Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସତ ହେବ କି ଏଲିଅନ୍ସ ଆଟାକ୍ ?

International

ସତ ହେବ କି ଏଲିଅନ୍ସ ଆଟାକ୍ ?

Ritu Das
Browse all articles by Ritu Das
·2 years ago·2 min read
ସତ ହେବ କି ଏଲିଅନ୍ସ ଆଟାକ୍ ?

ଅର୍ଗସ ବ୍ୟୁରୋ: ଏଲିଅନ୍ ଆଟାକ। ଯାହା କେବଳ ହଲିଉଡ ଚଳଚ୍ଚିତ୍ରରେ ଦେଖିବାକୁ ମିଳୁଥିଲା ତାହା ବହୁ ଶୀଘ୍ର ସତ ହୋଇପାରେ। ଏପରି କିଛି ଆଶଙ୍କା କରିଛି ଆମେରିକାର ପ୍ରତିରକ୍ଷା ବିଭାଗ (ଡିଓଡି)। ଆଉ ଏମିତି ଆକ୍ରମଣରେ କଣ ହେବ ପୃଥିବୀର ଅବସ୍ଥା। ଆପଣ ବି ଭାବିଲେ ଡରିଯାଉଥିବେ ନା। ଯଦି ଏଲିଅନମାନେ ପ୍ରକୃତରେ ମଣିଷଙ୍କ ଉପରେ ଆକ୍ରମଣ କରନ୍ତି ତେବେ କଣ ହେବ କହିଲେ। ହଲିଉଡ ଫିଲ୍ମରେ ଏଲିଅନଙ୍କ ସହିତ ଲଢ଼େଇ କରି ପୃଥିବୀକୁ ବଞ୍ଚାଇବା କଣ କେବେ ସତରେ ହୋଇପାରିବ କି? ନା ଏପରି ହେବା ସହଜ ନୁହେଁ ବୋଲି ସନ୍ଦେହ କରିଛି ଡିଓଡି। ନିକଟରେ ଆମେରିକାର ପ୍ରତିରକ୍ଷା ବିଭାଗ ସ୍ପଷ୍ଟ କରିଛି ଯେ, ଆମେରିକା ଏଭଳି ଆକ୍ରମଣରୁ ନିଜକୁ ରକ୍ଷା କରିପାରିବ କି ନାହିଁ ତାହା ମଧ୍ୟ ଅଜଣା। 

ଯୁଏଫଓ ବିଷୟରେ ପୂର୍ବରୁ ଅନେକ ଥର ଜଣା ପଡିଛିଏବଂ ଆମେରିକାର ଅନେକ ସ୍ଥାନରେ ଯୁଏଫ୍ଓ ଦେଖାଦେଇଛି। ଏହାର ସତ୍ୟାସତ୍ୟକୁ ନେଇ ଅନେକ ଅନୁସନ୍ଧାନ ମଧ୍ୟ ଜାରି ରହିଛି। ଆମେରିକାରେ ଏବଂ ବିଶ୍ବର ଅନେକ ରାଷ୍ଟ୍ରର ଏଲିଅନ୍ସ ଅନୁସନ୍ଧାନକାରୀ  ଏବଂ ବୈଜ୍ଞାନିକ ମାନେ ଏଲିଅନସ୍ ଏବଂ ପୃଥିବୀ ସହିତ ସେମାନଙ୍କର ସମ୍ପର୍କକୁ ନେଇ ଗବେଷଣା ଜାରି ରଖିଛନ୍ତି। 

ତେବେ ଏଲିଅନ୍ସ ମାନେ ପୃଥିବୀ ପାଇଁ ହୁଏତ କେବେ ବିପଦ ସୃଷ୍ଟି କରିପାରନ୍ତି। ଏହାକୁ ଆଖିରେ ରଖି ଆମେରିକା DOD ପେଣ୍ଟାଗନ ଜୁଲାଇ ୨୦୨୨ରେ ଏଲିଅନ୍ସ ମୁକାବିଲା  ପାଇଁ ଅଲ ଡୋମେନ ଅନୋମାଲି ରିଜୋଲ୍ୟୁଶନ ଅଫିସ (ଆର୍‌ଓ) ଗଠନ କରିଥିଲା। କିନ୍ତୁ ବର୍ତ୍ତମାନ ପୂର୍ବରୁ ୟୁଏଫଓ ଭାବରେ ଜଣାଶୁଣା ଅଜ୍ଞାତ ଆନାମୋର୍ଫିକ ଫେନୋମେନା (ୟୁଏପି) ର ସମ୍ଭାବତଃ ଆଟାକ୍ ମୁକାବିଲା ପାଇଁ ଆମେରିକା ସୈନ୍ୟମାନଙ୍କର କ୍ଷମତା ନାହିଁ ବୋଲି ଡିଓଡି ପକ୍ଷରୁ କୁହାଯାଇଛି। 
ତେବେ ଏଲିଅନ୍ସ ଆଟାକକୁ ଏବେ ବି ମିଥ୍ ଭାବରେ ଆକଳନ କରୁଥିବା ବେଳେ ଏହା ଯଦି ସତ ହୁଏ ତେବେ ପୃଥିବୀକୁ ଏପରି ସମ୍ଭବତଃ ଆକ୍ରମଣ କବଳରୁ କିପରି ରକ୍ଷା କରାଜିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Education Next Season 5
Sponsored
Is Aliens | Argus News