Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Middle East War / ଆମେରିକାରେ ଉଡ଼ୁଛି ଡ୍ରୋନ୍‌, ରୁବିଓଙ୍କ ଜୀବନ ପ୍ରତି ବଢ଼ିଲା ବିପଦ

Banajyotshna Ray
Browse all articles by Banajyotshna Ray
·3 months ago·2 min read
ଆମେରିକାରେ ଉଡ଼ୁଛି ଡ୍ରୋନ୍‌, ରୁବିଓଙ୍କ ଜୀବନ ପ୍ରତି ବଢ଼ିଲା ବିପଦ
Drones Seen America

Key Points

ଆମେରିକାରେ ପଶିଲା ଇରାନୀ ଡ୍ରୋନ୍ !
ରୁବିଓଙ୍କ ଜୀବନ ପ୍ରତି ବଢ଼ିଲା ବିପଦ
ଯୁଦ୍ଧକୁ ନେଇ ପୁଣି ଆସିଲା ବଡ଼ ଅପଡେଟ୍‌। ଦିନକୁ ଦିନ ବିପଦରେ ସବୁ ଦେଶ। କିନ୍ତୁ ଏହା ଭିତରେ ଆଉ ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯୁଦ୍ଧରେ ନିହତ ହୋଇଛନ୍ତି ଇରାନର ଟପ୍ ଲିଡର। ତଥାପି ଦେଇନି ପଛଘୁଞ୍ଚା। ପୂରା ବଳ ଲଗାଇ ଦେଇଛି। ଏବେ ଆମେରିକାକୁ ଗ୍ରାସିଲାଣି ବିପଦ। ଉଡ଼ିଲା ଡ୍ରୋନ, ହାଇଆଲର୍ଟରେ ଓ୍ୱାଶିଂଟନ। ଯାହା ଟ୍ରମ୍ପ ନିଜେ ୨ ଘଣ୍ଟା ମଧ୍ୟରେ ତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେଇଥିଲେ। ସେ ଇରାନର ତୈଳ ଏବଂ ଗ୍ୟାସ ସୁବିଧା ଉପରେ ଆକ୍ରମଣ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି।ୱାଶିଂଟନ ପୋଷ୍ଟ ଅନୁଯାୟୀ, ଗୁରୁବାର ପେଣ୍ଟାଗନ ନିକଟରେ ଏକ ଆମେରିକୀୟ ସାମରିକ ଘାଟି ଉପରେ ଏକ ସନ୍ଦିଗ୍ଧ ଡ୍ରୋନ୍ ଦେଖାଯାଇଥିଲା। ପୂରା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା।

ଅଧିକାରୀମାନେ ସୂଚନା ସଂଗ୍ରହ କରୁଛନ୍ତି। ତଥାପି, ଇରାନ ସରକାର କିମ୍ବା ଆମେରିକୀୟ ପ୍ରଶାସନ ଡ୍ରୋନ୍ ସମ୍ପର୍କରେ କୌଣସି ବିବୃତ୍ତି ଜାରି କରିନାହାଁନ୍ତି।ଗୁରୁବାର ଦିନ, ଇରାନ କତାରର ଗ୍ୟାସ ଫାସିଲିଟି ଉପରେ ସିରିଜ ଆଟାକ୍ କରିଛି। ଯାହା ଆମେରିକା ସରକାରଙ୍କୁ ବ୍ୟାକପୁଟକୁ ନେଇଆସିଛି। ଇରାନ ଯୁଦ୍ଧ ମଧ୍ୟରେ, ୱାଶିଂଟନର ଏକ ଆମେରିକୀୟ ସାମରିକ ଘାଟି ଉପରେ ଏକ ସନ୍ଦିଗ୍ଧ ଡ୍ରୋନ୍ ଉଡ଼ୁଥିବାର ଦେଖାଯାଇଥିଲା। ଏହା ପରେ ୱାଶିଂଟନକୁ ହାଇ ଆଲର୍ଟ ଜାରି କରାଯାଇଛି। ଆମେରିକୀୟ ପ୍ରଶାସନ ଡ୍ରୋନ୍ ବିଷୟରେ ସୂଚନା ସଂଗ୍ରହ କରୁଛି।ଏହା ପ୍ରଥମ ଥର ପାଇଁ ଆମେରିକାରେ ଏକ ସନ୍ଦିଗ୍ଧ ଡ୍ରୋନ୍ ଦେଖାଯାଇଛି। ଯଦି ଏହା ଇରାନର ବୋଲି ଜଣାପଡ଼େ, ତେବେ ଏହା ଆମେରିକା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ।

ଏଥିସହ ପଢ଼ନ୍ତୁ: ଡରିଗଲେ ଟ୍ରମ୍ପ: ଇସ୍ରାଏଲ ଆଉ ଆକ୍ରମଣ କରିବ ନାହିଁ, ଜାଣନ୍ତୁ ସତ କଣ ?

ଇରାନ ଏକ ନିର୍ଣ୍ଣାୟକ ଯୁଦ୍ଧ ପାଇଁ ମୁଡରେ ଅଛି। ଇରାନର ସର୍ବୋଚ୍ଚ ନେତା ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଆମେରିକା କ୍ଷମା ନ ମାଗିବ ଏବଂ କ୍ଷତିପୂରଣ ନଦେବ ସେପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ହେବ ନାହିଁ। ଇରାନ କହିଛି ଯେ ସେ ଆମେରିକାକୁ କିପରି ପରାସ୍ତ କରିବ ତାହା ଜାଣେ। ସବୁଠୁ ବଡ଼ କଥା ହେଲା- ଡ୍ରୋନ୍ ଯେଉଁ ଅଞ୍ଚଳରେ ଉଡ଼ୁଥିଲା ସେହି ଅଞ୍ଚଳରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଏବଂ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ରୁହନ୍ତି। ଡ୍ରୋନ୍ ଘଟଣା ପରେ, ଉଭୟ ନେତାଙ୍କ ସ୍ଥାନ ପରିବର୍ତ୍ତନ କରାଯାଇଛି। ସେମାନଙ୍କୁ ଅଜ୍ଞାତ ସ୍ଥାନକୁ ପଠାଯାଇଛି। ଆମେରିକୀୟ ସାମରିକ ଘାଟି ଉପରେ ଡ୍ରୋନ୍ ଉଡ଼ିବା ପରେ, ଇରାନର କାର୍ଯ୍ୟକଳାପ କ'ଣ ଆମେରିକା ପର୍ଯ୍ୟନ୍ତ ପହଞ୍ଚିଛି ବୋଲି ପ୍ରଶ୍ନ ଉଠାଯାଉଛି। ଏପର୍ଯ୍ୟନ୍ତ, ଇରାନ କେବଳ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ଘାଟିଗୁଡ଼ିକୁ ଟାର୍ଗେଟ କରିଥିଲା।

ଅଧିକ ପଢ଼ନ୍ତୁ ବିଦେଶ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Drones Seen America | Drones Seen Over US Army Base Where Rubio Lives Amid Iran War | Argus News | Argus News