ଇରାନର ବାଲିଷ୍ଟିକ୍ ମିସାଇଲ୍ ଖୋରାମଶାହରକୁ ନେଇ ବଢିଲା ଆତଙ୍କ

Key Points
ଆମେରିକାକୁ ଇରାନ୍ ନାଲି ଆଖି
ମାତ୍ର ୩୬ ମିନିଟ୍ରେ ଧ୍ୱସ୍ତବିଧ୍ୱସ୍ତ ହୋଇଯିବ ଆମେରିକା
ଇରାନର ବାଲିଷ୍ଟିକ୍ ମିସାଇଲ୍ ଖୋରାମଶାହରକୁ ନେଇ ବଢିଲା ଆତଙ୍କ
ପୁଣି ଏକ ବଡ ସଂଘର୍ଷର ଆସଙ୍କା
ଇସ୍ରାଏଲ୍ ଇରାନ୍ ଯୁଦ୍ଧ ଭିତରେ ଏଣ୍ଟ୍ରି ନେଇଥିବା ଆମେରିକାର ଖୈର ନାହିଁ। ଇରାନ୍ ଉପରେ ଆକ୍ରମଣ କରି ପରମାଣୁ ଶକ୍ତି କୁ ନଷ୍ଟ କରିଥିବା ଆମେରିକା ଉପରେ ପ୍ରଚଣ୍ଡ ପ୍ରହାର କରିବାକୁ ପ୍ରସ୍ତୁତ ହେଉଛି ଇରାନ୍। ଇରାନର ନୂଆ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିସାଇଲ୍ ଖୋରାମଶାହର-୫ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏହି ମିସାଇଲ୍ ୧୨,୦୦୦ କିଲୋମିଟର ଅତିକ୍ରମ କରିପାରେ, ୨ ଟନ୍ ଓଜନର ଓ୍ୱାରହେଡ୍ ବହନ କରିପାରେ ଏବଂ ଆମେରିକାର ଜିବିୟୁ-୫୭ ବଙ୍କର୍ ବଷ୍ଟର୍ ବୋମାଠାରୁ ଅଧିକ ଧ୍ୱଂସାତ୍ମକ ହେବାର ଦାବି କରାଯାଉଛି। ଏହି ଭଯାନକ ମିସାଇଲ୍ ବିଶ୍ୱ ରାଜନୀତିରେ ଶକ୍ତିର ସନ୍ତୁଳନକୁ ବଦଳାଇ ଦେଇପାରେ।
ଅନପଟେ ଜୁଲାଇ ୨୭, ରେ ସ୍କଟଲ୍ୟାଣ୍ଡର ରେ ଇୟୁ ମୁଖ୍ୟ ଉର୍ସୁଲା ଭନ୍ ଡେର ଲେୟେନଙ୍କ ସହ ବୈଠକ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ନ୍ୟୁକ୍ଲିୟର ଏନରିଚମେଣ୍ଟ ପ୍ରୋଗ୍ରାମକୁ ନେଇ କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଇରାନ କୁ ଜେପରି ଝଟକା ମିଳିଛି..ଏହାପରେ ଇରାନ୍ ପରମାଣୁ ଶକ୍ଏତି ବିଷଯରେ ଚିନ୍ତା କରିବା ମୁର୍ଖତା ନୋଲି କହିଛନ୍ତି ଟ୍ରମ୍ଫ ।
ତେବେ ଇରାନ୍ କୁ ଝଟକା ଦେଇଥିବାର କଥା କହୁଥିବା ଟ୍ରମ୍ଫ ଙ୍କୁ ବଡ ଝଟକା ଦେବା ପାଇଁ ଇରାନ୍ ର ପ୍ରସ୍ତରୁତି କୁ ନେଇ ହୋଏତ ଟ୍ରମ୍ଫ ଅଜଣା ଅଛନ୍ତି...ଅନପଟେ ଇରାନ ତା’ର ନୁକ୍ଲିଅର ଏନରିଚମେଣ୍ଟ ପ୍ରୋଗ୍ରାମକୁ ବନ୍ଦ କରିବ ନାହିଁ.. କାରଣ ଏହା ସେମାନଙ୍କ ବୈଜ୍ଞାନିକ ସଫଳତା ଏବଂ ଜାତୀୟ ଗୌରବର ପ୍ରତୀକ ବୋଲି ଇରାନ୍ ପକ୍ଷରୁ କୁହାଜାଇଛି..ଏହା ସହିତ ଇରାନ ଇଉରୋପୀୟ ଶକ୍ତିମାନଙ୍କ ସହ ନ୍ୟୁକ୍ଲିୟର ଆଲୋଚନା ଜାରି ରଖିଥିବା ବେଳେ, କିନ୍ତୁ ଆମେରିକା କୁ ଏହି ଆଲୋଚନାରୁ ବଏକଟ୍ କରିଥିବାର କହିଛନ୍ତି ଇରାନ୍ର ବୈଦେଶିକ ମନ୍ତ୍ରୀ ।
ଇସ୍ରାଏଲ୍ ଇରାନ୍ ଜୁଦ୍ଦ ଭିତରେ ଏଣ୍ଟ୍ରି ନେଇ ଇରାନ୍ ର ପରମାଣୁ ସାଇଟ୍ କୁ ନଷ୍ଠ କରିଥିବାର ଦାବି କରୁଥିବା ଆମେରିକା ଦୁନିଆର ସୱୁଠାରୁ ମାରାତ୍ମକ ଅସ୍ତ୍ର ଖୋରାମଶାହର ର ମାଡ କୁ ସହିବାର କ୍ଷମତା ରଖିଛି କି ନାହିଁ ତାକୁ ନେଇ ଚର୍ଚା ଆରମ୍ଣ ହୋଇଛି..ଖୋରାମଶାହର-୫ ମିସାଇଲର ଦାବି ଯଦି ସତ୍ୟ ହୁଏ, ତେବେ ଏହା ଇରାନର ସାମରିକ ଶକ୍ତିକୁ ଏକ ନୂଆ ସ୍ତରକୁ ନେଇପାରେ। ଏହା ଆମେରିକା ଏବଂ ଇସ୍ରାଏଲ ସହ ଜଡ଼ିତ ଉତ୍ତେଜନାକୁ ଆହୁରି ବଢ଼ାଇପାରେ, ବିଶେଷକରି ଯେତେବେଳେ କି ଇରାନ ନ୍ୟୁକ୍ଲିୟର ଏନରିଚମେଣ୍ଟକୁ ୯୦% ପର୍ଯ୍ୟନ୍ତ (ଅସ୍ତ୍ର-ଗ୍ରେଡ) ବୃଦ୍ଧି କରିବାର ଧମକ ଦେଇଛି। ଆଇଏଇଏ ରିପୋର୍ଟ ଅନୁସାରେ, ଇରାନ ପାଖରେ ୪୦୦ କିଲୋଗ୍ରାମରୁ ଅଧିକ ୬୦% ଏନରିଚ୍ଡ ଇଉରାନିୟମ ରହିଛି, ଯାହା ଅଧିକ ଏନରିଚମେଣ୍ଟ ଦ୍ୱାରା ୯ଟି ନ୍ୟୁକ୍ଲିୟର ଅସ୍ତ୍ର ତିଆରି କରିପାରେ। ଇରାନର ନ୍ୟୁକ୍ଲିୟର ଏନରିଚମେଣ୍ଟ ଏବଂ ଖୋରାମଶାହର-୫ ମିସାଇଲ୍ ବିଷୟରେ ରିପୋର୍ଟ ବିଶ୍ୱସ୍ତରୀୟ ଉତ୍ତେଜନାକୁ ଆହୁରି ବଢ଼ାଇଛି । ଏହା ସହିତ ଟ୍ରମ୍ପଙ୍କ କଡ଼ା ମନ୍ତବ୍ୟ ଏବଂ ଇରାନର ପ୍ରତିକ୍ରିୟା ପୁଣିଥରେ ଏକ ବଡ ଜୁଦ୍ଧର ଆଶଙ୍କା ସୃଷ୍ଟି କରିଛି