Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Emotional Video / ଏ ଭିଡିଓ ମୋର ଶେଷ ଭିଡିଓ ହୋଇପାରେ, ସବୁ ଛାରଖାର କରିଦେଲା ଯୁଦ୍ଧ...

Banajyotshna Ray
Browse all articles by Banajyotshna Ray
·3 months ago·2 min read
ଏ ଭିଡିଓ ମୋର ଶେଷ ଭିଡିଓ ହୋଇପାରେ, ସବୁ ଛାରଖାର କରିଦେଲା ଯୁଦ୍ଧ...
Emotional Video

Key Points

ବୋମାମାଡ଼ ଓ ଭଙ୍ଗା ବିଲ୍ଡିଂ
ଇରାନୀ ମ୍ୟୁଜିକ୍ ଟିଚର ବଜାଇଲେ ଇମୋସନାଲ ଧୁନ
ଭାଇରାଲ ହେଉଛି ଭିଡିଓ
ଜଳୁଛି ମଧ୍ୟପ୍ରାଚ୍ୟ। ଯୁଦ୍ଧ ବନ୍ଦ ହେବା ବଦଳରେ ଦିନକୁ ଦିନ ଅଧିକ ଆଟାକ୍‌ ହେବାରେ ଲାଗିଛି। ଏହା ଭିତରେ ଏମିତି ଏକ ଖବର ଆସିଛି ଯାହା ଦେଖିଲେ ଆପଣ ମଧ୍ୟ ଦୁଃଖ ପ୍ରକାଶ କରିବେ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଭୟ ଓ ଅନିଶ୍ଚିତତା ଭିତରେ ଏକ ଆବେଗଭରା ଭିଡିଓ ଏବେ ସାମନାକୁ ଆସିଛି। ଏଥିରେ ଜଣେ ବ୍ୟକ୍ତିଙ୍କୁ ନିଜର ମ୍ୟୁଜିକ ସ୍କୁଲରୁ ଦେଖିବାକୁ ମିଳୁଛି। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଭିଡିଓ ଦେଖି ଆପଣଙ୍କ ଆଖିରୁ ବି ଲୁହ ବାହାରି ଯିବ।ଏହି ଭିଡିଓକୁ ଦେଖିଥିବା ୟୁଜରଙ୍କ ଆଖିରୁ ମଧ୍ୟ ଲୁହ ବାହାରିଛି। ଲକ୍ଷାଧିକ ଲୋକ ଏହି ଭିଡିଓକୁ ଲାଇକ୍ କରିବା ସହ ଏହା ଉପରେ ଭିନ୍ନ ଭିନ୍ନ ରିଆକ୍ସନ ଦେଇଛନ୍ତି।

କିଛି ୟୁଜର ଇରାନୀୟଙ୍କ ସାହାସକୁ ପ୍ରଶଂସା କରିଛନ୍ତି। ଆଉ କିଛି କହିଛନ୍ତି, ଏହି ଧୁନ୍ ଶୁଣିବା ପରେ କାନ୍ଦ ଲାଗୁଛି। ଏଭଳି ଧୁନ ଶୁଣି ରାତିରେ ନିଦ ହେବନି। ଯେଉଁଥିରେ ସେ ଶେଷ ଥର ପାଇଁ ଅଲବିଦା କହିଛନ୍ତି। ଭିଡିଓରେ ବ୍ୟକ୍ତିଜଣକ ବୋମାମାଡରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ଏହି ମ୍ୟୁଜିକ୍ ସ୍କୁଲ ଭିତରେ ବସି ଦରଦଭରା ଧୁନ୍ ବଜାଉଛନ୍ତି। ଏହି ଧୁନ୍ ଏତେ ଅଧିକ ଇମୋସନାଲ ଯେ, ଯିଏ ଦେଖିବ ତା ଆଖିରୁ ଲୁହ ବାହାରିଯିବ। ଭିଡିଓରେ ଯେତେବେଳେ ଧୁନ ବାଜେ ଲାଗେ ଯେପରି ସମୟ ସେଠାରେ ଅଟକି ଯାଇଛି। ଏହି ଧୁନ୍ ଶୁଣୁଥିବା ୟୁଜରଙ୍କ ଆଖି ମଧ୍ୟ ଲୁହରେ ଓଦା ହୋଇଛି। ଲାଗୁଛି ଯେପରି ପୁରୁଣା ଦିନର ସ୍ମୃତିକୁ ଫେରାଇ ନେଇଛି। ଧୁନର ତରଙ୍ଗ ସେଠାର ପରିବେଶରେ ଏଭଳି ମିଶି ଯାଇଛି ଯେପରି କ୍ଷୀରରେ ପାଣି ମିଶିଯାଏ ଓ ସବୁବେଳେ ତା’ର ହୋଇ ରହିଯାଏ।

ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ବଡ଼ ଧମକ, ଇରାନକୁ ଅସ୍ତ୍ର ଦେଲେ ଚୀନ୍‌କୁ ଭୋଗିବାକୁ ପଡିବ ପରିଣାମ

ବୋଧହୁଏ ଏହି ଧୁନ୍ ଏବେ ଏହି ସ୍କୁଲର ଭଙ୍ଗା କାନ୍ଥ ଓ ଇଟାରେ ବସି ଯାଇଛି। ଆଉ ସେହି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧ୍ବଂସର କଥା ମନେପକାଇବ ଯେଉଁମାନେ ଏହି ବାଟ ଦେଇ ଯିବେ। ଭିଡିଓରେ ସେ କହୁଛନ୍ତି, ଏହି ସ୍ଥାନରୁ ଯିବା ପୂର୍ବରୁ ଶେଷ ସ୍ବର ସଙ୍ଗୀତର ହେଉ, ନା କି ବମ୍ ଓ ମିସାଇଲର। କିନ୍ତୁ ଭୟ ଏତେ ଅଧିକ ଥିଲା ଯେ, ପ୍ରତିକ୍ଷଣ ଲାଗୁଥିଲା ହଠାତ୍ ବିସ୍ଫୋରଣର ଶବ୍ଦ ଏହି ନିରବତାକୁ ଭାଙ୍ଗି ନଦେଉ। ସେ କହିଛନ୍ତି ଯେ,ଏହି ସ୍ଥାନ କେବଳ ଏକ ବିଲ୍ଡିଂର ନଥିଲା, ବଂର ତାଙ୍କର ଏବଂ ତାଙ୍କ ସାଥିର ପୁରା ଜୀବନ ଥିଲା।



ଏହି ସ୍ଥାନ ୨୫୦ ଛାତ୍ରଙ୍କ ସ୍ମୃତି ଓ ୨୨ ଶିକ୍ଷକଙ୍କ ପରିଶ୍ରମ ଓ ଭଲ ପାଇବା ସହିତ ଜଡିତ । ତାଙ୍କ କଥାରୁ ଏହା ସ୍ପଷ୍ଟ ଜଣାପଡୁଛି। ସେ କହୁଛନ୍ତି, ବୋଧହୁଏ ଏହା ସ୍କୁଲର ଶେଷ ଶବ୍ଦ ହୋଇପାରେ। ବୋଧହୁଏ ନିଜର ଶେଷ ଧୁନ୍। ଏପରିକି ସେ କହୁଛନ୍ତି, ହୁଏତ ଆସନ୍ତାକାଲି ସକାଳେ ସେ ବଞ୍ଚିନଥିବେ। କିନ୍ତୁ ତାଙ୍କର ଏହି ସ୍ବର ସବୁବେଳ ପାଇଁ ମନେ ରହିବ।

ଅଧିକ ପଢ଼ନ୍ତୁ ବିଦେଶ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Emotional Video | An emotional video of Hamidreza Afrideh sitting in their destroyed music school has gone viral | Argus News | Argus News