ସବୁଠାରୁ ଧନୀ ରାଷ୍ଟ୍ର, ଟେକନୋଲୋଜିରେ ସବୁଠୁ ଆଗରେ, ହେଲେ ବି...
Key Points
ଆମେରିକା ନିଆଁ ପାଇଁ ଚାଟ୍ ଜିପିଟି ଦାୟୀ !
ଜିତୁଛି ପ୍ରକୃତି, ହାରୁଛି ମଣିଷ
ପବନର ବେଗ ବଢିଲେ ସ୍ଥିତି ହେବ ଆହୁରି ଭୟଙ୍କର
150 ଆରବ ଡଲାରର ହେଲାଣି କ୍ଷୟକ୍ଷତି
ଅର୍ଗସ ବ୍ୟୁରୋ: ସବୁଠାରୁ ଧନୀ ରାଷ୍ଟ୍ର, ଟେକନୋଲୋଜିରେ ସବୁଠାରୁ ଆଗରେ । ଏମିତିକି ଆମେରିକା ଭଳି ଦୁଇପାଦ ଆଗରେ ରହିବାକୁ ପ୍ରାୟ ସବୁ ଦେଶ ଚାହାଁନ୍ତି । ସେଥିପାଇଁ ସମସ୍ତେ ଏହି ଦେଶକୁ ଅନୁଶୀଳନ ମଧ୍ୟ କରନ୍ତି । ହେଲେ ପ୍ରକୃତି ଦେଖେନି ଧନୀ କି ଗରିବ । ପ୍ରକୃତି ବୁଝେନି ତମେ କେତେ ସକ୍ଷମ କେତେ ଅକ୍ଷମ । ଯେତେବେଳେ ଆମେ ପ୍ରକୃତିକୁ ଚ୍ୟାଲେଞ୍ଜ ଦେଉ...ତାଣ୍ଡବ ରଚେ ପ୍ରକୃତି...ଯାହା ଏବେ ସମସ୍ତଙ୍କ ଆଖିଆଗରେ ଜଳ ଜଳ ହୋଇ ଦିଶୁଛି । ଏତେ ବିକଶିତ ଦେଶ ହୋଇ ମଧ୍ୟ 20 ଦିନ ହେଲାଣି ନିଆଁ ଲିଭାଇବାରେ ବିଫଳ । ସବୁ ଯେମିତି ଟକ ମକ୍ ହୋଇ ନିଆଁ ଆଁ ରେ ପୋଡି ହୋଇଯାଉଛି । ଯେତେ ଚେଷ୍ଟା କଲେ..ଯେତେ ଟେକନୋଲୋଜି ଲଗାଇଲେ ବି ଏ ନିଆଁ ଥମୁନି । ବରଂ ନିଆଁକୁ କୁହୁଳାଉଛି ପବନ । ଫଳରେ ନିଆଁ କମିବା ତ ଦୂରର କଥା ଦିନକୁ ଦିନ ବଢି ବଢି ଚାଲିଛି । ହେଲେ ଏ ନିଆଁ ପାଇଁ ଦାୟୀ କିଏ ? ଆରମ୍ଭ ହୋଇଛି ତନାଘନା ।
କୁହାଯାଉଛି ଲସଏଞ୍ଜଲସ୍ ରେ ଏ ନିଆଁ ପାଇଁ ଦାୟୀ ଚାଟ୍ ଜିପିଟି ... AI ଭଳି ଟେକନୋଲୋଜି । ଟେକନୋଲୋଜିର ଅତ୍ୟଧିକ ବ୍ୟବହାର ପରିବେଶ ଉପରେ ପକାଉଛି ଖରାପ ପ୍ରଭାବ । ଯାହାର ପରିଣାମ ଭୋଗିବାକୁ ପଡୁଛି ବୋଲି ଲୋକେ କହିବା ଆରମ୍ଭ କଲେଣି । ବିଶେଷ କରି ସୋସିଆଲ ମିଡିଆରେ ଏଆଇ ଚାଟ୍ ବଟ୍ ଚାଟ ଜିପିଟିକୁ ଦାୟୀ କରାଯାଉଛି । କ'ଣ ଏହା ସତ । କ'ଣ ସତରେ ଚାଟ୍ ଜିପିଟି ହିଁ ଏ ନିଆଁ ପାଇଁ ଦାୟୀ ? କାହିଁକି ସୋସିଆଲ ମିଡିଆ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଦାୟୀ କରୁଛି । କଣ ଏଥିରେ ସତ୍ୟତା ଅଛି ।
📱 Get Argus News App
✨ଯେତେବେଳେ ଆମେ ଚାଟ୍ ଜିପିଟିରେ କିଛି ବି ଟାଇପ୍ କରୁଛେ । ତେବେ ସଙ୍ଗେ ସଙ୍ଗେ ଚାଟ୍ ଜିପିଟି ସବୁଠୁ ବେଷ୍ଟ ରିଜଲ୍ଟ ଦେବା ପାଇଁ ସମସ୍ତ କ୍ଷମତା ଲଗାଇଦିଏ । ଆଉ ଆଖିପିଛୁଳାକେ ଅନେକ ଗୁଡିଏ ତଥ୍ୟ ଆପଣଙ୍କୁ ପ୍ରଦାନ କରେ । ଆମକୁ ଏସବୁ ଦେଖିବାକୁ ହୁଏ ତ ସହଜ ଲାଗେ । କିନ୍ତୁ ଏହା ପଛରେ ରହିଛି ବଡ ଟେକନୋଲୋଜି । ଏହା ଆମକୁ ବୁଝିବାକୁ ହେବ ଯେ ଯେତେ ଜଲଦି ଆମକୁ ରେଜଲ୍ଟ ଆସୁଛି ଏହା ପଛରେ ହାଇ ଟେକନୋଲୋଜି ମଧ୍ୟ ସେତିକି କାମ କରୁଛି । ଆଉ ଏହି ଟେକନୋଲୋଜି ପଛରେ ଯେଉଁ ହାଇ ପାୱାର କାମ କରୁଛି ତାହା ଅନେକ ହିଟ୍ ଛାଡୁଛି । ଯାହା ପରିବେଶକୁ ଆହୁରି ଉତ୍ତପ୍ତ କରୁଛି । ଆଉ ସରଭର୍ କୁ ଥଣ୍ଡା ରଖିବାକୁ ପାଣି ଏଠି ବହୁତ ବଡ ଭୂମିକା ନିଭାଇଥାଏ । ଫଳରେ କୁଲିଂ ଟାୱାର ଗୁଡିକ ମଧ୍ୟ ଲଗାଯାଇଛି । ଯାହା ବହୁମାତ୍ରାରେ ପାଣି ବ୍ୟବହାର କରିଥାଏ । ଏମିତିକି 100 ଶବ୍ଦ ବିଶିଷ୍ଟ ଗୋଟିଏ ମେଲ୍ ପାଇଁ ଗୋଟେ ବଟଲ୍ ପାଣି ଆବଶ୍ୟକ ପଡିଥାଏ ।
ଏକ ରିପୋର୍ଟ ଅନୁଯାୟୀ, ଗୋଟିଏ ସପ୍ତାହରେ ଚାଟ୍ ଜିପିଟିରେ 300 ମିଲିଅନ ଆକ୍ଟିଭ୍ ୟୁଜର ରହୁଛନ୍ତି । ସେଇଥିରୁ ଆପଣ ଭାବି ନିଅନ୍ତୁ ଯେ କେତେ ପରିମାଣର ଏନର୍ଜି ଏଥିରେ ବ୍ୟବହାର ହେଉଛି । ସେହି ହିସାବରେ ଜଳ ମଧ୍ୟ ଆବଶ୍ୟକ ପଡୁଛି । ଯେଉଁଥିପାଇଁ ସୋସିଆଲ ମିଡିଆରେ ଏନେଇ ଚାଲିଛି ଚର୍ଚ୍ଚା । ଲସଆଞ୍ଜେଲସ୍ ଦକ୍ଷିଣ କାଲିଫର୍ନିଆରେ ରହିଛି । ନିଆଁ ଲାଗିଥିବା ଅଞ୍ଚଳଟି ମରୁଭୂମି । ଯେଉଁଠି ଘୋର୍ ପାଣିର ଅଭାବ । ଜାନୁଆରୀ 7ରେ ନିଆଁ ଲାଗିଥିବାବେଳେ ଏବେ ସୁଦ୍ଧା ନିଆଁ ଲିଭାଇଯାଇପାରୁନି । ଆଉ ଏହି ଅଞ୍ଚଳରେ ପାଣିର ଏହି ଅଭାବକୁ ଦେଖି ଚାଟ୍ ଜିପିଟିକୁ ଦାୟୀ କରାଯାଉଛି । କାରଣ ସବୁ ଜଳ ଚାଟ୍ ଜିପିଟ୍ ରେ ବ୍ୟବହାର ହୋଇଯାଉଛି । ଆଉ ଏଠି ଜଳ ଆସିବ କେଉଁଠୁ ବୋଲି ସୋସିଆଲ ମିଡିଆ ୟୁଜର୍ସ ପ୍ରଶ୍ନ କରୁଛନ୍ତି ।
ଇତିମଧ୍ୟରେ, ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୭ କୁ ବୃଦ୍ଧି ପାଇଛି । ଯେତେବେଳେକି ଅନେକ ଲୋକ ଆହତ ହୋଇଛନ୍ତି । ଏପର୍ଯ୍ୟନ୍ତ ୧୨,୩୦୦ ରୁ ଅଧିକ କୋଠା ପୋଡ଼ି ପାଉଁଶ ହୋଇଗଲାଣି, ୧୫୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର କ୍ଷତି ଆକଳନ କରାଯାଇଛି । ଅଗ୍ନିକାଣ୍ଡରେ ଲସ୍ ଆଞ୍ଜେଲସର ପାଲିସାଡେସ୍ ଅଞ୍ଚଳ ସବୁଠାରୁ ଅଧିକ କ୍ଷତି ସହିଛି । ଏହି ଅଞ୍ଚଳର ୨୩,୭୧୩ ଏକର (୯୬ ବର୍ଗ କିଲୋମିଟର) ଜମି ନିଆଁରେ ପୋଡ଼ି ଯାଇଛି । ଆଉ ଯଦି ପବନର ବେଗ ବୃଦ୍ଧି ପାଏ ତେବେ ବିପଦ ବଢ଼ିବ ଆମେରିକାର ଜାତୀୟ ପାଣିପାଗ ସେବା କହିଛି । ଯଦି ସୋମବାର-ମଙ୍ଗଳବାର କାଲିଫର୍ନିଆରେ ପବନର ବେଗ ବୃଦ୍ଧି ପାଏ, ତେବେ ସ୍ଥିତି ଆହୁରି ଭୟଙ୍କର ହେବ ।