେଲାଣି ଇରାନ୍‌

ଅର୍ଗସ ବ୍ୟୁରୋ:  ମଧ୍ୟପ୍ରାଚ୍ୟରେ ଥମୁନି ଯୁଦ୍ଧ । ଲେବାନନ୍‌ ଉପରେ ଭୟଙ୍କର ଆକ୍ରମଣ କରୁଛି ଇସ୍ରାଏଲ । ଘନଘନ ରକେଟ୍‌ ଓ କ୍ଷେପଣାସ୍ତ୍ର ମାଡ଼ ଚାଲିଛି । ଭୟଙ୍କର ଆକ୍ରମଣରେ ହିଜବୁଲ୍ଲାର ଆତଙ୍କୀ ଆଡ୍ଡା ଭାଙ୍ଗିବାରେ ଲାଗିଛି । ହିଜବୁଲ୍ଲାର ଆକ୍ରମଣରେ ଇସ୍ରାଏଲର ୮ ଜଣ ସୈନିକଙ୍କ ମୃତ୍ୟୁ ହେବା ପରେ କଡା ପଦକ୍ଷେପ ନେଇଛି ଇସ୍ରାଏଲ। ଆକାଶ ମାର୍ଗରୁ ଲେବାନନ ଉପରେ ଆକ୍ରମଣ କରିଛି ଇସ୍ରାଏଲ । କେନ୍ଦ୍ରୀୟ ବେରୁତରେ ହୋଇଥିବା ଏହି ଆକ୍ରମଣ ଯୋଗୁଁ ୬ ଜଣ ଲେବାନନ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ୨୪ ଘଣ୍ଟା ଭିତରେ ଇସ୍ରାଏଲର ଆକ୍ରମଣରେ ଲେବାନନର ୪୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୫ଜଣ ଆହତ ହୋଇଛନ୍ତି ।

ଇସ୍ରାଏଲ ଉପରେ ମାତ୍ର ୧୦ ମିନିଟ୍‌ରେ ୪୦୦ କ୍ଷେପଣାସ୍ତ୍ର ମାଡ଼ କରିଥିଲା ଇରାନ୍‌ । ଅବଶ୍ୟ ଆକାଶ ମାର୍ଗରେ ହିଁ ଇସ୍ରାଏଲ ଅନେକ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେଇଥିଲା । ହେଲେ ବି ଇରାନର ଆକ୍ରମଣରେ ଇସ୍ରାଏଲର କିଛି ଅଂଶ ପ୍ରଭାବିତ ହୋଇଥିଲା । ଆକ୍ରମଣ ପରେ ଇରାନକୁ ଆମେରିକା ଚେତାଇ ଦେଇଥିଲା । କହିଥିଲା, ଏହି ଆକ୍ରମଣ ଇରାନକୁ ମହଙ୍ଗା ପଡ଼ିବ । ଯାହା ଏବେ ପ୍ରମାଣିତ ହୋଇଛି । କାରଣ ଇସ୍ରାଏଲର ଆକ୍ରମଣରେ ଏବେ ଲେବାନନ୍‌ ଥରହର । ସେପଟେ ଇସ୍ରାଏଲ ଉପରେ ମିସାଇଲ ଆକ୍ରମଣ କରିଥିବା ଇରାନକୁ ତା'ର ପରିଣାମ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଥିଲେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଇସ୍ରାଏଲର ଆକ୍ରମଣ ଯୋଗୁ ସ୍ୱାସ୍ଥ୍ୟ କେନ୍ଦ୍ର କୋଠାଟି ପୂରା ଧ୍ୱଂସ ହୋଇଯାଇଛି । ଏହାବ୍ୟତୀତ ଦହିୟାହର ଦକ୍ଷିଣ ଉପାନ୍ତରେ ମଧ୍ୟ ତିନୋଟି ମିସାଇଲ୍‌ ମାଡ଼ ହୋଇଛି, ଯେଉଁଠି ଗତ ସପ୍ତାହରେ ହେଜବୁଲ୍ଳା ନେତା ହାସନ ନାସରୁଲ୍ଲାଙ୍କୁ ହତ୍ୟା କରାଯାଇଥିଲା । 

ମୋଟ୍‌ ଉପରେ, ଲେବନାନ ଉପରେ ତୁହାକୁ ତୁହା ଆକ୍ରମଣ କରି ଚାଲିଛି ଇସ୍ରାଏଲ । ରକ୍ତମୁଖ୍ୟା ହୋଇପଡ଼ିଛି ଇସ୍ରାଏଲ । ମିସାଇଲ ମାଡ଼ ଯୋଗୁ ଅନେକ ଘର ଦ୍ୱାର ନଷ୍ଟ ହୋଇଛି । ଆଗାମୀ ଦିନରେ ବି ଇସ୍ରାଏଲର ଆକ୍ରମଣ ଜାରି ରହିବ । ଏପଟେ, ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାନ୍ୟାହୁଙ୍କୁ ଫୋନ୍ କରି ହମାସ ଓ ହେଜବୁଲ୍ଲା ସହ ଜଡ଼ିତ ସଂଘର୍ଷକୁ ବନ୍ଦ କରିବା ପାଇଁ ସଂଯମ ଓ କୂଟନୈତିକ ସମାଧାନ ଉପରେ ଗୁରୁତ୍ଵାରୋପ କରିଥିଲେ । ଏହି ଉତ୍ତେଜନା ମଧ୍ୟରେ ଇରାନ ବନ୍ଦରରେ ଭାରତୀୟ ଯୁଦ୍ଧ ଜାହାଜର ଡକିଂ ଭୂ-ରାଜନୈତିକ ପ୍ରଭାବ ପକାଇବ, କାରଣ ଶକ୍ତି ନିରାପତ୍ତାକୁ ସୁନିଶ୍ଚିତ କରିବା ସହିତ ଭାରତ ନିଜର କୂଟନୈତିକ ସମ୍ପର୍କକୁ ମଜବୁତ କରୁଛି । ତେବେ ସମୟ କହିବ ମଧ୍ୟପ୍ରାଚ୍ୟ ଯୁଦ୍ଧରେ କେବେ ଲଗାମ ଲାଗୁଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Israeli attack | Argus News