Videos
|
International

ବୃହସ୍ପତିରେ ଦେଖାଗଲା ଡଲଫିନ ମାଛ, ନାସାରୁ ଆସିଲା ଏମିତି ଫଟୋ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ବୃହସ୍ପତିରେ ଦେଖାଗଲା ଡଲଫିନ ମାଛ, ନାସାରୁ ଆସିଲା ଏମିତି ଫଟୋ

ଅର୍ଗସ ବ୍ୟୁରୋ : ବୃହସ୍ପତିରେ ଡଲଫିନ ମାଛ । ଏମିତି ଏକ ଫଟୋ ନାସା ଦ୍ବାରା ସୋସିଆଲ ମିଡିଆରେ ଶେୟାର କରାଯାଇଛି । ଯାହା ଖୁବ ଭାଇରାଲ ହେବାରେ ଲାଗିଛି ।

ଛୋଟବେଳେ ଆମେ ଆକାଶରେ ଥିବା ବାଦଲକୁ ଚାହିଁ ଅନେକ ପଶୁପକ୍ଷୀ , ମଣିଷ , ଗାଡିକୁ କଳ୍ପନା କରୁଥିଲେ । ଅନେକ ଥର ସେମିତି କିଛି ବିଚିତ୍ର ଚିତ୍ର ଦେଖି ମଧ୍ୟ ସେଠାରେ କୌଣସି ପଶୁ ପକ୍ଷୀ ଥିବା ବିଶ୍ବାସ କରୁଥିଲୁ । ଏବେ ସେମିତି କିଛି ବିଚିତ୍ର ଦୃଶ୍ୟ ଉତ୍ତୋଳନ କରିଛି ନାସା ।

ନାସା ଦ୍ବାରା ଅନ୍ତରୀକ୍ଷକୁ ପଠାଯାଇଥିବା 'ଜୁନୋ ପ୍ରୋବ' ବୃହସ୍ପତି ଗ୍ରହରେ ଥିବା ବାଦଲର ଚିତ୍ର ଉତ୍ତୋଳନ କରିଛି । ଯେଉଁଥିରେ ଡଲଫିନର ଚିତ୍ର କ୍ୟାପଚର ହୋଇଥିବା ଦେଖା ଦେଇଥିଲା । ଏହି ଚିତ୍ରକୁ ଆବିଷ୍କାର କରିଥିଲେ ବ୍ରିଆନ୍ ସ୍ବିଫଟ୍ ଏବମ ସିନ୍ ଡୋରାନ୍ । ସେମାନେ ବୃହସ୍ପତି ଗ୍ରହର ଦକ୍ଷିଣ ପାର୍ଶ୍ବରେ ଥିବା ଟେମ୍ପରେଟ୍ ବେଲ୍ଟ ଉପରେ ଅନୁସନ୍ଧାନ ବେଳେ ଏମିତି ଚିତ୍ର ଆବିଷ୍କାର କରିଥିଲେ । ଏହା ପଛରେ ମଧ୍ୟ ବୈଜ୍ଞାନିକ କାରଣ ଅଛି ।

ପ୍ରକୃତରେ ଗ୍ରହରେ ଆଜି ପର୍ଯ୍ୟନ୍ତ ନା କୌଣସି ଡଲଫିନ, ନା ହ୍ବେଲ ନା କୌଣସି ଜୀବଜନ୍ତୁ ନାହାନ୍ତି । ଏହା କେବଳ ଗ୍ରହରେ ଉପରେ ଥିବା ବାଦଲ ଏବଂ ଛାଇର ଏକ ମିଶ୍ରଣରେ ଏପରି ଦୃଶ୍ୟମାନ ହେଉଛି ।

ଆମେ ଯେକୌଣସି ଆକୃତିର ଜିନିଷ ଦେଖୁ, ତାକୁ ଦେଖିଥିବା କୌଣସି ଜିନିଷ ଭଳି ଆକୃତି ଦେଉ । ଠିକ ସେମିତି ବାଦଲରେ ଏହି ଚିତ୍ରର ଆକୃତି ଆମକୁ ଡଲଫିନ ସଦୃଶ ଦେଖା ଦେଇଥିଲା । ଯାହାକୁ ନେଇ ନାସା ବୃହସ୍ପତିରେ ଡଲଫିନ ଥିବା ଭଳି ଚିତ୍ର ଶେୟାର କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Is dolphins are on jupiter ? NASA shared a image of jupiter | Argus News